ମୋବାଇଲରେ ଗେମ୍‌ ଖେଳିବାକୁ ମାଆ ମନା କରିବାରୁ ଜୀବନ ହାରିଲେ ଛାତ୍ର!

ଆନନ୍ଦପୁର(ମୁନ୍ନା ସିଂ): ମୋବାଇଲରେ ଗେମ୍‌ ଖେଳିବାକୁ ମାଆ ମନା କରିବାରୁ ଜୀବନ ହାରିଲେ ଛାତ୍ର! ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ମୃତ ଛାତ୍ର ନବମ ଶ୍ରେଣୀରେ ପଢ଼ୁଥିଲା। ଘସିପୁରା ଶାଳପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀରେ ପଢ଼ନ୍ତି ସୌମ୍ୟରଞ୍ଜନ ଜେନା। ଆଜି ତାଙ୍କର ପରୀକ୍ଷା ଥିଲା। ପରୀକ୍ଷା ଦେଇ ଆସି ସେ ଫ୍ରିଫାୟାର ଗେମ୍‌ ଖେଳୁଥିଲା। ପୁଅ ଗେମ୍‌ ଖେଳୁଥିବା ଦେଖି ମା’ ବିରକ୍ତି ପ୍ରକାଶ କରିଥିଲେ। ଗେମ୍‌ ଖେଳିବାକୁ ମନା କରିବା […]

Online-game

Manoranjan Sial
  • Published: Thursday, 30 September 2021
  • , Updated: 30 September 2021, 09:48 PM IST

ଆନନ୍ଦପୁର(ମୁନ୍ନା ସିଂ): ମୋବାଇଲରେ ଗେମ୍‌ ଖେଳିବାକୁ ମାଆ ମନା କରିବାରୁ ଜୀବନ ହାରିଲେ ଛାତ୍ର! ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ମୃତ ଛାତ୍ର ନବମ ଶ୍ରେଣୀରେ ପଢ଼ୁଥିଲା।

ଘସିପୁରା ଶାଳପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀରେ ପଢ଼ନ୍ତି ସୌମ୍ୟରଞ୍ଜନ ଜେନା। ଆଜି ତାଙ୍କର ପରୀକ୍ଷା ଥିଲା। ପରୀକ୍ଷା ଦେଇ ଆସି ସେ ଫ୍ରିଫାୟାର ଗେମ୍‌ ଖେଳୁଥିଲା। ପୁଅ ଗେମ୍‌ ଖେଳୁଥିବା ଦେଖି ମା’ ବିରକ୍ତି ପ୍ରକାଶ କରିଥିଲେ। ଗେମ୍‌ ଖେଳିବାକୁ ମନା କରିବା ସହିତ ଆସନ୍ତାକାଲିର ବିଷୟ ପଢ଼ିବାକୁ ସୌମ୍ୟକୁ ତାଙ୍କ ମାଆ କହିଥିଲେ। ମା’ ମନା କରିବାରୁ ମ୍ରିୟମାଣ ହୋଇ ସୌମ୍ୟ ଘର ଛାତ ଉପରକୁ ଚାଲି ଯାଇଥିଲେ। ସେଠାରେ ସେ ବେକରେ ଗାମୁଛା ଭିଡ଼ି ଝୁଲି ପଡ଼ିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଛାତ୍ରକୁ ମୃତ ଘୋଷଣା କରିଥିଲେ।

Related story