କୋଭିଡ୍ ଚିକିତ୍ସା ପାଇଁ ସମ୍ ହସ୍ପିଟାଲ ନେଲାଣି ୧୧୯କୋଟି ଟଙ୍କା, ରୋଗୀ ନଥିଲେ ବି ବେଡ୍ ଚାର୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ଚିକିତ୍ସା ପ୍ରଦାନ କରୁଥିବା ସମ୍ ହସ୍ପିଟାଲକୁ କୋଭିଡ୍ ଚିକିତ୍ସା ବାବଦରେ ମହାନଦୀ କୋଲଡ୍ ଫିଲଡ୍ ଲିଃ(ଏମସିଏଲ୍‌) ୧୧୯କୋଟି ଟଙ୍କା ଦେଇଛି। ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ଭୁବନେଶ୍ୱର ଓ ତାଳଚେରରେ ଥିବା କୋଭିଡ୍ ହସ୍ପିଟାଲର ଖର୍ଚ୍ଚ ବାବଦରେ ୨୦୨୦  ଏପ୍ରିଲରୁ ୨୦୨୧ ଜୁନ୍ ମାସ ମଧ୍ୟରେ ଏହି ଅର୍ଥ ଦିଆଯାଇଛି। ତେବେ ରୋଗୀ ନଥିଲେ ମଧ୍ୟ ବେଡ୍ ଚାର୍ଜ ପାଇଁ ଅର୍ଥ ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା […]

sum

sum

Ordigital Desk
  • Published: Saturday, 19 June 2021
  • Updated: 19 June 2021, 10:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ଚିକିତ୍ସା ପ୍ରଦାନ କରୁଥିବା ସମ୍ ହସ୍ପିଟାଲକୁ କୋଭିଡ୍ ଚିକିତ୍ସା ବାବଦରେ ମହାନଦୀ କୋଲଡ୍ ଫିଲଡ୍ ଲିଃ(ଏମସିଏଲ୍‌) ୧୧୯କୋଟି ଟଙ୍କା ଦେଇଛି। ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ଭୁବନେଶ୍ୱର ଓ ତାଳଚେରରେ ଥିବା କୋଭିଡ୍ ହସ୍ପିଟାଲର ଖର୍ଚ୍ଚ ବାବଦରେ ୨୦୨୦  ଏପ୍ରିଲରୁ ୨୦୨୧ ଜୁନ୍ ମାସ ମଧ୍ୟରେ ଏହି ଅର୍ଥ ଦିଆଯାଇଛି। ତେବେ ରୋଗୀ ନଥିଲେ ମଧ୍ୟ ବେଡ୍ ଚାର୍ଜ ପାଇଁ ଅର୍ଥ ଦିଆଯାଇଥିବା ଜଣାପଡ଼ିଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କୋଭିଡ୍ ହସ୍ପିଟାଲ ପରିଚାଳନା ପାଇଁ ସମ୍ ହସ୍ପିଟାଲକୁ ଏମସିଏଲ୍ କର୍ତ୍ତୃପକ୍ଷ ଗତ ବର୍ଷକ ମଧ୍ୟରେ ପ୍ରାୟ ୧୨୦କୋଟି ଟଙ୍କା ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲର ୫୨୫ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲର ପରିଚାଳନା ପାଇଁ ୨୦୨୦ ଏପ୍ରିଲ ୩ତାରିଖରୁ ୨୦୨୧ ଜୁନ୍ ୩ତାରିଖ ମଧ୍ୟରେ ୭ଟି ପର୍ଯ୍ୟାୟରେ ମୋଟ ୧୦୮ କୋଟି ୨୮ଲକ୍ଷ ୪୮ହଜାର ଟଙ୍କା ଏମସିଏଲ୍ କର୍ତ୍ତୃପକ୍ଷ ଦେଇଥିବାବେଳେ ତାଳଚେରସ୍ଥିତ ୯୦ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପାଇଁ ମଧ୍ୟ ୧୧କୋଟି ୨୨ଲକ୍ଷ ୮୦ହଜାର ଟଙ୍କା ଦେଇଛନ୍ତି। ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ସମ୍ ହସ୍ପିଟାଲ ଦ୍ୱାରା ପରିଚାଳିତ କୋଭିଡ୍ ହସ୍ପିଟାଲ ବାବଦରେ କେତେ ଅର୍ଥ ଦିଆଯାଇଛି ସେନେଇ କୌଣସି ତଥ୍ୟ ଦେବାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନା କରିଦେଇଥିବା ଜଣାପଡ଼ିଛି। ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ ସୂଚନା ଆଇନ ବଳରେ ଏହି ତଥ୍ୟ ଏମସିଏଲ୍ ଠାରୁ ପାଇଛନ୍ତି। ତେବେ ଏହି ଅବଧି ମଧ୍ୟରେ କେତେଜଣ ରୋଗୀଙ୍କୁ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଇଛି, ସେ ନେଇ ତଥ୍ୟ ଦିଆଯାଇ ନାହିଁ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସୂଚନା କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ଭୁବନେଶ୍ୱରସ୍ଥିତ କିମସ ହସ୍ପିଟାଲକୁ କୋଭିଡ୍ ଚିକିତ୍ସା ନିମନ୍ତେ ଯେଭଳି ବେଡ୍ ଚାର୍ଜ ଓ ରୋଗୀ ସେବା ପାଇଁ ଅଲଗା କରି ଅର୍ଥ ପ୍ରଦାନ କରାଯାଇଛି ସେହି ଆଧାରରେ ସମ୍ ହସ୍ପିଟାଲକୁ ଏମସିଏଲ୍ ଟଙ୍କା ଦେଇଛି। ସମ୍ ହସ୍ପିଟାଲକୁ କୋଭିଡ୍ ଚିକିତ୍ସା ବାବଦରେ ଦୈନିକ ଜେନେରାଲ ବେଡ୍ ଚାର୍ଜ ୩ହଜାର ଟଙ୍କା ଓ ଆଇସିୟୁ ବେଡ୍ ଚାର୍ଜ ୫ହଜାର ଟଙ୍କା ହିସାବରେ ଦିଆଯାଇଛି । ରୋଗୀ ଥାଆନ୍ତୁ କି ନାହିଁ କିନ୍ତୁ ବେଡ୍ ଚାର୍ଜ ଅଲଗା କରି ଦିଆଯାଇଛି। ଏମସିଏଲ୍ କର୍ତ୍ତୃପକ୍ଷ ଅନେକ ତଥ୍ୟ ଲୁଚେଇଛନ୍ତି ଓ ତଥ୍ୟ ଠିକ୍ ଭାବେ ଦେଇନାହାନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, କୋଭିଡ୍ ଚିକିତ୍ସା ପାଇଁ କିମସ ହସ୍ପିଟାଲକୁ ମାତ୍ର ୭ମାସ ମଧ୍ୟରେ ପ୍ରାୟ ୪୨କୋଟି ଟଙ୍କା ଓଡ଼ିଶା ଖଣି ନିଗମ ପକ୍ଷରୁ ଦିଆଯାଇଥିଲା ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos