ରାଜଘାଟରେ ସୁବର୍ଣ୍ଣରେଖା ସ୍ଥିର, ଆଖୁଆପଦାରେ ବଢ଼ୁଛି ବୈତରଣୀ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ର ୧୬ଟି ଗେଟ୍‌ ଖୋଲାଯିବା ପରେ ବନ୍ୟା ଜଳରେ ଫୁଲିବାକୁ ଲାଗୁଛି ସୁବର୍ଣ୍ଣରେଖା ।  ସୁବର୍ଣ୍ଣରେଖାରେ ଏକ ବଡ଼ ବନ୍ୟା ମାଡ଼ି ଆସୁଥିବା  ବେଳେ ମଧ୍ୟାହ୍ନ ୧୨ଟାରେ ଏହା ପିକ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଏହାସତ୍ତ୍ୱେ ରାଜଘାଟରେ ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ରହିଛି। ସକାଳ ୬ଟାରୁ ରାଜଘାଟରେ ଜଳସ୍ତର ୧୧.୯୦ ଫୁଟ ରହିଛି । ଜାମଶୋଳା ଘାଟ ନିକଟରେ ଜଳସ୍ତର ହ୍ରାସ ପାଉଥିବା ସୂଚନା ମିଳିଛି।  ସକାଳ ୬ଟାରେ ଜଳସ୍ତର […]

bls

bls

Niharika Rout
  • Published: Monday, 22 August 2022
  • Updated: 22 August 2022, 11:42 AM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ର ୧୬ଟି ଗେଟ୍‌ ଖୋଲାଯିବା ପରେ ବନ୍ୟା ଜଳରେ ଫୁଲିବାକୁ ଲାଗୁଛି ସୁବର୍ଣ୍ଣରେଖା ।  ସୁବର୍ଣ୍ଣରେଖାରେ ଏକ ବଡ଼ ବନ୍ୟା ମାଡ଼ି ଆସୁଥିବା  ବେଳେ ମଧ୍ୟାହ୍ନ ୧୨ଟାରେ ଏହା ପିକ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଏହାସତ୍ତ୍ୱେ ରାଜଘାଟରେ ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ରହିଛି।

ସକାଳ ୬ଟାରୁ ରାଜଘାଟରେ ଜଳସ୍ତର ୧୧.୯୦ ଫୁଟ ରହିଛି । ଜାମଶୋଳା ଘାଟ ନିକଟରେ ଜଳସ୍ତର ହ୍ରାସ ପାଉଥିବା ସୂଚନା ମିଳିଛି।  ସକାଳ ୬ଟାରେ ଜଳସ୍ତର ୫୦.୭୬ ଫୁଟ ଥିବା ବେଳେ ଏବେ ତାହା  ୫୦.୦୪ ଫୁଟ ରହିଛି।

ବାଲେଶ୍ୱରର ଗଡ଼ାପୋଲ ନିକଟ ରାସ୍ତାରେ ୩ ଫୁଟ୍‌ର ପାଣି ପ୍ରବାହିତ ହେଉଛି। ଫଳରେ ବାଲିଆପାଳ-କମର୍ଦ୍ଦା ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।  ବାଲିଆପାଳ ବ୍ଲକର ୨୫ ଗାଁ ପାଣି ଘେରରେ ଥିବେ ବେଳେ ଶହ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି।

[caption id="attachment_759747" align="aligncenter" width="650"]river- ଜଳମଗ୍ନ ବାଲେଶ୍ୱର ଜିଲ୍ଲା।[/caption]

ଅପରପକ୍ଷେ,  ଆଖୁଆପଦା ନିକଟରେ ବୈତରଣୀର ଜଳସ୍ତର ବଢୁଛି। ସକାଳ ୯ଟା ସୁଦ୍ଧା ଆଖୁଆପଦାରେ ଜଳସ୍ତର ୧୮.୦୪ ଫୁଟ ରହିଛି। ଆଖୁଆପଦାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ଫୁଟ ରହିଛି। ଆନନ୍ଦପୁରରେ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛି ବୈତରଣୀ । ମଥାନୀ ନିକଟରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ଫୁଟ ଥିବା ବେଳେ ଜଳସ୍ତର ଅଛି ୬.୫୪ ଫୁଟ ।

ଏସ୍ଆରସିଙ୍କ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖାର ବନ୍ୟା ସ୍ଥିତି ଗମ୍ଭୀର ରହିବାର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି । ଦୁଇ ଜିଲ୍ଲାକୁ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସହ ମୋଟ୍ ୪୦ଟି ଅପରେସନାଲ ଟିମ୍ ଯାଇଛନ୍ତି।

[caption id="attachment_759748" align="aligncenter" width="650"]bhadrak ଭଦ୍ରକରେ ବନ୍ୟା ପାଣି ଘେରରେ ଲୋକେ ।[/caption]

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାପାଳଙ୍କୁ  ଏସ୍‌ଆରସି କ୍ଷମତା ଦିଆଯାଇଛି । ଆବଶ୍ୟକସ୍ଥଳେ ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୁଢ଼ାବଳଙ୍ଗ, ଜଳକା ବନ୍ୟାରେ ବାଲେଶ୍ୱର ସଦର ଓ ରେମୁଣା ବ୍ଲକ୍‌ର ବ୍ୟାପକ ଅଞ୍ଚଳ ଜଳମଗ୍ନ ଥିବା ବେଳେ ସୁବର୍ଣ୍ଣରେଖାର ବନ୍ୟା ଜିଲ୍ଲା ପାଇଁ ବଡ଼ ବିପତ୍ତି ଆଣିଛି।

ବାଲେଶ୍ୱର, ଭଦ୍ରକରେ ବନ୍ୟା ବିପତ୍ତି ଯୋଗୁ ଲୋକେ ନାହିଁ ନ ଥିବା ହୀନସ୍ତା ହେଉଥିବା ବେଳେ କାଲିଠୁ ପୁଣି ଆରମ୍ଭ ହେବ ପ୍ରବଳ ବର୍ଷା।  ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୩ ତାରିଖ ପାଇଁ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଆଦି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଏହି ତିନି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୪ରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।  ଏହିସବୁ ଜିଲ୍ଲା ମଧ୍ୟରେ ରହିଛି ଗଜପତି, ଗଞ୍ଜାମ, ଢେଙ୍କାନାଳ ଓ ଅନୁଗୁଳ । ୨୫ ତାରିଖରେ ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ବନ୍ୟା ସାଙ୍ଗକୁ ବର୍ଷାର ମୁକାବିଲା କରିବା ତଥା ବିପନ୍ନଙ୍କୁ ଥଇଥାନ କରିବା ଓ ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦେବା ପ୍ରଶାସନର ପ୍ରାଥମିକତା ପାଲଟିଛି। ଏଥିନିମନ୍ତେ  ନ୍ୟା ଘେରରେ ଥିବା ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story