ସୁଦୀପଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ କରିଥିବା ଜାମିନ ଆବେଦନ ଖାରଜ ହୋଇଯାଇଛି। ଜିଲ୍ଲା ଜଜ୍‌ ଆଜି ସୁଦୀପଙ୍କ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି। ଜାନୁଆରୀ ୧୨ ତାରିଖରେ ସୁଦୀପ ଜାମିନ ଆବେଦନ କରିଥିଲେ। ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଗିରଫଦାରି ପ୍ରତିବାଦରେ ଗତ ୯ ତାରିଖରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ଆଗରେ ତୃଣମୂଳ କଂଗ୍ରେସର କର୍ମୀ ଓ ନେତାମାନେ ଧାରଣା ଦେଇଥିଲେ। ସୁଦୀପଙ୍କୁ […]

sudeep-bandopadhaya

Rakesh Mallick
  • Published: Saturday, 04 February 2017
  • , Updated: 04 February 2017, 03:42 PM IST

ଭୁବନେଶ୍ୱର: ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ କରିଥିବା ଜାମିନ ଆବେଦନ ଖାରଜ ହୋଇଯାଇଛି। ଜିଲ୍ଲା ଜଜ୍‌ ଆଜି ସୁଦୀପଙ୍କ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି।

ଜାନୁଆରୀ ୧୨ ତାରିଖରେ ସୁଦୀପ ଜାମିନ ଆବେଦନ କରିଥିଲେ।

ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଗିରଫଦାରି ପ୍ରତିବାଦରେ ଗତ ୯ ତାରିଖରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ଆଗରେ ତୃଣମୂଳ କଂଗ୍ରେସର କର୍ମୀ ଓ ନେତାମାନେ ଧାରଣା ଦେଇଥିଲେ। ସୁଦୀପଙ୍କୁ ଜାମିନରେ ନ ଛାଡିଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ନୋଟବନ୍ଦୀକୁ ବିରୋଧ କରୁଥିବାରୁ ଦଳୀୟ ନେତାଙ୍କ ଉପରେ ବିଜେପି ସିବିଆଇକୁ ମାଧ୍ୟମ କରି ଆକ୍ରୋଶମୂଳକ ପଦକ୍ଷେପ ନେଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

Related story