ଗଣମାଧ୍ୟମକୁ ପାଠ ପଢ଼ାଇଲେ ସୁବ୍ରତ ବାଗ୍‌ଚୀ: କହିଲେ- ଏହା କ୍ରିକେଟ୍‌ ନୁହେଁ, କୋଭିଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଲାଣି। ଏ ସମ୍ପର୍କରେ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ପ୍ରତିଦିନ ଅପରାହ୍ନରେ ଗଣମାଧ୍ୟମକୁ ବିଟ୍‌ ବାଏ ବିଟ୍‌ ଖବର ଦେଇଆସୁଛନ୍ତି। କେତେବେଳେ କ୍ୱାରେଣ୍ଟାଇନ୍‌ ପିରିଅଡ୍‌କୁ ଜଗନ୍ନାଥଙ୍କ ଅଣସର ସହିତ ତୁଳନା କରନ୍ତି ତ ଆଉ କେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କର ୧୪ ବର୍ଷର ବନବାସ ସହ ତୁଳନା କରନ୍ତି। କିନ୍ତୁ ଆଜି ଗଣମାଧ୍ୟମକୁ ଶୃଙ୍ଖଳାର ପାଠ ପଢ଼ାଇଛନ୍ତି ଶ୍ରୀ ବାଗ୍‌ଚୀ। କହିଛନ୍ତି, ‘କରୋନା’ ଦିନିକିଆ ବା ଆଇପିଏଲ୍‌ […]

subrat

subrat

Manoranjan Sial
  • Published: Thursday, 09 April 2020
  • Updated: 09 April 2020, 06:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଲାଣି। ଏ ସମ୍ପର୍କରେ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ପ୍ରତିଦିନ ଅପରାହ୍ନରେ ଗଣମାଧ୍ୟମକୁ ବିଟ୍‌ ବାଏ ବିଟ୍‌ ଖବର ଦେଇଆସୁଛନ୍ତି। କେତେବେଳେ କ୍ୱାରେଣ୍ଟାଇନ୍‌ ପିରିଅଡ୍‌କୁ ଜଗନ୍ନାଥଙ୍କ ଅଣସର ସହିତ ତୁଳନା କରନ୍ତି ତ ଆଉ କେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କର ୧୪ ବର୍ଷର ବନବାସ ସହ ତୁଳନା କରନ୍ତି। କିନ୍ତୁ ଆଜି ଗଣମାଧ୍ୟମକୁ ଶୃଙ୍ଖଳାର ପାଠ ପଢ଼ାଇଛନ୍ତି ଶ୍ରୀ ବାଗ୍‌ଚୀ। କହିଛନ୍ତି, ‘କରୋନା’ ଦିନିକିଆ ବା ଆଇପିଏଲ୍‌ କ୍ରିକେଟ ମ୍ୟାଚ୍ ନୁହେଁ।

ସେ କହିଛନ୍ତି-“କ୍ରିକେଟ୍‌ ମ୍ୟାଚ୍‌ରେ ଆମେ ବଲ୍‌ ବାଇ ବଲ୍‌ ଆକାଉଣ୍ଟ ଖୋଜୁ। କେଉଁ ବଲ୍‌ କେତେ ଗତିରେ ଆସିଲା ଓ ବ୍ୟାଟ୍ସମ୍ୟାନ୍‌ କିପରି ଅନାଇଲା ଏବଂ କିପରି ହୁକ୍‌ କଲା ଇତ୍ୟାଦି। ସେଠି ପ୍ରତି ବଲ୍‌ର ସମୀକ୍ଷା କରାଯାଏ। ବ୍ୟାଟିଂ କରୁଥିବା ଖେଳାଳି କେବଳ ବ୍ୟାଟିଂ କରୁ ତାହା ଦେଖିଲେ ମନ ଶାନ୍ତି ହୁଏନି। ସେ ବାଉଣ୍ଡାରୀ ଓ ଆଉଟ୍‌ ହେବାର ଆକ୍‌ସନ୍‌କୁ ମଧ୍ୟ ଦେଖିବାକୁ ପଡ଼ିଥାଏ। ସେଥିରେ ପୁଣି ମନ ଭରେ ନାହିଁ। ତାକୁ ପୁଣି ଥରେ ସ୍ଲୋ ମୋଶନ୍‌ରେ ଦେଖିବାକୁ ଚାହୁଁ।”

ବାଗ୍‌ଚୀ ଆହୁରି କହିଛନ୍ତି- “ଆଜି ସୁଦ୍ଧା ରାଜ୍ୟରେ ୪୪ ଜଣ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ୧୪ଟି ସ୍ଥାନରେ ଯେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ରେ ପହଞ୍ଚିବ, ସେତେବେଳେ ଆମେ କଣ କରିବା? ଇଏ କ୍ରିକେଟ ନୁହେଁ, କୋଭିଡ୍‌ର ଖେଳ। ଆବେଗ ନୁହେଁ ପ୍ରତ୍ୟୟର ସମୟ। ଏ ବିପଦ ନଗଲା ପର୍ଯ୍ୟନ୍ତ ପ୍ରତିଦିନ ବ୍ୟବହାର୍ଯ୍ୟ ତଥ୍ୟ ପହଞ୍ଚାଇବୁ। ଆପଣ ପ୍ରତିଟି ବଲ୍‌ର ସମୀକ୍ଷା କରନ୍ତୁ ନାହିଁ। ସରକାର ସଠିକ୍‌ ଖବର ସଠିକ୍‌ ସମୟରେ ପହଞ୍ଚାଇବେ। ଏଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଆପାତକାଳୀନ ପରିସ୍ଥିତିରେ ସବୁବେଳେ ସବୁ ଖବର ଘଟିବା ବେଳେ ଦେବାକୁ ପଡ଼ିବ, ତାହା ସମ୍ଭବପର ନୁହେଁ। ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରେ ଦେଖିବାକୁ ପଡ଼ିବ। ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବା ଦରକାର, ସେଠାରେ ଆମେ ଦେବୁ। ଯେଉଁଠି ଜନହିତ ପ୍ରତି ଆଶଙ୍କା ରହିଛି, ସେଠି ବ୍ୟକ୍ତିଗତ ବିବରଣୀ ଦେବୁନାହିଁ। ଏଥିପାଇଁ ସମାଲୋଚନା ଓ ସମୀକ୍ଷା କରିବାର ଆବଶ୍ୟକତା ନାହିଁ।”

ସାଧାରଣ ସମୟ ଓ ଅସାଧାରଣ ସମୟ ବିଷୟରେ ସୂଚନା ଦେଇ ଶ୍ରୀ ବାଗ୍‌ଚୀ କହିଛନ୍ତି-“ସାଧାରଣ ସମୟରେ ଗଣମାଧ୍ୟମ ସନ୍‌ସନି ଖବର ଖୋଜନ୍ତି। ଖୋଳି ତଥ୍ୟ ବାହାର କରନ୍ତି। କୋଟିଏ ଚ୍ୟାନେଲ୍‌ କହିବା ପୂର୍ବରୁ ଗୋଟିଏ ଚ୍ୟାନେଲ ହେବାକୁ ଚେଷ୍ଟା କରନ୍ତି। ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଦାୟିତ୍ୱବାନ ହେବାକୁ ପଡ଼ିବ। ଏଇଟା ସାଧାରଣ ସମୟ ନୁହେଁ। କାରଣ ଏଇଟା ଅସାଧାରଣ ସମୟ। କୋଭିଡ୍‌ ହସ୍ପିଟାଲ ଓ ଲାବୋରେଟାରୀ ଆଗରେ ଓବି ଭ୍ୟାନ୍‌ ଠିଆ କରାଇବାର ସମୟ ନୁହେଁ। ତେଣୁ ଆପଣମାନଙ୍କୁ ଅନୁରୋଧ କରୁଛି, ବ୍ୟବହାର୍ଯ୍ୟ ତଥ୍ୟ ପାଇଁ ଆମକୁ ସୁଯୋଗ ଦିଅନ୍ତୁ। ବଲ୍‌ ବାଇ ବଲ୍‌ ଆକାଉଣ୍ଟ ଖୋଜନ୍ତୁ ନାହିଁ।

ଏହି ଯୁଦ୍ଧ ୧୮, ୧୪ ବା ୨୧ ଦିନର ନୁହେଁ। ଏହି ଯୁଦ୍ଧ କେବଳ ସରକାରଙ୍କର ନୁହେଁ। ସମାଜର ପ୍ରତିଟି ମଣିଷର ବ୍ୟକ୍ତିଗତ ଓ ସାମୂହିକ ଯୁଦ୍ଧ। ଏଥିପାଇଁ ସମସ୍ତଙ୍କୁ ଧୈର୍ଯ୍ୟ ଓ ବିଶ୍ୱାସ ରଖିବାକୁ ପଡ଼ିବ। ସମସ୍ତଙ୍କୁ ଶକ୍ତି ସଞ୍ଚୟ କରିବାକୁ ପଡ଼ିବ। ଘରେ ରହୁନ୍ତୁ, ଶକ୍ତି ସଞ୍ଚୟ କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story