୭ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ, ୩ଟି ବନ୍ଧୁକ ଓ ୫୦ରାଉଣ୍ଡ ଗୁଳି ଜବତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କୁକୁଡ଼ାବାହାଲ ଜଙ୍ଗଲୁ ୭ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ କୁଆଁରମୁଣ୍ଡା ପୋଲିସ୍‌ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଜୋନାଲ କମିଟି ମେମ୍ବର ଅର୍ଜୁନ ରାଣା ଓ ଏରିଆ କମାଣ୍ଡର ସୂର୍ଯ୍ୟ ଓରଫ କରଣ ସାଏ। ଏମାନେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ଝାଡ଼ଖଣ୍ଡରେ ମଧ୍ୟ ବହୁ ଅପରାଧରେ ସଂପୃକ୍ତ ଥିଲେ। ସେମାନଙ୍କ ପାଖରୁ ଗୋଟିଏ କାର୍ବାଇନ, ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ, ୩ଟି ବନ୍ଧୁକ ଓ ୫୦ ରାଉଣ୍ଡ ଗୁଳି ଜବତ କରାଯାଇଛି। କୁଆଁରମୁଣ୍ଡା […]

plfi

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 09:45 AM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କୁକୁଡ଼ାବାହାଲ ଜଙ୍ଗଲୁ ୭ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ କୁଆଁରମୁଣ୍ଡା ପୋଲିସ୍‌ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଜୋନାଲ କମିଟି ମେମ୍ବର ଅର୍ଜୁନ ରାଣା ଓ ଏରିଆ କମାଣ୍ଡର ସୂର୍ଯ୍ୟ ଓରଫ କରଣ ସାଏ। ଏମାନେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ଝାଡ଼ଖଣ୍ଡରେ ମଧ୍ୟ ବହୁ ଅପରାଧରେ ସଂପୃକ୍ତ ଥିଲେ।

ସେମାନଙ୍କ ପାଖରୁ ଗୋଟିଏ କାର୍ବାଇନ, ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ, ୩ଟି ବନ୍ଧୁକ ଓ ୫୦ ରାଉଣ୍ଡ ଗୁଳି ଜବତ କରାଯାଇଛି।

କୁଆଁରମୁଣ୍ଡା ଥାନା କୁକୁଡ଼ାବାହାଲ ଜଙ୍ଗଲରେ କ୍ୟାମ୍ପ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ୮ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିଲା।

ଝାଡ଼ଖଣ୍ଡରେ ସିଆରପିଏଫ୍ ଓ ପୋଲିସର ମିଳିତ ଅପରେସନ ଚାଲିଥିବାରୁ  ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ଓଡ଼ିଶାକୁ ପଳାଇ ଆସୁଥିବା ସୁନ୍ଦରଗଡ଼ ଏସ୍‌ପି ପିନାକ ମିଶ୍ର କହିଛନ୍ତି।

ପୋଲିସ୍ ଡିଜି ଆର.ପି.ଶର୍ମା କହିଛନ୍ତି,“ରାଉରକେଲାରୁ ଗିରଫ ୭ ପିଏଲଏଫ୍‌ଆଇ ସଦସ୍ୟଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ। ଗିରଫ ହୋଇଥିବା ପିଏଲଏଫ୍‌ଆଇ ସଦସ୍ୟ ମଧ୍ୟରେ ୩ଜଣ ଓଡ଼ିଶାର,୩ଜଣ ଝାଡଖଣ୍ଡର ଓ ଜଣେ ଆସାମର। ସେମାନଙ୍କୁ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।”

 

 

Related story