ନର୍ସିଂହୋମ୍‌ରେ ରୋଗୀଙ୍କ ଆତ୍ମହତ୍ୟା

କଟକ(ଓଡ଼ିଶା ରିପୋର୍ଟର): କଟକ ବଜ୍ରକବାଟି ସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରୁ  ଜଣେ କ୍ୟାନସର ରୋଗୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆଜି ସକାଳେ ତାଙ୍କର ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ନାଁ ରଙ୍ଗାଧର ବଇତୀ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ କ୍ୟାନସର ରୋଗରେ ପୀଡ଼ିତ ହୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ। ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ ନୋଟ୍‌ ଉଦ୍ଧାର କରିଛି। ତାଙ୍କ ମୃତ୍ୟୁ ପାଇଁ […]

hanging

Rakesh Mallick
  • Published: Monday, 16 April 2018
  • , Updated: 16 April 2018, 11:12 AM IST

କଟକ(ଓଡ଼ିଶା ରିପୋର୍ଟର): କଟକ ବଜ୍ରକବାଟି ସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରୁ  ଜଣେ କ୍ୟାନସର ରୋଗୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆଜି ସକାଳେ ତାଙ୍କର ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ନାଁ ରଙ୍ଗାଧର ବଇତୀ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସେ କ୍ୟାନସର ରୋଗରେ ପୀଡ଼ିତ ହୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ। ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ ନୋଟ୍‌ ଉଦ୍ଧାର କରିଛି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ନୋଟ୍‌ରେ ଉଲ୍ଲେଖ କରିଥିବା ପୋଲିସ କହିଛି। ମଙ୍ଗଳବାଗ୍‌ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story