ସହିଦଙ୍କୁ ଏମିତି ସମ୍ମାନ ଦେଲା ଜନ୍ମମାଟି: ସମସ୍ତଙ୍କ ଆଖି ଛଳଛଳ, ଦେଖନ୍ତୁ ଭିଡ଼ିଓ

<p>ପୁରୀ (ଓଡ଼ିଶା ରିପୋର୍ଟର): ଦିନେ ସେ ଗାଁ ଦାଣ୍ଡ ଧୂଳିରେ ଖେଳୁଥିଲା। ମାଆର ତାଗିଦ୍&zwnj;କୁ ଖାତିର କରୁନଥିଲା। ଆଜି ସେ ନାହାନ୍ତି। କିନ୍ତୁ ଗାଁ ଦାଣ୍ଡରେ ଧୁଳି ଉଡୁଛି। ତାଙ୍କ ମରଶରୀର ଆସୁଥିବାରୁ ଗାଁ ଦାଣ୍ଡରେ ଧୁଳି ଉଡୁଛି। ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଛି ଏନ୍ତୁଡ଼ିଶାଳ। ଇଏ ହେଉଛି ସେହି ବୀର ସହିଦ ମାଟି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ। ଯେଉଁଠି ଏକ ଚାଳ ଘରେ ଜନ୍ମ ହୋଇଥିଲେ ବୀର ସହିଦ ମନୋରଞ୍ଜନ ଲେଙ୍କା। ଇଏ ସେହି ଓଡ଼ିଆ ପୁଅ ଯିଏ ଦିନେ ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କୁ ନିପାତ କରିବା ପାଇଁ ନେଇଥିଲେ ଶପଥ। ଗତକାଲି ସେ ମାଓବାଦୀଙ୍କର ଶିକାର ହୋଇଗଲେ। ଆଜି ମନୋରଞ୍ଜନଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ଼ ଅଫ୍&zwnj; ଅନର। ପରେ ଏକ ବିଶାଳ ଶୋଭାଯାତ୍ରାରେ ମରଶରୀରକୁ ନିଆଯାଇଥିଲା ଜନ୍ମମାଟି ରେବଣା ନୂଆଗାଁକୁ। ଗାଁରେ ମରଶରୀର ପହଞ୍ଚିଲା ବେଳକୁ&nbsp; ଶୋକାକୁଳ ପରିବେଶ ହୋଇଯାଇଥିଲା। କାନ୍ଦୁଥିଲା ଜନ୍ମଭୂମି, ଝୁରୁଛି ମାଟି ମାଆ। ଯେଉଁ ମା&rsquo; କୋଳରେ ବିତିଥିଲା ଜୀବନର ମୂଲ୍ୟବାନ ସମୟ, ଆଜି ଖାଲି ପଡ଼ିଛି ସେହି ମାଆର ପଣତକାନୀ। ରୁଣ୍ଡ ହୋଇଥିଲେ ହଜାର ହଜାର ସଂଖ୍ୟାରେ ଲୋକ। ସହିଦ୍&zwnj;ଙ୍କୁ ଅଶୃଳ ଆଖିରେ ବିଦାୟ ଜଣାଇଥିଲେ ବିଦାୟ। ରାସ୍ତାରେ ଯାଉଥିଲା ଶୋଭାଯାତ୍ରା। ଆଗରେ ସଂକୀର୍ତ୍ତନ। ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ।</p> <p>୨୦୧୪ ମସିହାରେ ସିଆରପିଏଫ୍ ୨୧୨ ବାଟାଲିୟନରେ ଯୋଗଦେଇଥିଲେ ମନୋରଞ୍ଜନ। କିଛି ଦିନ ତଳେ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଘରକୁ ଆସିଥିଲେ। ରବିବାର କାର୍ଯ୍ୟରେ ଯୋଗଦେବା ପାଇଁ ଘରୁ ବାହାରି ଥିଲେ। ମଙ୍ଗଳବାର ଚାକିରିରେ ଯୋଗଦେଇ ଥିଲେ। ତା&rsquo;ପରେ ସାଥୀଙ୍କ ସହିତ ମନୋରଞ୍ଜନ କିସ୍ତାରାମ ଓ ସୁକମା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ମାଓବାଦୀ ଆକ୍ରମଣ କରିଥିଲେ।</p>

