ସୁଧୁରିଲା ‘ମାଛକୁଣ୍ଡ ଜଳ ପ୍ରପାତ’ ତ୍ରୁଟି; ଏଥର ପିଲା ପଢ଼ିବେ ଠିକ୍‌ ପାଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଛକୁଣ୍ଡ ଜଳ ପ୍ରପାତ କାହାର ? ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡକୁ ନେଇ ଦିଆଯାଇଥିବା ବିଭ୍ରାନ୍ତିକର ତଥ୍ୟ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଏହାର ସମାଧାନ କରିଛନ୍ତି ରାଜ୍ୟ ସରକାର। ତ୍ରୁଟିକୁ ସୁଧାରି ପିଲାଙ୍କୁ ସଠିକ୍‌ ତଥ୍ୟ ପଢ଼ାଇବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ଡିଇଓଙ୍କୁ ଏନେଇ ଚିଠି କରାଯାଇଥିବାବେଳେ ଠିକ୍  ଭାବେ ପଢାଇବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ […]

book

book

Niharika Rout
  • Published: Thursday, 08 September 2022
  • Updated: 08 September 2022, 08:45 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଛକୁଣ୍ଡ ଜଳ ପ୍ରପାତ କାହାର ? ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡକୁ ନେଇ ଦିଆଯାଇଥିବା ବିଭ୍ରାନ୍ତିକର ତଥ୍ୟ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଏହାର ସମାଧାନ କରିଛନ୍ତି ରାଜ୍ୟ ସରକାର। ତ୍ରୁଟିକୁ ସୁଧାରି ପିଲାଙ୍କୁ ସଠିକ୍‌ ତଥ୍ୟ ପଢ଼ାଇବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ଡିଇଓଙ୍କୁ ଏନେଇ ଚିଠି କରାଯାଇଥିବାବେଳେ ଠିକ୍  ଭାବେ ପଢାଇବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଦଶମ ଶ୍ରେଣୀ ଭୂଗୋଳ ବହିର ପୃଷ୍ଠା ନମ୍ବର ନମ୍ବର ୬୯ର ସାରଣୀ ୧୬ରେ ମାଛକୁଣ୍ଡ ଜଳପ୍ରପାତ ଓଡ଼ିଶାର ନୁହେଁ ବରଂ ଆନ୍ଧ୍ର ପ୍ରଦେଶର ବୋଲି  ପ୍ରକାଶ ପାଇଥିଲା। ୨୦୧୮ରେ ପ୍ରକାଶିତ ପୁସ୍ତକରେ ଏହି ତ୍ରୁଟି ହୋଇଥିଲେ ମଧ୍ୟ ଚଳିତ ବର୍ଷ ପର୍ଯ୍ୟନ୍ତ ତାହା ବଳବତ୍ତର ଥିଲା।  ଏବେ ନଜରକୁ ଆସିବା ପରେ ଏହି ତ୍ରୁଟିକୁ ସଂଶୋଧନ କରାଯାଇଛି।  ତ୍ରୁଟିକୁ ସୁଧାରିବା ପରେ ଏବେ  ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ଶକ୍ତି କେନ୍ଦ୍ର ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଥିବା ନେଇ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୃଷ୍ଠା ନମ୍ବର ୬୫ରେ ବାଲିମେଳାକୁ ତାପଜ ବିଦ୍ୟୁତ କେନ୍ଦ୍ର ପରିବର୍ତ୍ତେ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ଭାବେ ପଢାଇବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨୬ରେ ବିଏସଇ ପକ୍ଷରୁ କରାଯାଇଥିବା ଏହି ଚିଠିରେ ସବୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ରହିଥିବା ସ୍କୁଲରେ ଠିକ ଭାବେ ପଢାଇବାକୁ କୁହାଯାଇଛି  ।

ଗତ ୪ ବର୍ଷ ଧରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏପରି ସାଂଘାତିକ ଭୁଲ୍‌ ପାଠ ପଢ଼ୁଥିବା ବେଳେ କିଛି ମାସ ପୂର୍ବେ କୋରାପୁଟ ବ୍ଲକର ମହାଦେଇପୁଟ ଉଚ୍ଚ ବିଦ୍ୟାଳୟର ଭୂଗୋଳ ଶିକ୍ଷକ ଏହି ଭୁଲ୍‌କୁ ଚିହ୍ନଟ କରିଥିଲେ। ସେ ଏହାକୁ ସଂଶୋଧନ କରି ନିଜ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିଲେ। ଏହାବାଦ ଏନେଇ ସେ ନିଜ ପ୍ରଧାନ ଶିକ୍ଷକ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଇଥିଲେ। ଏହା ଧୀରେ ଧୀରେ ପ୍ରଚାରିତ ହେବା ପରେ ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଶେଷରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ତ୍ରୁଟିକୁ ସଂଶୋଧନ କରି ଦିଆଯାଇଛି।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାର ଲମତପୁଟ ବ୍ଲକ ଆନ୍ଧ୍ର ସୀମାନ୍ତରେ ରହିଛି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ।  ୧୯୫୫ ମସିହାରେ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ। ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମିଳିତ ପୁଞ୍ଜି ନିବେଶରେ ଏହା ନିର୍ମାଣ କରାଯାଇଥିଲା। ପ୍ରଥମେ ଜଳଭଣ୍ଡାରକୁ ‘ତେଣ୍ଟାପୁଟ’ କୁହାଯାଉଥିଲା। ଏହା ଚତୁଃପାର୍ଶ୍ୱରେ କୋରାପୁଟ ଜିଲ୍ଲାର ଅନେକ ଆଦିବାସୀ ଗାଁ ରହିଛି। ଏଠାରୁ ଉତ୍ପାଦିତ ବିଦ୍ୟୁତ ଆନ୍ଧ୍ରର ବିଜୟୱାଡ଼ା, ବିଶାଖାପାଟଣା ଓ  ଓଡ଼ିଶାର କୋରାପୁଟ ଓ ଜୟପୁର ସହରକୁ ଯୋଗାଣ ହେଉଛି। ଆନ୍ଧ୍ର ଓ ଓଡ଼ିଶା ୫୦.୫୦ ହାରରେ ଏହି ବିଦ୍ୟୁତ୍‌ ବଣ୍ଟନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos