ପରୀକ୍ଷା ଦେବାକୁ ଡଙ୍ଗାରେ ସ୍କୁଲ ଗଲେ ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଥିବା ବେଳେ ବିଭିନ୍ନ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବହୁ ସ୍ଥାନରେ ନଦୀବନ୍ଧ ଭାଙ୍ଗି ବନ୍ୟା ଜଳ ଗାଁରେ ପଶି ବାହ୍ୟ ଜଗତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆବଶ୍ୟକ ସ୍ଥଳେ ବନ୍ୟାପାଣି ଘେରରେ ଥିବା ପିଲାଙ୍କ ନିମନ୍ତେ ସ୍କୁଲ ବନ୍ଦ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କିନ୍ତୁ କଟକ ଜିଲ୍ଲା ବାଙ୍କି କରବର ଗାଁରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ବନ୍ୟା ପାଣି […]

school

  • Published: Wednesday, 17 August 2022
  • , Updated: 17 August 2022, 02:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଥିବା ବେଳେ ବିଭିନ୍ନ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବହୁ ସ୍ଥାନରେ ନଦୀବନ୍ଧ ଭାଙ୍ଗି ବନ୍ୟା ଜଳ ଗାଁରେ ପଶି ବାହ୍ୟ ଜଗତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆବଶ୍ୟକ ସ୍ଥଳେ ବନ୍ୟାପାଣି ଘେରରେ ଥିବା ପିଲାଙ୍କ ନିମନ୍ତେ ସ୍କୁଲ ବନ୍ଦ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କିନ୍ତୁ କଟକ ଜିଲ୍ଲା ବାଙ୍କି କରବର ଗାଁରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର ।

ବନ୍ୟା ପାଣି ଘେରରେ ଥିବା କରବର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ହେଲେ ଏହି ଗାଁର ନବମ ଓ ଦଶମ ଶ୍ରେଣୀ ପିଲା ଆଜି ବିପଦସଙ୍କୁଳ ଭାବେ ମାଛଧରା ଡଙ୍ଗାରେ ଗାଁ ପାର୍‌ ହୋଇ ପରୀକ୍ଷା ଦେବାକୁ ସ୍କୁଲରେ ପହଞ୍ଚିଛନ୍ତି । ଗାଁରେ ବନ୍ୟା ପାଣି ମାଡ଼ି ଯିବା ପରେ କୌଣସି ବାଟ ନପାଇ ସେମାନେ ଡଙ୍ଗାର ସହାୟତା ନେଇଛନ୍ତି ।

ବନ୍ୟାଞ୍ଚଳରେ  ସ୍କୁଲ ଛୁଟି ନିମନ୍ତେ ଘୋଷଣା କରାଯାଇଥିବା ବେଳେ ଏନେଇ ପିଲାଙ୍କୁ କିପରି ସୂଚନା ଦିଆଯାଇନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛ। ଏନେଇ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ନିକଟରେ କିଛି ସଠିକ୍‌ ଖବର ପହଞ୍ଚି ନ ଥିବା ବେଳେ ସେମାନେ ବାଧ୍ୟ ହୋଇ ପିଲାଙ୍କୁ ଉଛୁଳା ବନ୍ୟା ପାଣି ପାର୍‌ କରି ପରୀକ୍ଷା ଦେବାକୁ ସ୍କୁଲକୁ ଆଣୁଥିବା ଦେଖିବାକୁ ମିଳିଛି।

ଏନେଇ ପିଲାଙ୍କୁ ପଚାରିବାରୁ ସ୍କୁଲ ବନ୍ଦ ଥିବା ଖବର ସେମାନେ କିଛି ପାଇ ନ ଥିବା କହିଛନ୍ତି। ତେଣୁ ପରୀକ୍ଷା ନ ଦେଲେ ମାର୍କ କମିଯିବ ଭାବି ସେମାନେ ପରୀକ୍ଷା ଦେବାକୁ ଡଙ୍ଗାରେ ପାର୍‌ ହୋଇ ଆସିଥିବା କହିଛନ୍ତି।

Related story