ସୁନା ବେଶରେ ଝଟକୁଛନ୍ତି ତିନି ଠାକୁର

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ। ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ମହଣ ମହଣ ସୁନାରେ ସଜେଇ ହୋଇ ଦର୍ଶନ ଦେଉଛନ୍ତି ତିନି ଠାକୁର। ମହାମାରୀ କରୋନା ପାଇଁ ଭକ୍ତ ସିନା ବଡ଼ଦାଣ୍ଡକୁ ଆସିପାରୁନାହାନ୍ତି କିନ୍ତୁ ଟେଲିଭିଜନ୍‌ରେ ମହାପ୍ରଭୁଙ୍କୁ ଦୂରରୁ ଦର୍ଶନ କରି କୃତକୃତ୍ୟ ହେଉଛନ୍ତି। ଶ୍ରୀଜୀଉ କିରୀଟ, ଶ୍ରୀପୟର, ଶ୍ରୀଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ବାହାଡାମାଳି, ତାବିଜ ମାଳି, ସେବତୀ ମାଳି, ହଳ ଓ ମୂଷଳରେ ସଜେଇ […]

bada thakura

bada thakura

Manoranjan Sial
  • Published: Wednesday, 21 July 2021
  • Updated: 21 July 2021, 10:07 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ। ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ମହଣ ମହଣ ସୁନାରେ ସଜେଇ ହୋଇ ଦର୍ଶନ ଦେଉଛନ୍ତି ତିନି ଠାକୁର। ମହାମାରୀ କରୋନା ପାଇଁ ଭକ୍ତ ସିନା ବଡ଼ଦାଣ୍ଡକୁ ଆସିପାରୁନାହାନ୍ତି କିନ୍ତୁ ଟେଲିଭିଜନ୍‌ରେ ମହାପ୍ରଭୁଙ୍କୁ ଦୂରରୁ ଦର୍ଶନ କରି କୃତକୃତ୍ୟ ହେଉଛନ୍ତି। ଶ୍ରୀଜୀଉ କିରୀଟ, ଶ୍ରୀପୟର, ଶ୍ରୀଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ବାହାଡାମାଳି, ତାବିଜ ମାଳି, ସେବତୀ ମାଳି, ହଳ ଓ ମୂଷଳରେ ସଜେଇ ହୋଇଛନ୍ତି।

ସୁନାବେଶ ପାଇଁ ପୁରୀର କିଛି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି। ସେହି ସ୍ଥାନ ଗୁଡ଼ିକ ହେଲା ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତା। ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ କର୍ଫ୍ୟୁ। ତେବେ ସୁନାବେଶ ବା ରାଜବେଶ ବା ବଡ଼ତଢାଉ ବେଶ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ।

ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। କେବଳ ଥରେ ମାତ୍ର ଭକ୍ତ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ସୁନାବେଶ ଦର୍ଶନ କରିଥାଆନ୍ତି।

ରଥଯାତ୍ରାର ଅନ୍ୟତମ ଆକର୍ଷଣ ଶ୍ରୀଜୀଉଙ୍କ ସୁନାବେଶ ସମୟରେ ରଥ ଉପରେ ସେବାୟତଙ୍କ ପ୍ରବଳ ଭିଡ଼। ଫଳରେ ସୁନାବେଶରେ ସଜ୍ଜିତ ଶ୍ରୀଜୀଉଙ୍କୁ ଭଲ ଭାବେ ଦର୍ଶନ କରିବା ଆଶାରୁ ବଞ୍ଚିତ ହୋଇଛନ୍ତି ଦର୍ଶକ। ଯାହାର ଦୃଶ୍ୟ ଦେଖୁଛନ୍ତି ଆପଣ। ବିଶେଷ କରି ନନ୍ଦିଘୋଷ ରଥ ଉପରେ ବହୁତ ଭିଡ଼ ଦେଖିବାକୁ ମିଳିଥିଲା ସେବାୟତଙ୍କର।ଏପରିକି ସେବା ନଥିବା କେତେକ ସେବାୟତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ମହାପ୍ରଭୁଙ୍କ ରଥଉପରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos