ଜୟଦେବ ବାଟିକାରେ ପ୍ରେମିକକୁ ସୁଇସାଇଡ୍‌ ଟିପ୍ସ ଦେଇ ଥାନାରେ ପ୍ରେମିକା  

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରେମମୟ ଜୟଦେବ ବାଟିକାରେ କୋଳାହଳ ଖୁବ୍‌ କମ୍‌ ଶୁଣାଯାଏ । କିନ୍ତୁ ଆଜି ଆପରାହ୍ନରେ ହଠାତ୍‌ ଶୁଣିବାକୁ ମିଳିଥିଲା ଜଣେ ଯୁବତୀଙ୍କ ଚିତ୍କାର। “ଦଉଡି ଆସ, ଦଉଡି ଆସ, କିଏ କୋଉଠି ଅଛ”। ହଠାତ୍‌ ଏମିତି ସ୍ୱର ଶୁଣି ସମସ୍ତେ ଏକାଠି ହୋଇଗଲେ। ଆଉ ଦେଖିଲେ ସାମ୍ନା ଗଛରେ ଝୁଲିଛି ଜଣେ ଯୁବକଙ୍କ ମୃତଦେହ। ଆଉ ଚିତ୍କାର କରିଥିବା ଯୁବତୀ ଜଣକ ତାଙ୍କର ପ୍ରେମିକା ବୋଲି ସେତେବେଳକୁ ସମସ୍ତେ ଜାଣିଯାଇଥିଲେ। ହେଲେ କ’ଣ ହେଲା […]

suicide

Rakesh Mallick
  • Published: Monday, 02 April 2018
  • , Updated: 02 April 2018, 09:12 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରେମମୟ ଜୟଦେବ ବାଟିକାରେ କୋଳାହଳ ଖୁବ୍‌ କମ୍‌ ଶୁଣାଯାଏ । କିନ୍ତୁ ଆଜି ଆପରାହ୍ନରେ ହଠାତ୍‌ ଶୁଣିବାକୁ ମିଳିଥିଲା ଜଣେ ଯୁବତୀଙ୍କ ଚିତ୍କାର। “ଦଉଡି ଆସ, ଦଉଡି ଆସ, କିଏ କୋଉଠି ଅଛ”। ହଠାତ୍‌ ଏମିତି ସ୍ୱର ଶୁଣି ସମସ୍ତେ ଏକାଠି ହୋଇଗଲେ। ଆଉ ଦେଖିଲେ ସାମ୍ନା ଗଛରେ ଝୁଲିଛି ଜଣେ ଯୁବକଙ୍କ ମୃତଦେହ। ଆଉ ଚିତ୍କାର କରିଥିବା ଯୁବତୀ ଜଣକ ତାଙ୍କର ପ୍ରେମିକା ବୋଲି ସେତେବେଳକୁ ସମସ୍ତେ ଜାଣିଯାଇଥିଲେ।

ହେଲେ କ’ଣ ହେଲା ଯେ, ହଠାତ୍‌ ଏମିତି କାଣ୍ଡ ଘଟିଗଲା ? ତାକୁ ନେଇ ଟୁପୁର ଟାପର ଆରମ୍ଭ ହେଲା। କଥା ଥାନାରେ ପହଞ୍ଚିବାରୁ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ପିସିଆରରେ ବସାଇ ସାଥିରେ ନେଇଗଲା। ଆଉ ଯୁବତୀଙ୍କ ବୟାନ୍‌ ଶୁଣିଲା। ଆଉ ଯାହା ଶୁଣିଲା ପୋଲିସ ପୁରା ତାଜୁବ୍‌। ଆପଣବି ଶୁଣିଲେ ହଠାତ୍‌ ବିଶ୍ୱାସ କରି ପାରିବେନି।

“ଏକାଠି ବଞ୍ଚିବାନି ଯଦି ଏକାଠି ମରିଯିବା। ହେଲେ ଯମ କ’ଣ ଏକାଥରେ ନବ? କେବେ ବି ନୁହେଁ। ସେଥିପାଇଁ ଆଗପଛ ହୋଇ ମରିବା। ପ୍ରଥମେ ତୁମେ ଆଉ ତୁମ ପଛେ ପଛେ ମୁଁ।” ଝୁମୁରୀ(ପ୍ରେମିକାଙ୍କ ଛଦ୍ମନାମ) ନିଜ ପ୍ରେମିକା ଶଶିକାନ୍ତଙ୍କୁ ଏମିତି କହି ଉସ୍‌କାଇଥିଲେ। ଭାବପ୍ରବଣତାରେ ଭାସି ଯାଇଥିଲେ ଶଶିକାନ୍ତ। ପ୍ରେମିକା ମୁହଁକୁ ଶେଷଥର ଚାହିଁ ଆତ୍ମହତ୍ୟାର ନିଷ୍ପତ୍ତି ନେଲେ। ଖାଲି ସେତିକି ନୁହେଁ ପ୍ରିୟତମାଙ୍କ ଓଢଣୀରେ ନିଜେ ରଶି ଲଗାଇବେ ବୋଲି ସ୍ଥିର କରିନେଲା। ଭାବିଥିଲେ ସେ ମରିଯିବା ପରେ ଝୁମୁରୀ ବି ଜୟଦେବ ବାଟିକାର ସେଇ ଗଛରେ ରଶି ଲଗାଇବେ। କଥା ମୁତାବକ ପ୍ରଥମ ପାଳି ଥିଲା ଶଶିକାନ୍ତଙ୍କର। ଝୁମୁରୀ ବି କଥା ରଖି ନିଜ ଓଢଣିଟି ବଢେଇ ଦେଲେ ତାଙ୍କୁ। ଶଶିକାନ୍ତ ସେଇ ଓଢଣୀରେ ଦଉଡି ଲଗାଇ ଦେଲେ। ଆଖି ତରାଟି, ଜିଭ କାମୁଡି ଉଡିଗଲା ତାଙ୍କ ପ୍ରାଣବାୟୁ। ଆଉ ଏତିକି ବେଳକୁ ମୃତ୍ୟୁର ଟିପ୍ସ ଦେଇଥିବା ପ୍ରେମିକା ଝୁମୁରୀ ଚିତ୍କାର କଲେ।

ପୁରା ଘଟଣା ଶୁଣି ପୋଲିସ ତାଜ୍ଜୁବ୍‌ ହୋଇଯାଇଛି। ଅଭିଯୁକ୍ତ ପ୍ରେମିକା ସତ କହୁଛନ୍ତି ନା ମିଛ ସେ ନେଇ ପୋଲିସ  ତର୍ଜମା କରୁଛି। ଇତିମଧ୍ୟରେ ମୃତ ଶଶିକାନ୍ତ ପଣ୍ଡାଙ୍କ ପରିଚୟ ମିଳିଛି। ତାଙ୍କ ଘର ବାଲେଶ୍ୱର ଜିଲାରେ। ସେ ଭୁବନେଶ୍ୱରର ଏକ ଘରାଇ ବ୍ୟାଙ୍କରେ ଚାକିରି କରୁଥିଲେ। ଏଣେ ଥାନାରେ ଅଟକ ଥିବା ତାଙ୍କ ପ୍ରେମିକା ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି ଓ ତାଙ୍କ ଘର ଅନୁଗୁଳ ଜିଲାରେ ବୋଲି କହିଛି ପୋଲିସ। ଅଟକ ଯୁବତୀଙ୍କ କଥାରେ ସତ୍ୟତା ଅଛି ନା ଘଟଣା ଆଉ କିଛି ସେ ନେଇ ତଦନ୍ତ ଚଳାଇଛି କମିଶନରେଟ୍‌ ପୋଲିସ।

Related story