ଆତ୍ମହତ୍ୟା ଉଦ୍ୟମ କରୁଥିଲେ; ଛିଡ଼ିଗଲା ଓଢ଼ଣୀ

କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଓଢ଼ଣୀରେ ଘରର ଛାତ ଏଙ୍ଗେଲରେ ଫାଶି ଦେଇ ଆତ୍ମହତ୍ୟା କରିବା ସମୟରେ ଓଢ଼ଣୀ ଛିଡ଼ିଯିବାରୁ ତଳେ ପଡ଼ି ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ପ୍ରଶାନ୍ତ ପଣ୍ଡା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ। ସେ ଶିକ୍ଷକ ଥିଲେ। ପ୍ରଶାନ୍ତ ପ୍ରଥମେ ଟିକିରି ଶିଶୁ ମନ୍ଦିରରେ ୩ ବର୍ଷ ଶିକ୍ଷକତା କରିଥିଲେ। ଏହାପରେ ସେ […]

teacher

Jyoshna Pradhan
  • Published: Thursday, 16 January 2020
  • , Updated: 16 January 2020, 02:32 PM IST

କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଓଢ଼ଣୀରେ ଘରର ଛାତ ଏଙ୍ଗେଲରେ ଫାଶି ଦେଇ ଆତ୍ମହତ୍ୟା କରିବା ସମୟରେ ଓଢ଼ଣୀ ଛିଡ଼ିଯିବାରୁ ତଳେ ପଡ଼ି ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ପ୍ରଶାନ୍ତ ପଣ୍ଡା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ। ସେ ଶିକ୍ଷକ ଥିଲେ।

ପ୍ରଶାନ୍ତ ପ୍ରଥମେ ଟିକିରି ଶିଶୁ ମନ୍ଦିରରେ ୩ ବର୍ଷ ଶିକ୍ଷକତା କରିଥିଲେ। ଏହାପରେ ସେ ୭ ବର୍ଷ ହେଲା ମାଙ୍କଡ଼ାଝୋଲା ହାଇସ୍କୁଲରେ କାର୍ଯ୍ୟରତ ଥିଲେ। ସେ ପ୍ରାୟ ୧୦ବର୍ଷ ହେବ ଟିକିରିରେ ଏକ ଭଡ଼ାଘରେ ରହୁଥିଲେ।

ଗତକାଲି ରାତିରେ ତାଙ୍କ ପରିବାର ଲୋକେ ଖାଇସାରି ଶୋଇବା ପରେ ପ୍ରଶାନ୍ତ ତାଙ୍କ ସ୍ତ୍ରୀର ଓଢ଼ଣୀ ଆଣି ଘରର ଛାତ ଏଙ୍ଗେଲରେ ଫାଶି ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଓଢ଼ଣୀ ଛିଡ଼ିଯାଇଥିଲା। ଯଦ୍ୱାରା ସେ ତଳେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।‌ ତେବେ ପ୍ରଶାନ୍ତ ଗତକିଛି ଦିନ ହେବ ଚିନ୍ତାରେ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି।

ଖବରପାଇ ଟିକିରି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଛି। ତେବେ ବ୍ୟବଚ୍ଛେଦ ପରେ ମୃତଦେହ  ତାଙ୍କ ଗାଁ ସୋର ନିକଟସ୍ଥ ଜଗନ୍ନାଥପୁର ପୁରକୁ ପଠାଯିବ ବୋଲି  ଟିକିରି ଥାନା ଏଏସ୍‌ଆଇ କହିଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଟିକିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଥିସହ ଏହି ଘଟଣା ସମ୍ପର୍କରେ ଖବର ପାଇ ଘର ଆଗରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା।

Related story