କୋଟାରୁ ଆସି ବାଟରେ ଓହ୍ଲାଇଲେ ଛାତ୍ରଛାତ୍ରୀ; ପ୍ରଶାସନ କହିଲା ଖବର ନାହିଁ

ରାଉରକେଲା(ପବନ ତିୱାରୀ): ରାଜସ୍ଥାନ କୋଟାରୁ ଆସି ଆଜି ସକାଳେ ରାଉରକେଲା ପହଞ୍ଚିଥିବା ଏକ ବସ୍‌ରୁ କିଛି ଛାତ୍ରଛାତ୍ରୀ ମନଇଚ୍ଛା ବିଭିନ୍ନ ସ୍ଥାନରେ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ନିକଟରେ କିଛି ଖବର ନ ଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ। ଖବର ପାଇ ପ୍ରଶାସନ ପକ୍ଷରୁ ଉକ୍ତ ଛାତ୍ରଛାତ୍ରୀଙ୍କୁ ଖୋଜିବ ନିମନ୍ତେ ତନାଘନା ଉଦ୍ୟମ ଆରମ୍ଭ ହୋଇଛି। ସୂଚନା ମୁତାବକ, ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ […]

rkl-1--1

Niharika Rout
  • Published: Wednesday, 06 May 2020
  • , Updated: 06 May 2020, 10:52 AM IST

ରାଉରକେଲା(ପବନ ତିୱାରୀ): ରାଜସ୍ଥାନ କୋଟାରୁ ଆସି ଆଜି ସକାଳେ ରାଉରକେଲା ପହଞ୍ଚିଥିବା ଏକ ବସ୍‌ରୁ କିଛି ଛାତ୍ରଛାତ୍ରୀ ମନଇଚ୍ଛା ବିଭିନ୍ନ ସ୍ଥାନରେ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ନିକଟରେ କିଛି ଖବର ନ ଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ। ଖବର ପାଇ ପ୍ରଶାସନ ପକ୍ଷରୁ ଉକ୍ତ ଛାତ୍ରଛାତ୍ରୀଙ୍କୁ ଖୋଜିବ ନିମନ୍ତେ ତନାଘନା ଉଦ୍ୟମ ଆରମ୍ଭ ହୋଇଛି।

ସୂଚନା ମୁତାବକ, ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ କିଛି ଅଭିଭାବକଙ୍କୁ ନେଇ ରାଜସ୍ଥାନ କୋଟାରୁ ବାହାରିଥିବା ଏକ ବସ୍‌  ଆଜି ସକାଳେ ରାଉରକେଲାରେ ପହଞ୍ଚିଥିଲା।  ଉକ୍ତ ବସ୍‌ରେ ଓଡିଶାର ସମ୍ବଲପୁର, ରାଉରକେଲା, ଅନୁଗୁଳ, କଟକ, ଜଗସିଂହପୁର, କେନ୍ଦ୍ରପଡା, ଓ ନୂଆପଡାର ଛାତ୍ରଛାତ୍ରୀ ଥିବା ଜଣାପଡିଛି l ତେବେ ଏ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନକୁ ଅବଗତ କରାଯାଇଥିଲା ନ ଥିଲା l

ଉକ୍ତ ବସ୍‌ରୁ ସକାଳୁ ସମ୍ବଲପୁରରୁ ୨ ଜଣ ପିଲା ଓହ୍ଲାଇ ଯାଇଥିବା ବେଳେ ରାଉରକେଲା ସହରରେ ୩ ପିଲା ଓହ୍ଲାଇ ପଡ଼ିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଡରିଯାଇ ଏନେଇ ପୁଲିସକୁ ଖବର ଦେଇଥିଲେ l ଏହାପରେ ବସ୍‌ଟିକୁ  ଥାନାକୁ ନିଆଯାଇଥିଲା। ସେଠାରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଛାତ୍ରଛାତ୍ରୀଙ୍କୁ  ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନେଇଯାଇଥିବା ଜଣାଯାଇଛି।

ଏନେଇ ରାଉରକେଲା ମହାନିଗମ କମିଶନରଙ୍କୁ ପଚାରିବାରୁ ପିଲାଙ୍କୁ ନେଇ ବସ୍‌ ଆସିଥିବା  ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି। ଖବର ମିଳିବା ପରେ ଓହ୍ଲାଇ ପଡ଼ିଥିବା ପିଲାଙ୍କୁ ଖୋଜିବା ନିମନ୍ତେ ଟିମ୍‌ ଯାଇଥିବା ସୂଚନା ଦେଇଛନ୍ତି।

 

Related story