ଖସିଲା ସ୍କୁଲ ସୂଚନା ଫଳକ, ଛାତ୍ର ଗୁରୁତର

ଚାନ୍ଦବାଲି(ବାସୁଦେବ ଦାସ):ଭଦ୍ରକ ଜିଲ୍ଲା ଚାନ୍ଦବାଲି  ବ୍ଲକ୍‌ ସୋମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଦୁଃଖଦ ଘଟଣା ଘଟିଛି। ସ୍କୁଲ ଛାତରୁ ସିମେଣ୍ଟ ସୂଚନା ଫଳକ ଖସି ପଡ଼ିବାରୁ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବିସ୍ମୟ ମାଝୀ। ସେ ଅଷ୍ଟମ ଶ୍ରେଣୀର ଛାତ୍ର। ଆଜି ସକାଳେ ବିସ୍ମୟ ସ୍କୁଲ ଛାତ ଉପରେ ଚଢ଼ି ଝାଡ଼ୁ କରୁଥିଲେ। ଏହି ସମୟରେ ସୂଚନା ଫଳକ ସହିତ ଛାତ ଉପରୁ ତଳକୁସେ  ଖସି ପଡ଼ିଥିବା ଅଭିଯୋଗ ହୋଇଛି। […]

basudevpur

Jyoshna Pradhan
  • Published: Saturday, 21 December 2019
  • , Updated: 21 December 2019, 02:16 PM IST

ଚାନ୍ଦବାଲି(ବାସୁଦେବ ଦାସ):ଭଦ୍ରକ ଜିଲ୍ଲା ଚାନ୍ଦବାଲି  ବ୍ଲକ୍‌ ସୋମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଦୁଃଖଦ ଘଟଣା ଘଟିଛି। ସ୍କୁଲ ଛାତରୁ ସିମେଣ୍ଟ ସୂଚନା ଫଳକ ଖସି ପଡ଼ିବାରୁ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବିସ୍ମୟ ମାଝୀ। ସେ ଅଷ୍ଟମ ଶ୍ରେଣୀର ଛାତ୍ର।

ଆଜି ସକାଳେ ବିସ୍ମୟ ସ୍କୁଲ ଛାତ ଉପରେ ଚଢ଼ି ଝାଡ଼ୁ କରୁଥିଲେ। ଏହି ସମୟରେ ସୂଚନା ଫଳକ ସହିତ ଛାତ ଉପରୁ ତଳକୁସେ  ଖସି ପଡ଼ିଥିବା ଅଭିଯୋଗ ହୋଇଛି। ତାଙ୍କୁ ସଙ୍ଗେ ସଙ୍ଗେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।  ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ  କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏନେଇ ଚାନ୍ଦବାଲି ବ୍ଲକ୍ ଶିକ୍ଷାଧିକାରୀ ପ୍ରରୟ ନାୟକ କହିଛନ୍ତି,“ ପିଲାଟି ପରିସ୍ରା ଯାଇଥିଲା।  ଏହାପରେ ନୂଳକୂପରେ ହାତ ଧୋଇବା ସମୟରେ ହୋଡିଂ ଖସି ତା’ ମୁଣ୍ଡ ଉପରେ ପଡ଼ି ଯାଇଥିଲା। ପିଲାଟିର ମୁଣ୍ଡ ଫାଟି ଯାଇଛି। ଚାନ୍ଦବାଲି ଡାକ୍ତରଖାନା କର୍ତ୍ତୃପକ୍ଷ ତାକୁ କଟକ ସ୍ଥାନାନ୍ତର କରିଛନ୍ତି। ଘଟଣାର ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଏହି ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।  ତେବେ ଘଟଣା କେମିତି ଘଟିଲା, ମୁଁ ଜାଣି ନାହିଁ, ଖାଲି ଶଦ୍ଦ ଶୁଣି ବାହାରକୁ ଆସିଲି, ଆଉ ତାକୁ ତୁରନ୍ତ ଡାକ୍ତରଖାନା ପଠାଇଛୁ ବୋଲି ଶ୍ରେଣୀ ଶିକ୍ଷୟିତ୍ରୀ କହିଛନ୍ତି।

 

Related story