ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ତଳେ

ବାଲେଶ୍ୱର: ଉତ୍ତର ଓଡିଶାରେ ବର୍ଷା କମିଛି । ଫଳରେ ଉତ୍ତର ଓଡ଼ିଶାର ୩ ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ପାଣି ସଂପୂର୍ଣ୍ଣ  କମି ନଥିବାରୁ ଏବେବି ବହୁ ଗାଁ ଜଳମଗ୍ନ ହୋଇ ରହିଛି। ବାଲେଶ୍ୱର ଜିଲ୍ଲାରେ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି। ଭୋଗରାଇ ବ୍ଲକର ୧୭ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ଏବେବି ଜଳମଗ୍ନ ହୋଇ ରହିଛି। ଗାଁ ଗୁଡିକୁ ଡଙ୍ଗା […]

balaSWER

Rakesh Mallick
  • Published: Sunday, 02 August 2015
  • , Updated: 02 August 2015, 07:48 AM IST

ବାଲେଶ୍ୱର: ଉତ୍ତର ଓଡିଶାରେ ବର୍ଷା କମିଛି । ଫଳରେ ଉତ୍ତର ଓଡ଼ିଶାର ୩ ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ପାଣି ସଂପୂର୍ଣ୍ଣ  କମି ନଥିବାରୁ ଏବେବି ବହୁ ଗାଁ ଜଳମଗ୍ନ ହୋଇ ରହିଛି। ବାଲେଶ୍ୱର ଜିଲ୍ଲାରେ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି। ଭୋଗରାଇ ବ୍ଲକର ୧୭ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ଏବେବି ଜଳମଗ୍ନ ହୋଇ ରହିଛି। ଗାଁ ଗୁଡିକୁ ଡଙ୍ଗା ମାଧ୍ୟମରେ  ଯୋଗାଯୋଗ କରାଯାଉଛି।। ବନ୍ୟା ପାଣି କମିବା ପରେ କିଛି ଅଞ୍ଚଳରେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ବିପନ୍ନଙ୍କ ପାଇଁ ଏବେ ପିଇବା ପାଣି ଏବଂ ଔଷଧ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି । ସେପଟେ ଜଳେଶ୍ୱରରେ ଗତକାଲି ରାତିରୁ ତୁହାକୁ ତୁହା ବର୍ଷା ହେଉଛି। ଫଳରେ ପୁଣି ଆଶଙ୍କାରେ ଅଛନ୍ତି ଲୋକେ। ଲୋକଙ୍କ ଦୁର୍ଦ୍ଦଶା କମି ନ ଥିବା ବେଳେ ବର୍ଷା ତାଙ୍କ ଚିନ୍ତା ବଢାଇ ଦେଇଛି। ସେପଟେ ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି।

ସେପଟେ ଖରସ୍ରୋତା ଓ କାଣୀ ନଦୀର ବନ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଦୁଇଟି ପଞ୍ଚାୟତ ସିଂହଗାଁ ଓ ଦାଣ୍ଡିସାହି ପ୍ରଭାବିତ ହୋଇଛି। ଏଇ ପଞ୍ଚାୟତର ଅନେକ ଗାଁ ପାଣି ଘେରରେ ରହିଛି। ଅଧିକ ପ୍ରଭାବିତ ହୋଇଛନ୍ତି ଦାଣ୍ଡିସାହି, କୃଷ୍ଣଦାସପୁର, ସାନ ରାଉଳିଆ  ଓ ବଡ଼ ରାଉଳିଆ ଗାଁ ଲୋକେ। ପାଣି ଧୀରେ ଧୀରେ ହ୍ରାସ ପାଉଛି ହେଲେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କମିନି। ବନ୍ୟା ଘେରରେ ରହିଥିବା ଲୋକଙ୍କ ପାଇଁ ଡଙ୍ଗ। ହିଁ ଯୋଗାଯୋଗର ମୁଖ୍ୟ ମାଧ୍ୟମ ପାଲଟିଛି।

Related story