ଓଡିଶାର ସୁବ୍ରତ ଦାସଙ୍କ ସମେତ ୨୦ ଜଣଙ୍କୁ ଜାତୀୟ ଯୁବ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡିଶାର ସୁବ୍ରତ କୁମାର ଦାସଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ ୨୦ ଜଣଙ୍କୁ ବ୍ୟକ୍ତିବିଶେଷ ଭାବେ ଏବଂ ୩ଟି ସଙ୍ଗଠନକୁ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ, ମାନବ ଅଧିକାର, ସକ୍ରିୟ ନାଗରିକତା ଭଳି ବିକାଶ ଓ ସମାଜ ସେବାର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ନିମନ୍ତେ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) କିରେନ ରିଜିଜୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ତରଫରୁ ଦିଆଯାଉଥିବା ଏହି ପୁରସ୍କାରର ଲକ୍ଷ୍ୟ ହେଉଛି ଜାତୀୟ ବିକାଶ ଓ ସମାଜ ସେବା କ୍ଷେତ୍ରରେ ଉକ୍ରର୍ଷ ହାସଲ କରିଥିବା, ଭଲ ନାଗରିକ ହେବା ପାଇଁ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିଥିବା ଏବଂ ସମାଜ ସେବାରେ ଉତ୍କୃଷ୍ଟ ଯୋଗଦାନ କରିଥିବା ବ୍ୟକ୍ତିବିଶେଷ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସ୍ୱୀକୃତି ଓ ସମ୍ମାନ ଦେବା।

ବ୍ୟକ୍ତିଗତ ପୁରସ୍କାର ସ୍ୱରୂପ ଏକ ମେଡାଲ, ପ୍ରମାଣ ପତ୍ର ଏବଂ ୫୦,୦୦୦ ଟଙ୍କାର ଅର୍ଥରାଶି ଦିଆଯାଇ ଥାଏ। ସେହିପରି ଯୁବ ସଙ୍ଗଠନଗୁଡ଼ିକୁ ପୁରସ୍କାର ସ୍ୱରୂପ ଏକ ମେଡାଲ, ଏକ ପ୍ରମାଣ ପତ୍ର ଏବଂ ୨ ଲକ୍ଷ ଟଙ୍କାର ଅର୍ଥରାଶି ଦିଅଯାଇ ଥାଏ। ଏଥିସହିତ “ଭାରତୀୟ ଯୁବବର୍ଗଙ୍କ ଦୃଷ୍ଟିରେ ଚାଇନା -୨୦୧୯” ଶୀର୍ଷକ ଫଟୋ ପ୍ରଦର୍ଶନୀ ପାଇଁ ୩ଟି ବ୍ୟକ୍ତିଗତ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ରିଜିଜୁ କହିଥିଲେ ଯେ ଭାରତ ହେଉଛି ଏକ ଯୁବବର୍ଗଙ୍କ ଦେଶ ଏବଂ ଏଥିରେ ଅନେକ ସାମର୍ଥ୍ୟ ରହିଛି। ଦେଶର ଭବିଷ୍ୟତ ଯୁବବର୍ଗଙ୍କ ହାତରେ ରହିଛି। ସେମାନେ ହିଁ ଏହାକୁ ସଠିକ ସ୍ୱରୂପ ଦେଇ ପାରିବେ।

ପୁରସ୍କାର ତାଲିକା:

ବ୍ୟକ୍ତିଗତ ବର୍ଗ: ସୁବ୍ରତ କୁମାର ଦାସ (ଓଡିଶା), ରୋହିତ କୁମାର କାଶ୍ୟପ (ଉତ୍ତର ପ୍ରଦେଶ), ବିନିତ ଦେବୀଦାଶ ମାଲପୁରେ (ମହାରାଷ୍ଟ୍ର), ମୋମୋତା ଥୌନାଓଜାମ (ମଣିପୁର), ନିତେଶ କୁମାର ସାହୁ (ଛତିଶଗଡ), ଓଡିରାଜୁ ଭାମଶିକ୍ରି୩⁄୪ା (ତେଲାଙ୍ଗାନା), ପ୍ରିନ୍ସ ସିଙ୍ଘଲ (ଝାଡଖଣ୍ଡ), ଅପୂର୍ବ ଓମ (ଦିଲ୍ଲୀ), ଏଜି ପଦ୍ମନାଭନ (ତାମିଲନାଡୁ), ଓଁକାର ରାଜୀବ ନାଭାଲିହାଲକାର (ମହାରାଷ୍ଟ୍ର), ଗାତେମ ଭେଙ୍କଟେସ (ଆନ୍ଧ୍ର ପ୍ରଦେଶ), କେ କ୍ରି୩⁄୪ା ମୋହନ ସିଙ୍ଘା (ଆସାମ), ପୃଧ୍ୱୀ ଗୋଲା (ଆନ୍ଧ୍ର ପ୍ରଦେଶ), ରାଜୁ ଗୋରାଇ (ପ୧⁄୨ିମ ବଙ୍ଗ),ରହୁଲ ଦାବୁର (ହରିୟାନା), ହଂସରାଜ ଖାଟାୱାଲିଆ (ରାଜସ୍ଥାନ), ପ୍ରିତୀଶ କୁମାର (ଉତର ପ୍ରଦେଶ), ମୃତ୍ୟୁଞ୍ଜୟ ଦ୍ୱିବେଦୀ (ଉତର ପ୍ରଦେଶ), ମିତେଶ ଗଜ୍ଜର (ଗୁଜୁରାଟ), , ମନୁକାମ୍ବୋଜ (ରାଜସ୍ଥାନ);
ସଙ୍ଗଠନ ବର୍ଗ: ଇକୋ-ପ୍ରୋ ବହୁଦେଶୀୟ ସଂସ୍ଥା, ଚନ୍ଦ୍ରପୁର (ମହାରାଷ୍ଟ୍ର), କେୟାର ଆଣ୍ଡ ସେୟାର ଫାଉଣ୍ଡେସନ (ମଣିପୁର), ସମଉତ୍କର୍ଷ ଯୁବ ବିକାଶ ନବଯୁବକ ମଣ୍ଡଳ, ରାଜସ୍ଥାନ