Ordigital Desk
  • Published: Wednesday, 14 March 2018
  • Updated: 14 March 2018, 04:10 PM IST

Sports

Latest News

<p>ପୁରୀ (ଓଡ଼ିଶା ରିପୋର୍ଟର): ଦିନେ ସେ ଗାଁ ଦାଣ୍ଡ ଧୂଳିରେ ଖେଳୁଥିଲା। ମାଆର ତାଗିଦ୍&zwnj;କୁ ଖାତିର କରୁନଥିଲା। ଆଜି ସେ ନାହାନ୍ତି। କିନ୍ତୁ ଗାଁ ଦାଣ୍ଡରେ ଧୁଳି ଉଡୁଛି। ତାଙ୍କ ମରଶରୀର ଆସୁଥିବାରୁ ଗାଁ ଦାଣ୍ଡରେ ଧୁଳି ଉଡୁଛି। ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଛି ଏନ୍ତୁଡ଼ିଶାଳ। ଇଏ ହେଉଛି ସେହି ବୀର ସହିଦ ମାଟି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ। ଯେଉଁଠି ଏକ ଚାଳ ଘରେ ଜନ୍ମ ହୋଇଥିଲେ ବୀର ସହିଦ ମନୋରଞ୍ଜନ ଲେଙ୍କା। ଇଏ ସେହି ଓଡ଼ିଆ ପୁଅ ଯିଏ ଦିନେ ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କୁ ନିପାତ କରିବା ପାଇଁ ନେଇଥିଲେ ଶପଥ। ଗତକାଲି ସେ ମାଓବାଦୀଙ୍କର ଶିକାର ହୋଇଗଲେ। ଆଜି ମନୋରଞ୍ଜନଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ଼ ଅଫ୍&zwnj; ଅନର। ପରେ ଏକ ବିଶାଳ ଶୋଭାଯାତ୍ରାରେ ମରଶରୀରକୁ ନିଆଯାଇଥିଲା ଜନ୍ମମାଟି ରେବଣା ନୂଆଗାଁକୁ। ଗାଁରେ ମରଶରୀର ପହଞ୍ଚିଲା ବେଳକୁ&nbsp; ଶୋକାକୁଳ ପରିବେଶ ହୋଇଯାଇଥିଲା। କାନ୍ଦୁଥିଲା ଜନ୍ମଭୂମି, ଝୁରୁଛି ମାଟି ମାଆ। ଯେଉଁ ମା&rsquo; କୋଳରେ ବିତିଥିଲା ଜୀବନର ମୂଲ୍ୟବାନ ସମୟ, ଆଜି ଖାଲି ପଡ଼ିଛି ସେହି ମାଆର ପଣତକାନୀ। ରୁଣ୍ଡ ହୋଇଥିଲେ ହଜାର ହଜାର ସଂଖ୍ୟାରେ ଲୋକ। ସହିଦ୍&zwnj;ଙ୍କୁ ଅଶୃଳ ଆଖିରେ ବିଦାୟ ଜଣାଇଥିଲେ ବିଦାୟ। ରାସ୍ତାରେ ଯାଉଥିଲା ଶୋଭାଯାତ୍ରା। ଆଗରେ ସଂକୀର୍ତ୍ତନ। ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ।</p><p>୨୦୧୪ ମସିହାରେ ସିଆରପିଏଫ୍ ୨୧୨ ବାଟାଲିୟନରେ ଯୋଗଦେଇଥିଲେ ମନୋରଞ୍ଜନ। କିଛି ଦିନ ତଳେ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଘରକୁ ଆସିଥିଲେ। ରବିବାର କାର୍ଯ୍ୟରେ ଯୋଗଦେବା ପାଇଁ ଘରୁ ବାହାରି ଥିଲେ। ମଙ୍ଗଳବାର ଚାକିରିରେ ଯୋଗଦେଇ ଥିଲେ। ତା&rsquo;ପରେ ସାଥୀଙ୍କ ସହିତ ମନୋରଞ୍ଜନ କିସ୍ତାରାମ ଓ ସୁକମା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ମାଓବାଦୀ ଆକ୍ରମଣ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos