ମାନ୍ଦାବସ୍ଥା ପାଇଁ ଅର୍ଥମନ୍ତ୍ରୀଙ୍କୁ ଦୋଷ ଦେଲେ ସୁବ୍ରମଣ୍ୟମ୍‌; କହିଲେ, ୫ ଟ୍ରିଲିଅନ୍‌ ଇକୋନମି ସ୍ୱପ୍ନ ଦେଖିବା ବୃଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଦାୟୀ। ଦେଶର ଅଭିବୃଦ୍ଧି ହାର ଏବେ ୪ ପ୍ରତିଶତ ତଳେ ରହିଛି। ହେଲେ ଦେଶ ୧୦ ପ୍ରତିଶତ ଅଭିବୃଦ୍ଧି ହାରରେ ପହଞ୍ଚିବା ପାଇଁ ସକ୍ଷମ। ବିଶ୍ୱ ଏବେ ଡିଜିଟାଲ ଇକୋନମି ମୁହାଁ ଅଗ୍ରସର ହେଉଛି। ଆଉ ପ୍ରଧାନମନ୍ତ୍ରୀ ଏହି ଧାରା ଉପରେ ଗୁରୁତ୍ୱ ଦେଉଛନ୍ତି।’ ଦେଶର ପ୍ରତିଷ୍ଠିତ ଅର୍ଥନୀତିକ ବିଶାରଦ ତଥା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ‘ଓଟିଭି’ର ଦଶମ ବାର୍ଷିକୀ କନ୍‌ଭେନସନ୍ ‘ଫୋରସାଇଟ୍’ରେ […]

subramanyam swami otv

subramanyam swami otv

Subhransu Sekhar
  • Published: Saturday, 22 February 2020
  • Updated: 22 February 2020, 04:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଦାୟୀ। ଦେଶର ଅଭିବୃଦ୍ଧି ହାର ଏବେ ୪ ପ୍ରତିଶତ ତଳେ ରହିଛି। ହେଲେ ଦେଶ ୧୦ ପ୍ରତିଶତ ଅଭିବୃଦ୍ଧି ହାରରେ ପହଞ୍ଚିବା ପାଇଁ ସକ୍ଷମ। ବିଶ୍ୱ ଏବେ ଡିଜିଟାଲ ଇକୋନମି ମୁହାଁ ଅଗ୍ରସର ହେଉଛି। ଆଉ ପ୍ରଧାନମନ୍ତ୍ରୀ ଏହି ଧାରା ଉପରେ ଗୁରୁତ୍ୱ ଦେଉଛନ୍ତି।’

ଦେଶର ପ୍ରତିଷ୍ଠିତ ଅର୍ଥନୀତିକ ବିଶାରଦ ତଥା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ‘ଓଟିଭି’ର ଦଶମ ବାର୍ଷିକୀ କନ୍‌ଭେନସନ୍ ‘ଫୋରସାଇଟ୍’ରେ ଏଭଳି ମତ ରଖିଛନ୍ତି। ‘Slowdown and Beyond: Ideas for a sustainable and equitable recovery of the Indian Economy’ ପ୍ରସଙ୍ଗରେ ଆଲୋଚନା ବେଳେ ସେ ଏସବୁ ମତାମତ ରଖିଥିଲେ।

ଶ୍ରୀ ସ୍ୱାମୀ କହିଥିଲେ, ଯଦି ୧୦ ବର୍ଷ ଯାଏ ପ୍ରତିବର୍ଷ ୧୦ ପ୍ରତିଶତ ଅଭିବୃଦ୍ଧି ନରହିବ, ତା’ହେଲେ ଦେଶର ଦାରିଦ୍ର୍ୟ ଦୂରୀକରଣ ହୋଇପାରିବ ନାହିଁ। ଅନ୍ୟପକ୍ଷରେ ସରକାର ୫ ବର୍ଷରେ ଦେଶର ଅର୍ଥନୀତି ୫ ଟ୍ରିଲିଅନ ଇକୋନମିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ଦେଶର ଅଭିବୃଦ୍ଧି ହାର ୪ ପ୍ରତିଶତରୁ ତଳେ ରହିଛି। ତେଣୁ ଆଗାମୀ ୫ ବର୍ଷରେ ଦେଶର ଅର୍ଥନୀତି ଡବଲ୍‌ ହୋଇ ୫ ଟ୍ରିଲିଅନ ଇକୋନମିରେ ପହଞ୍ଚିବା ସମ୍ଭବ ନୁହେଁ। ହେଲେ ଅଭିବୃଦ୍ଧି ହାର ୧୪ ପ୍ରତିଶତ ରହିଲେ ଆଗାମୀ ୫ ବର୍ଷରେ ଦେଶର ଅର୍ଥନୀତି ୫ ଟ୍ରିଲିଅନ ଇକୋନମିରେ ପହଞ୍ଚି ପାରିବ ବୋଲି ସେ କହିଥିଲେ।

ଏ ସଂପର୍କରେ ସେ ଆହୁରି କହିଥିଲେ ଯେ ନୀତି ଆୟୋଗରେ ଥିବା ବରିଷ୍ଠ ଅଧିକାରୀ ମାନେ ଅର୍ଥନୀତି ବାବଦରେ ନବୁଝି ନେତାଙ୍କ କଥାକୁ ଗ୍ରହଣ କରି ୫ ଟ୍ରିଲିଅନ ଇକୋନମି ବାବଦରେ କହୁଛନ୍ତି। କିନ୍ତୁ ତାଙ୍କୁ ଏଭଳି କଥା କଷ୍ଟ ଦେଉଛି। ହେଲେ ସେ ଗୋଟିଏ ଦଳରେ ରହିଛନ୍ତି ଓ ଦଳୀୟ ଶୃଙ୍ଖଳା ମାନୁଛନ୍ତି। ତେଣୁ ଅନେକ କ୍ଷେତ୍ରରେ ଚୁପ ରହିବାକୁ ପଡ଼ୁଛି ବୋଲି ଏହି ବରିଷ୍ଠ ସାଂସଦ କହିଛନ୍ତି।

ଏହି ଅବସରରେ ଶ୍ରୀ ସ୍ୱାମୀ କ୍ଷୁଦ୍ର ଶିଳ୍ପ ଏବଂ ଲଘୁ ଉଦ୍ୟୋଗକୁ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, ଦେଶର ଅଭିବୃଦ୍ଧି ହାରକୁ ଆଗକୁ ନେବା ପାଇଁ କ୍ଷୁଦ୍ର ଶିଳ୍ପ ଏବଂ ଲଘୁ ଉଦ୍ୟୋଗକୁ ବଢ଼ାଇବାର ଆବଶ୍ୟକତା ରହିଛି। ମିନିମମ୍‌ ଇନ୍‌ଭେଷ୍ଟମେଣ୍ଟ ଓ ମ୍ୟାକ୍ସିମମ ଲେବର ଉପରେ ଗୁରୁତ୍ୱ ଦେଲେ ଅଧିକ ନିଯୁକ୍ତି ସୃଷ୍ଟି କରାଯାଇପାରିବ।

ସେ କହିଥିଲେ, ରଘୁରାମ ରାଜନଙ୍କ ସମୟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଛି। ସୁଧହାର କମ୍ ହେଲେ କ୍ଷୁଦ୍ର ଶିଳ୍ପ ଓ ମଧ୍ୟମ ଶିଳ୍ପ ଉପକୃତ ହେବେ।ଆମେରିକାରେ ଋଣ ନେଲେ ୨ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି। ତେଣୁ ଏଠାରେ ସରକାର ମଧ୍ୟ ଋଣ ହାର କମ୍ କରିବା ଦରକାର। ଏହାଦ୍ୱାରା ଲୋକମାନେ ଋଣ ନେଇ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ କରିପାରିବେ। ଫଳରେ ଅଭିବୃଦ୍ଧି ହାର ବଢ଼ିବ। ଦେଶର ଅର୍ଥନୀତିକୁ ନେଇ ସେ ଅନେକ ଥର ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛନ୍ତି। ହେଲେ ତାଙ୍କ ଚିଠି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚୁ ନଥିବା ଶ୍ରୀ ସ୍ୱାମୀ କହିଥିଲେ।

