ଶପଥ ନେଲେ ସୁଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଏମ୍‌ସି ମେୟର ଭାବେ ଶପଥ ନେଇଛନ୍ତି ନବନିର୍ବାଚିତ ସୁଲୋଚନା ଦାସ। ବିଏମ୍‌ସି କନଫରେନ୍ସ ହଲ୍‌ରେ ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏଥିସହ ୬୭ ଜଣ ନିର୍ବାଚିତ କର୍ପୋରେଟର ଶପଥ ନେଇଛନ୍ତି।  ପୌର ପ୍ରଶାସକ ସଂଗ୍ରାମ ଜିତ୍ ନାୟକ ସମସ୍ତ କର୍ପୋରେଟରଙ୍କୁ ମଧ୍ୟ  ଶପଥ ପାଠ କରାଇଛନ୍ତି। ଆଜି ନବ ନିର୍ବାଚିତ ମେୟର ଓ ୬୭ଜଣ କର୍ପୋରେଟର ବିଏମସି କନଫରେନ୍ସ ହଲରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। […]

BBSR

Tapaswini Nayak
  • Published: Saturday, 09 April 2022
  • , Updated: 09 April 2022, 11:32 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଏମ୍‌ସି ମେୟର ଭାବେ ଶପଥ ନେଇଛନ୍ତି ନବନିର୍ବାଚିତ ସୁଲୋଚନା ଦାସ। ବିଏମ୍‌ସି କନଫରେନ୍ସ ହଲ୍‌ରେ ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏଥିସହ ୬୭ ଜଣ ନିର୍ବାଚିତ କର୍ପୋରେଟର ଶପଥ ନେଇଛନ୍ତି।  ପୌର ପ୍ରଶାସକ ସଂଗ୍ରାମ ଜିତ୍ ନାୟକ ସମସ୍ତ କର୍ପୋରେଟରଙ୍କୁ ମଧ୍ୟ  ଶପଥ ପାଠ କରାଇଛନ୍ତି।

ଆଜି ନବ ନିର୍ବାଚିତ ମେୟର ଓ ୬୭ଜଣ କର୍ପୋରେଟର ବିଏମସି କନଫରେନ୍ସ ହଲରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ମେୟର ସୁଲୋଚନା ଦାସ ପ୍ରଥମେ ଶପଥ ନେବା ପରେ ଅନ୍ୟ ୬୭ଜଣ କର୍ପୋରେଟର ଶପଥ ନେଇଥିଲେ।

ସକାଳ ୧୦ଟାରୁ ୧୧ଟା ଯାଏ ଡେପୁଟି ମେୟର ଲାଗି ନାମାଙ୍କନ ଦାଖଲ ହେବ। ୧୧ଟାରୁ ୧୨ଟା ଯାଏ ନାମାଙ୍କନ ପତ୍ର ଯାଞ୍ଚ ହେବ।  ଦିନ ଗୋଟାଏ ସୁଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ। ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ ଦିନ ସାଢେ ଗୋଟାଏରୁ ସାଢେ ୩ଟା ଯାଏ ଭୋଟ ନିଆଯିବ।

 

 

 

 

Related story