ବେକ କଟା ଅବସ୍ଥାରେ କଏଦୀ ଉଦ୍ଧାର, ଡାକ୍ତରଖାନା ଆଣିଥିବା କଏଦୀ ଫେରାର!

ବୌଦ୍ଧ(ଦୀପକ ଅଦର): ଜେଲ ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ କଏଦୀ ଉଦ୍ଧାର ହୋଇଛନ୍ତି। ଆଜି ବୌଦ୍ଧ ଜିଲା ଲାଣ୍ଡିବନ୍ଧ ସ୍ଥିତ ଜିଲ୍ଲା ଉପ କାରାଗାରରେ ଏହି ଅଘଟଣ ଘଟିଛି। ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନି। ତେବେ ଡାକ୍ତରଖାନା ଆଣିବା ବେଳେ ତାଙ୍କ ବେକ କଟି ଯାଇଥିବାରୁ ରକ୍ତ ବୋହି ଚାଲିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏହି ଗୁରୁତର କଏଦୀଙ୍କୁ ଆମ୍ବୁଲାନ୍ସରେ ଡ୍ରାଇଭର ହୋଇ ଡାକ୍ତରଖାନା […]

jail

jail

Niranjan Mishra
  • Published: Wednesday, 13 July 2022
  • Updated: 13 July 2022, 07:05 PM IST

Sports

Latest News

ବୌଦ୍ଧ(ଦୀପକ ଅଦର): ଜେଲ ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ କଏଦୀ ଉଦ୍ଧାର ହୋଇଛନ୍ତି। ଆଜି ବୌଦ୍ଧ ଜିଲା ଲାଣ୍ଡିବନ୍ଧ ସ୍ଥିତ ଜିଲ୍ଲା ଉପ କାରାଗାରରେ ଏହି ଅଘଟଣ ଘଟିଛି। ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନି। ତେବେ ଡାକ୍ତରଖାନା ଆଣିବା ବେଳେ ତାଙ୍କ ବେକ କଟି ଯାଇଥିବାରୁ ରକ୍ତ ବୋହି ଚାଲିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏହି ଗୁରୁତର କଏଦୀଙ୍କୁ ଆମ୍ବୁଲାନ୍ସରେ ଡ୍ରାଇଭର ହୋଇ ଡାକ୍ତରଖାନା ଆଣିଥିବା ଅନ୍ୟଜଣେ କଏଦୀ ଫେରାର ହୋଇଯିବା ଅଲୋଚନାର ବିଷୟ ହୋଇଛି।

ଗୁରୁତର କଏଦୀ ଜଣକ ହରଭଙ୍ଗା ଥାନା ଛତ୍ରଙ୍ଗ ଗ୍ରାମର ସୁଜନ ବେହେରା । ସେ ଏକ ପୋସ୍କୋ ମାମଲାରେ ୩ ବର୍ଷ ହେବ ସଜା କାଟୁଥିଲେ। ଆଜି ଜେଲ ଭିତରେ କଏଦୀ ଗଣତି ସମୟରେ ତାଙ୍କୁ ଦେଖି ପାରିନଥିଲେ ଜେଲ କର୍ମଚାରୀ। ପରେ ଖୋଜାଖୋଜି କରାଯିବା ବେଳେ ଜେଲ ଭିତରେ ଥିବା ଏକ ପାଇଖାନା ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଜେଲ କର୍ମଚାରୀ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଜେଲ୍‌ରେ ଥିବା ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେ କୌଣସି ଏକ ଧାରୁଆ ଅସ୍ତ୍ରରେ ନିଜ ବେକ କାଟିଛନ୍ତି ବୋଲି ଜେଲ ୱାର୍ଡର କହିଛନ୍ତି। ତେବେ କଏଦୀ ଜଣକ ଆତ୍ମହତ୍ୟା ପାଇଁ ବେକ କାଟିବା ନିମନ୍ତେ ଧାରୁଆ ଅସ୍ତ୍ର କେଉଁଠୁ ପାଇଲେ, ଏତେ କର୍ମଚାରୀ ଥାଇ ମଧ୍ୟ ଏତେବଡ଼ ଅଘଟଣ କିପରି ଜାଣି ପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସିସିଟିଭି ଯାଞ୍ଚ ପରେ ହିଁ ଘଟଣା ସବୁ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି।

ଅନ୍ୟପଟେ ତାଙ୍କୁ ଜେଲରୁ ଆମ୍ବୁଲାନ୍ସରେ ଆଣିବା ନିମନ୍ତେ ଜଣେ କଏଦୀଙ୍କୁ ଡ୍ରାଇଭର ଭାବେ ନିୟୋଜିତ କରିବା ଓ ଏହି କଏଦୀ ଡାକ୍ତରଖାନାରେ ଆମ୍ବୁଲାନ୍ସ ପହଞ୍ଚାଇବା ପରେ ଫେରାର ହୋଇଯିବା ଘଟଣା ଅଲୋଚନାର ବିଷୟ ହୋଇଛି। ଏହା ଜେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ଜେଲର ଭିତର ସୁରକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛି। ଏ ସବୁ ଚିତ୍ର ବୌଦ୍ଧ ଉପକାରାଗାରରେ କିଛି ଠିକ ଠାକ ଚାଲୁନଥିବା ସ୍ପଷ୍ଟ ହୋଇଛି ।

ଏନେଇ ବୌଦ୍ଧ ଉପ କାରାଗାର ଏସଆଇ ଟୁନା ମଲ୍ଲିକ କହିଛନ୍ତି, ଜେଲରେ ଆମ୍ବୁଲାନ୍ସ ଥିଲା। ହେଲେ ଡ୍ରାଇଭର ନାହିଁ। ତେଣୁ ଜଣେ କଏଦୀ ଗାଡ଼ି ଚଳାଇ ଆସିଥିଲା। ତେବେ ଜଣେ କଏଦୀ ଆମ୍ବୁଲାନ୍ସ ଚଳାଇ ଆସିପାରିବନି ବୋଲି ନିୟମ ନାହିଁ। ତାକୁ ଆମେ ସାଙ୍ଗରେ ନେଇ ଅସିଥିଲୁ। ସେମାନେ ବାହାରକୁ କାମ କରିବାକୁ ଆସୁଛନ୍ତି। ଏଥିପାଇଁ କାହାରି ଅନୁମତି ଦରକାର ନାହିଁ।

ଏଭଳି ମନଗଢ଼ା ଉତ୍ତର ଜେଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story