ଆୟକର ବାବଦରେ ବି ସୁବ୍ରମଣ୍ୟମ ସ୍ୱାମୀ ମତ ରଖିଥିଲେ। ସେ କହିଥିଲେ, ଚାଷ ଉପରେ କର ବ୍ୟବସ୍ଥା ନାହିଁ। ଯଦି ଲଗାଯିବ, ତା’ହେଲେ ଟ୍ୟାକ୍ସ ଇନ୍ସପେକ୍ଟର ଟ୍ୟାକ୍ସ ସଂଗ୍ରହ ଗଲେ ମାଡ଼ ଖାଇ ଫେରିବା ସୁନିଶ୍ଚିତ। ସେମାନଙ୍କ ପାଖରୁ ଟ୍ୟାକ୍ସ ସଂଗ୍ରହ କରିବା କଷ୍ଟକର ହୋଇଥିବାରୁ ଚାଷ ଉପରେ ଟ୍ୟାକ୍ସ ଲଗାଯାଉନାହିଁ। ସେହିପରି ସହରର ଉଦାହରଣ ଦେଇ ସେ କହିଥିଲେ ଯେ ଯେଉଁ ଧନୀ ଲୋକମାନେ ଚାଟାର୍ଡ ଆକାଉଣ୍ଟାଣ୍ଟ ରଖିଛନ୍ତି। ତେଣୁ କେବଳ ସର୍ବନିମ୍ନ ଟ୍ୟାକ୍ସ ଦେଇ ବର୍ତ୍ତିଯାଉଛନ୍ତି। ହେଲେ ମଧ୍ୟମ ଶ୍ରେଣୀର ଲୋକ, ଷ୍ଟାର୍ଟଅପ କମ୍ପାନୀ ଓ ନୂଆ ନୂଆ ଶିଳ୍ପ ଆରମ୍ଭ କରିଥିବା ଲୋକେ ଟ୍ୟାକ୍ସ ଜଞ୍ଜାଳରେ ଫସିଯାଉଛନ୍ତି। ଆଉ ଏହିମାନେ ହିଁ ଦେଶର ଅର୍ଥନୀତିର ମେରୁଦଣ୍ଡ। ତେବେ ପୂର୍ବ ତୁଳନାରେ ଦେଶର ଅର୍ଥନୀତିକ ମଡେଲରେ ଉନ୍ନତି ଘଟିଛି।

ଅତୀତର କିଛି ମାନ୍ଦାବସ୍ଥାର ଉଦହାରଣ ଦେବା ଅବସରରେ ଶ୍ରୀ ସ୍ୱାମୀ କହିଥିଲେ ଯେ ଖାଦ୍ୟାଭାବରୁ ଦେଶ ମୁକୁଳିଛି। ୧୯୬୫ ପରି ଆଉ ସ୍ଥିତି ନାହିଁ। ତେବେ ଦେଶର ଅଭିବୃଦ୍ଧି ହାର ଆଗକୁ ନେବାକୁ ହେଲେ ଅନେକ କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯଦି କରାଯିବ, ତା’ହେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ୨୦୨୦ର ସ୍ୱପ୍ନ ପୂରଣ ହୋଇପାରିବ।

ଓଟିଭିର ଏହି ‘ଫୋରସାଇଟ୍’ କାର୍ଯ୍ୟକ୍ରମ ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ସ୍ୱାଗତ ଅଭିଭାଷଣରୁ ଆରମ୍ଭ ହୋଇଥିଲା। ରାଜନୀତି, ଅର୍ଥନୀତି, ସଂସ୍କୃତି ସହ ଜଡ଼ିତ ପ୍ରସଙ୍ଗରେ ଏଥିରେ ଆଲୋଚନା ହୋଇଥିବା ବେଳେ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀଙ୍କ ସମେତ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଭଳି ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story