ଦୁଇ ଅଧ୍ୟାପକଙ୍କୁ ଦୁର୍ବ୍ୟବହାର ସହ ଧକ୍କା ମାରିଲେ ଛାତ୍ର ଓ ଅଣଛାତ୍ର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):  ରାଉରକେଲା ଜୁନିୟର କଲେଜର ଦୁଇ ଅଧ୍ୟାପକଙ୍କୁ ଛାତ୍ର ଓ ଅଣଛାତ୍ର ଦୁର୍ବ୍ୟବହାର ସହ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ସୂଚନାଅନୁସାରେ, ଗତ ୨୪ ତାରିଖରେ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍‌ ପରୀକ୍ଷା ଚାଲିଥିଲା। ଏହି ସମୟରେ କୌଣସି କାରଣରୁ କେତେକ ଛାତ୍ରଙ୍କ ସହ ଇଂରାଜୀ ଅଧ୍ୟାପକ ଅନୁପ ଏକ୍କା ଓ ବାଣିଜ୍ୟ ବିଭାଗ ଅଧ୍ୟାପକ ଅଜିତ୍ ବେଗ୍‌ଙ୍କ ଯୁକ୍ତି ହୋଇଥିଲା। ପରେ କିଛି ଅଣଛାତ୍ର କଲେଜ ଛାତ୍ରଙ୍କ ସହ […]

rkl

Jyoshna Pradhan
  • Published: Friday, 27 September 2019
  • , Updated: 27 September 2019, 03:09 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):  ରାଉରକେଲା ଜୁନିୟର କଲେଜର ଦୁଇ ଅଧ୍ୟାପକଙ୍କୁ ଛାତ୍ର ଓ ଅଣଛାତ୍ର ଦୁର୍ବ୍ୟବହାର ସହ ଧକ୍କା ମାରିଥିବା ଅଭିଯୋଗ ହୋଇଛି।

ସୂଚନାଅନୁସାରେ, ଗତ ୨୪ ତାରିଖରେ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍‌ ପରୀକ୍ଷା ଚାଲିଥିଲା। ଏହି ସମୟରେ କୌଣସି କାରଣରୁ କେତେକ ଛାତ୍ରଙ୍କ ସହ ଇଂରାଜୀ ଅଧ୍ୟାପକ ଅନୁପ ଏକ୍କା ଓ ବାଣିଜ୍ୟ ବିଭାଗ ଅଧ୍ୟାପକ ଅଜିତ୍ ବେଗ୍‌ଙ୍କ ଯୁକ୍ତି ହୋଇଥିଲା। ପରେ କିଛି ଅଣଛାତ୍ର କଲେଜ ଛାତ୍ରଙ୍କ ସହ ମିଶି ଦୁଇ ଅଧ୍ୟାପକଙ୍କୁ ଦୁର୍ବ୍ୟବହାର କରିବା ସହ ଧକ୍କା ମାରିଥିଲେ। ଏନେଇ ଗତ ୨୫ ତାରିଖରେ ଅଧ୍ୟାପକଦ୍ୱୟ ସେକ୍ଟର ୩ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଅଧ୍ୟାପକଦ୍ୱୟଙ୍କୁ ଫୋନ୍‌ ଯୋଗେ ଧମକ ଦିଆଯାଇଥିଲା।

ତେବେ ଅଧ୍ୟାପକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ସକାଳୁ କଲେଜ ସମ୍ମୁଖରେ ୧ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ କରାଯାଇଛି।

Related story