ଅଂଶୁଘାତ ମୃତ୍ୟୁ ଅଭିଯୋଗ

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ତୁମୁଶିଙ୍ଘା ପଂଚାୟତ ଡଙ୍କାବୋଲରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଦିନ ବେଳେ ଗ୍ରାମର ଟାଙ୍ଗୁରୁ ଚାତ।ଙ୍କ ଝିଅର ଦେହ ଖରାପ ଥିବାରୁ ସେ ତାକୁ ମେଡିକାଲ ନେଇଥିଲେ। ସେଠାରୁ ଫେରିବା ପରେ ଘରେ ଦିନ ୨ଟା ୩୦ବେଳକୁ ଅସୁସ୍ଥ ହୋଇଥିଲେ। ଅପହଞ୍ଚ ଇଲାକାରେ ଗାଁଟି ହୋଇଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରି ନଥିଲା କି ତାଙ୍କୁ ମେଡିକାଲ ନିଆଯାଇ ପାରିନଥିଲା। ଯାହାଫଳରେ ଗଲାକାଲି ସନ୍ଧ୍ୟାରେ ତାଙ୍କର ଘରେ ମୃତ ହୋଇଯାଇଥିଲା। ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏପଟେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଧିକାରୀ ରତ୍ନାକର ସାମଲ କହିଛନ୍ତି ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ।