ସରାଙ୍ଗ ଆଇଜିଆଇଟି ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସରାଙ୍ଗସ୍ଥିତ ଆଇଜିଆଇଟି ଇଞ୍ଜିନିୟରିଂ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗତକାଲି ବିଳମ୍ୱିତ ରାତିରେ ସଂଘର୍ଷ ଘଟିଛି। ଏଥିରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି । ସମସ୍ତଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଲେଜର ସିନିୟର ଓ ଜୁନିୟର ଛାତ୍ରଙ୍କ ମଧ୍ୟରେ ବଚସା ଯୋଗୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି। ଏହି ସଂଘର୍ଷରେ ହଷ୍ଟେଲର ଭାସ୍କର ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଘଟଣାସ୍ଥଳରେ ପରଜଙ୍ଗ ଥାନା ପୁଲିସ୍ ଓ ସରାଙ୍ଗ […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସରାଙ୍ଗସ୍ଥିତ ଆଇଜିଆଇଟି ଇଞ୍ଜିନିୟରିଂ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗତକାଲି ବିଳମ୍ୱିତ ରାତିରେ ସଂଘର୍ଷ ଘଟିଛି। ଏଥିରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି । ସମସ୍ତଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କଲେଜର ସିନିୟର ଓ ଜୁନିୟର ଛାତ୍ରଙ୍କ ମଧ୍ୟରେ ବଚସା ଯୋଗୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି। ଏହି ସଂଘର୍ଷରେ ହଷ୍ଟେଲର ଭାସ୍କର ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଘଟଣାସ୍ଥଳରେ ପରଜଙ୍ଗ ଥାନା ପୁଲିସ୍ ଓ ସରାଙ୍ଗ ଫାଣ୍ଡି ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।