ଫିକ୍କି ସଭାପତି ଦାୟିତ୍ୱ ଗ୍ରହଣ କଲେ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇମ୍ଫା ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଆଜି ଫେଡ଼େରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକ୍କି)ର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସମ୍ମାନଜନକ ଫିକ୍କି ସଭାପତି ଦାୟିତ୍ୱ ଗ୍ରହଣ କରିବାରେ ଶ୍ରୀ ପଣ୍ଡା ହେଉଛନ୍ତି ପ୍ରଥମ ଓଡ଼ିଆ ଶିଳ୍ପପତି। ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ଫିକ୍କିର ଟ୍ୟାଗଲାଇନ୍ ହେଉଛି ‘ଭାରତର ବ୍ୟବସାୟ ଓ ଉଦ୍ୟୋଗର ସ୍ୱର’ । ସେହି ଅନୁସାରେ ଏହି […]

ficci

Ordigital Desk
  • Published: Saturday, 17 December 2022
  • , Updated: 17 December 2022, 08:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇମ୍ଫା ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଆଜି ଫେଡ଼େରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକ୍କି)ର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସମ୍ମାନଜନକ ଫିକ୍କି ସଭାପତି ଦାୟିତ୍ୱ ଗ୍ରହଣ କରିବାରେ ଶ୍ରୀ ପଣ୍ଡା ହେଉଛନ୍ତି ପ୍ରଥମ ଓଡ଼ିଆ ଶିଳ୍ପପତି।

ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ଫିକ୍କିର ଟ୍ୟାଗଲାଇନ୍ ହେଉଛି ‘ଭାରତର ବ୍ୟବସାୟ ଓ ଉଦ୍ୟୋଗର ସ୍ୱର’ । ସେହି ଅନୁସାରେ ଏହି କ୍ଷେତ୍ରକୁ ଆଗକୁ ନେବା ପାଇଁ ସେ ପ୍ରୟାସ କରିବେ, କାରଣ ଦେଶର ଅଭିବୃଦ୍ଧିରେ ଏହା ଯୋଗଦାନ ଦେଇଥାଏ । ମୋର ପ୍ରାଥମିକତା ଏମଏସଏମଇ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ରହିବ । ଓଡ଼ିଶା ଆସନ୍ତାବର୍ଷ ଫିକ୍କିର ଏଜେଣ୍ଡାର କେନ୍ଦ୍ରବିନ୍ଦୁ ରହିବ । ଆଉ ମୋର ଟିମ୍ ସମେତ ବରିଷ୍ଠ ଉପସଭାପତି ଅନୀଶ ଶାହ ଓ ଉପସଭାପତି ହର୍ଷବର୍ଦ୍ଧନ ଅଗ୍ରୱାଲଙ୍କ ସହ ମିଶି ଆମେ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବୁ।

ସୂଚନାଯୋଗ୍ୟ, ଶ୍ରୀ ପଣ୍ଡା ପ୍ରାୟ ଦୁଇ ଦଶନ୍ଧି ଧରି ଫିକ୍କି ସହ ଜଡ଼ିତ ରହିଛନ୍ତି । ସେ ପୂର୍ବରୁ ଫିକ୍କିର ବରିଷ୍ଠ ଉପସଭାପତି ଓ ଫିକ୍କି ଓଡ଼ିଶା ରାଜ୍ୟ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ଶ୍ରୀ ପଣ୍ଡା ଅର୍ଥ ଓ ପରିଚାଳନା ମ୍ୟାନେଜମେଂଟରେ ବୋଷ୍ଟନର କ୍ୱେଷ୍ଟ୍ରମ ସ୍କୁଲ ଅଫ ବିଜିନେସରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ନିଜସ୍ୱ ଖଣି ସହ ଫେରୋ ଆଲଏଜ କ୍ଷେତ୍ରରେ କାର୍ଯ୍ୟରତ ଦେଶର ଅଗ୍ରଣୀ କମ୍ପାନୀ ଇମ୍ଫାର ବିଭିନ୍ନ ପଦପଦବୀରେ ସେ ସଫଳତାର ସହ କାର୍ଯ୍ୟ ମଧ୍ୟ କରିଛନ୍ତି । ପୂର୍ବରୁ ଶ୍ରୀ ପଣ୍ଡା ଫିକ୍କି ସଭାପତି ହେବେ ବୋଲି ଘୋଷଣା ହୋଇଥିଲେ ମଧ୍ୟ ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Related story