ମହଣ ମହଣ ସୁନାରେ ଝଲସୁଛନ୍ତି ୩ ଠାକୁର

ପୁରୀ(ଓଡ଼ିଶା ରିପୋର୍ଟର):ପବିତ୍ର ଘୋଷଯାତ୍ରା ଯାତ୍ରାର ଅନନ୍ୟ ପର୍ବ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ତିନି ଠାକୁର। ହେଲେ ଭକ୍ତଶୂନ୍ୟ ବଡ଼ଦାଣ୍ଡ, ଭକ୍ତଶୂନ୍ୟ ସିଂହଦ୍ୱାର। କୋଭିଡ୍ କଟକଣା ପାଇଁ ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କେବଳ ଟେଲିଭିଜନରେ ଦୁର୍ଲଭ ବେଶ ଦର୍ଶନ କରି ତୃପ୍ତି ଅନୁଭବ କରୁଛନ୍ତି ଭକ୍ତ। ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ । ତାଳଧ୍ୱଜ ରଥରେ ଆୟୁଧ ହଳ-ମୂଷଳ ଧାରଣ କରି ଝଲସୁଛନ୍ତି […]

jagananth-1

Tapas Behera
  • Published: Thursday, 02 July 2020
  • , Updated: 02 July 2020, 09:19 PM IST

ପୁରୀ(ଓଡ଼ିଶା ରିପୋର୍ଟର):ପବିତ୍ର ଘୋଷଯାତ୍ରା ଯାତ୍ରାର ଅନନ୍ୟ ପର୍ବ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ତିନି ଠାକୁର। ହେଲେ ଭକ୍ତଶୂନ୍ୟ ବଡ଼ଦାଣ୍ଡ, ଭକ୍ତଶୂନ୍ୟ ସିଂହଦ୍ୱାର। କୋଭିଡ୍ କଟକଣା ପାଇଁ ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କେବଳ ଟେଲିଭିଜନରେ ଦୁର୍ଲଭ ବେଶ ଦର୍ଶନ କରି ତୃପ୍ତି ଅନୁଭବ କରୁଛନ୍ତି ଭକ୍ତ।

ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ । ତାଳଧ୍ୱଜ ରଥରେ ଆୟୁଧ ହଳ-ମୂଷଳ ଧାରଣ କରି ଝଲସୁଛନ୍ତି ବଡ଼ଠାକୁର ବଳଭଦ୍ର । ଦେବଦଳନ ରଥରେ ଅବର୍ଣ୍ଣନନୀୟ ଦେବୀ ସୁଭଦ୍ରାଙ୍କ ସୁବର୍ଣ୍ଣ ବେଶ ଶୋଭା ଠିକ୍ ସେମିତି । ନନ୍ଦିଘୋଷ ରଥରେ ଶଙ୍ଖ-ଚକ୍ର ଅାୟୁଧ ଧାରଣ କରି ମନ ମୋହୁଛନ୍ତି ମୋହଦିଆ ଠାକୁର କାଳିଆ। ହେଲେ ଭକ୍ତଙ୍କ ଅନୁପସ୍ଥିତି ଯେଉଁ ଦୁର୍ଲଭ ବେଶକୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳରେ ବଡ଼ଦାଣ୍ଡ ଫାଟି ପଡ଼ିବା କଥା । କିନ୍ତୁ ସେଠି ଆଜି ରାଜୁତି କରୁଛି ଅସମ୍ଭବ ନିରବତା। ଚର୍ମଚକ୍ଷୁରେ ମନଲୋଭା ସୁନାବେଶକୁ ଦେଖି କୃତ୍ୟକୃତ୍ୟ ହେଉଥିବା ଭକ୍ତକୁ ସିଂହଦ୍ୱାର ମନା । ତଥାପି ଦୁଃଖ ନାହିଁ, କାରଣ ଠାକୁରମାନଙ୍କ ଏ ଅପରୂପ ବେଶ ଲାବଣ୍ୟକୁ ଘରେ ବସି ଟିଭିରେ ଦେଖି ଆତ୍ମତୃପ୍ତି ଅନୁଭବ କରୁଛି ଭକ୍ତ ।

ତଥ୍ୟ ଅନୁସାରେ ଠାକୁରମାନଙ୍କୁ ଲାଗି ହୋଇଛି ପ୍ରାୟ ୧୩୮ ପ୍ରକାର ସୁନା-ରୂପା ଓ ଅନ୍ୟ ମୂଲ୍ୟବାନ ଧାତୁ ଖଚିତ ଅଳଙ୍କାର ମହାପ୍ରଭୁ ଜଗନ୍ନାଥ ଓ ବଳବଦ୍ରଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ମୁଖ୍ୟ ଅଳଙ୍କାର ଗୁଡ଼ିକ ହେଲା, ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଆଡ଼କାନି, ହରିଡ଼ା ମାଳି, ବାହାଡ଼ା ମାଳି, କଦମ୍ବ ମାଳି ଓ ଝୋବା କଣ୍ଠି । ସେହିପରି ଆୟୁଧ ଭାବେ ଜଗନ୍ନାଥଙ୍କ ହସ୍ତରେ ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଂଖ ଶୋଭା ପାଉଥିବାବେଳେ ବଳଭଦ୍ର ଧାରଣ କରିଛନ୍ତି ହଳ-ମୂଷଳ । ତେଣେ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଶୋଭା ବଢ଼ାଇଥିବା ଅଳଙ୍କାର ସବୁ ହେଲା କିରୀଟ, ଓଡ଼ଇାଣି, କାନ ଚନ୍ଦ୍ର-ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ଓ ସେବତି ମାଳି । କରୋନା କଟକଣା ଭିତରେ ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ମାର୍କେଟ ଛକରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ଆଖପାଖ ସାହିରେ ୧୪୪ ଧାରା ଜାରି ହୋଇଛି ।

Related story