ଅସୁରକ୍ଷିତ ମଣୁଛନ୍ତି ସୁମିତଙ୍କ ବାପା, ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ବିବାହ ବିବାଦ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ଡାକ୍ତର ସୁମିତ ସାହୁଙ୍କ ବାପା ପ୍ରମୋଦ ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିଜ ପରିବାର ଲୋକଙ୍କ ସୁରକ୍ଷା ଲୋଡ଼ିଛନ୍ତି।୨୦୨୧ ଡିସେମ୍ୱର ୨୦ ତାରିଖ ଘଟଣାରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଗଲେ ପ୍ରମୋଦ। ଗତ ୨୦ ତାରିଖରେ ପ୍ରମୋଦଙ୍କ ଘର ଗେଟ୍‌ ଭାଙ୍ଗି ତପସ୍ୱିନୀଙ୍କୁ ଘରେ ପୂରାଇଥିଲେ କିଛି ମହିଳା। […]

High Court Of Odisha

Manoranjan Sial
  • Published: Monday, 10 January 2022
  • , Updated: 10 January 2022, 04:32 PM IST

କଟକ(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ବିବାହ ବିବାଦ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ଡାକ୍ତର ସୁମିତ ସାହୁଙ୍କ ବାପା ପ୍ରମୋଦ ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିଜ ପରିବାର ଲୋକଙ୍କ ସୁରକ୍ଷା ଲୋଡ଼ିଛନ୍ତି।୨୦୨୧ ଡିସେମ୍ୱର ୨୦ ତାରିଖ ଘଟଣାରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଗଲେ ପ୍ରମୋଦ।

ଗତ ୨୦ ତାରିଖରେ ପ୍ରମୋଦଙ୍କ ଘର ଗେଟ୍‌ ଭାଙ୍ଗି ତପସ୍ୱିନୀଙ୍କୁ ଘରେ ପୂରାଇଥିଲେ କିଛି ମହିଳା। ଏନେଇ ସୁମିତଙ୍କ ବାପା ପ୍ରମୋଦ ଥାନାରେ ଏତଲା କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପଚରାଉଚରା କରିନାହିଁ। ଏପରିକି କାହାରିକୁ ପୁଲିସ୍‌ ଗିରଫ କରିନାହିଁ। ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ବିବାଦ ହୋଇନଥିଲେ ମଧ୍ୟ ଗେଟ ଭାଙ୍ଗି ଘରେ ପଶିଥିବା ମହିଳାମାନେ ଖୋଲମ୍‌ଖୋଲା ବୁଲୁଛନ୍ତି। ତେଣୁ ତାଙ୍କ ପରିବାର ପ୍ରତି ବିପଦ ରହିଛି ବୋଲି ପ୍ରମୋଦ ଅଭିଯୋଗ କରିଛନ୍ତି।

Related story