‘ସବୁ ପିଲାଙ୍କୁ ମାର୍କ ମିଳିଲା, ଆମେ କଣ ପାପ କରିଛୁ'

କଟକ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇ ପାରି ନ ଥିବା ବେଳେ ଗତ ୨୫ ତାରିଖରେ ବାହାରିଥିଲା ରେଜଲ୍ଟ। ଆଶାଠାରୁ କମ୍‌ ମାର୍କ ମିଳିଥିବା ଅଭିଯୋଗ ଆଣି ବହୁ ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲା  ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଆଣିଛନ୍ତି ଭିନ୍ନ ଅଭିଯୋଗ। ଫର୍ମ ପୂରଣ ପରେ ବି ସେମାନଙ୍କ ରେଜଲ୍ଟ ବାହାରି ନ ଥିବାରୁ କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ […]

protest

protest

Niharika Rout
  • Published: Monday, 05 July 2021
  • Updated: 05 July 2021, 02:37 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇ ପାରି ନ ଥିବା ବେଳେ ଗତ ୨୫ ତାରିଖରେ ବାହାରିଥିଲା ରେଜଲ୍ଟ। ଆଶାଠାରୁ କମ୍‌ ମାର୍କ ମିଳିଥିବା ଅଭିଯୋଗ ଆଣି ବହୁ ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲା  ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଆଣିଛନ୍ତି ଭିନ୍ନ ଅଭିଯୋଗ। ଫର୍ମ ପୂରଣ ପରେ ବି ସେମାନଙ୍କ ରେଜଲ୍ଟ ବାହାରି ଥିବାରୁ କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସ୍କୁଲର  ୭୨ ଛାତ୍ରଛାତ୍ରୀ।

ବିଦ୍ୟାଳୟର ଏନଓସି ନ ଥିବାରୁ ପରୀକ୍ଷା ଫଳ ବାହାରି ପାରି  ନାହିଁ । ଏଥିନିମନ୍ତେ  ଉଭୟ ବିଦ୍ୟାଳୟ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଦୋଷୀ। ପିଲାମାନେ ୩ ମାସ ହେବ ପାଠ ଛାଡ଼ିଲେଣି। ତେଣୁ ଆଉ ପରୀକ୍ଷା ଦେବାକୁ ଅସମର୍ଥ। ତେଣୁ ଅନ୍ୟ ପିଲାଙ୍କ ପରି   ତୁରନ୍ତ ସେମାନଙ୍କ ରେଜଲ୍ଟ ବାହାର କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ  ଓ ଅଭିଭାବକ।

ଏନେଇ ଜଣେ ଅଭିଭାବକ ନିଳାଞ୍ଜଳ ତ୍ରିପାଠୀ  କହିଛନ୍ତି, ସବୁ ପିଲାଙ୍କ ରେଜଲ୍ଟ ବାହାରିଥିବା ବେଳେ ଏହି ସ୍କୁଲ ପିଲାମାନେ ସେଥିରୁ ବଞ୍ଚିତ ହୋଇଛନ୍ତି । ପିଲାମାନେ ଆଉ ପରୀକ୍ଷା ଦେବାକୁ ଅସମର୍ଥ। ୩ ମାସ ହେବ ପାଠ ଛାଡ଼ିଲେଣି । ତେଣୁ ପିଲା ଆଉ ପରୀକ୍ଷା ଦେବାକୁ ଆଗ୍ରହୀ ନୁହନ୍ତି। ଅନ୍ୟ ପିଲା ପରୀକ୍ଷା ନ ଦେଇ ଭଲ ମାର୍କ ରଖିଛନ୍ତି, ତେଣୁ ଏମାନଙ୍କ ପ୍ରତି ସରକାର ବିଚାର କରି ସୁବିଧା ପ୍ରଦାନ କରିବା ଦରକାର।

“ମୋ’ ପୁଅ ଏହି ସ୍କୁଲରେ ପାଠ ପଢ଼ୁଥିଲା। ସମସ୍ତଙ୍କ ରେଜଲ୍ଟ ବାହାରିଥିବା ବେଳେ ଆମ ପିଲାଙ୍କର ବାହାରିନି। ଡିଓ କହିଲେ ପୁଣି ଥରେ ପରୀକ୍ଷା ଦିଅ। ସ୍କୁଲର ତ୍ରୁଟି ଯୋଗୁ ଆମ ପିଲା ଭୋଗୁଛନ୍ତି” ବୋଲି କହିଛନ୍ତି ରଜନୀ ରାଣୀ ଶତପଥୀ ନାମ୍ନୀ ଜଣେ ଅଭିଭାବକ ।

ସଚ୍ଚିଦାନନ୍ଦ ପ୍ରଧାନ ନାମକ ଆଉ ଜଣେ ଅଭିଭାବକ କହିଛନ୍ତି, ୨୦୧୨ ମସିହାରେ ଏହି ସ୍କୁଲ ସ୍ଥାପିତ ହୋଇଥିଲା। ଫର୍ମ ଫିଲଅପ୍‌ କଲୁ।  ହେଲେ ମାର୍କ ବାହାରିନି।  ଓଡ଼ିଶାର ଅନ୍ୟ ପିଲାଙ୍କୁ ଯେପରି   ମାର୍କ ମିଳିଲା, ଆମ ପିଲାଙ୍କୁ ବି ସେପରି ମାର୍କ ମିଳୁ।

ନିବେଦିତା ବିଶୋଇ ନାମ୍ନୀ ଜଣେ ଛାତ୍ରୀ କହିଛନ୍ତି, ଆମେ ପରୀକ୍ଷା ଦେଇଛୁ, କିନ୍ତୁ ରେଜଲ୍ଟ ବାହାରିଲାନି। ଆମେ ୩ ମାସ ହେଲା ପାଠ ପଢ଼ା ଛାଡ଼ି ସାରିଲୁଣି। ଆମେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛୁ। ଆଉ ପରୀକ୍ଷା ଦେବା ଅବସ୍ଥାରେ ନାହୁଁ। ଆମ ସ୍କୁଲର ଏନଓସି ନାହିଁ ବୋଲି ଏମ୍‌ଓୟୁ ଦେଲେନି। ଆମର ରେଜଲ୍ଟ ବାହାରିଲାନି । ନବମରେ ୯୩ % ଥିଲା । ଏଥର ବି ୯୦% ଉପରେ ରହିବ ବୋଲି ଭାବିଥିଲି। ଏଥିରେ ସ୍କୁଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦୋଷୀ।

ଅଶ୍ୱିନୀ କୁମାର ପଣ୍ଡା ନାମକ ଛାତ୍ର କହିଛନ୍ତି,  ଆମ ସ୍କୁଲର ଏନଓସି  ନାହିଁ ବୋଲି ଆମର ରେଜଲ୍ଟ ବାହାରିଲାନି। ଏଥିରେ ଆମର କିଛି ଦୋଷ ନାହିଁ। ତେଣୁ ସବୁ ପିଲା ଯଦି ପରୀକ୍ଷା ନ ଦେଇ ପାସ୍‌ କଲେ, ଆମେ କାହିଁକି ନୁହଁ। ସ୍କୁଲ କର୍ତ୍ତୃପକ୍ଷ ଦାୟୀ, ଡିଇଓ ଦାୟୀ। ଯିଏ ଯାହା କହିଲେ ବି ଆମେ ଯିବୁନି। ଆମକୁ ରେଜଲ୍ଟ ଦରକାର। ରେଗୁଲାର ସାଟିଫିକେଟ ଦରକାର। ଆମେ କ୍ୟାରିଅର ଗଢ଼ିବୁ। ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos