ଆଜି ଶ୍ରୀଜିଉଙ୍କ ସୁନାବେଶ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୁରୀରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ସଜ୍ଜିତ ହୋଇ ଝଟକିବେ। ସୁନା ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି। ଅପରାହ୍ନ ୫ଟାରୁ ଠାକୁରଙ୍କ ସୁନାବେଶ ଆରମ୍ଭ ହେବ। ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ସୁନାବେଶ ଦର୍ଶନ କରିବେ। ସୁନାବେଶ ଲାଗି ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁନାବେଶ ଦର୍ଶନ ଲାଗି […]

jagannath

Rakesh Mallick
  • Published: Monday, 23 July 2018
  • , Updated: 23 July 2018, 09:15 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୁରୀରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ସଜ୍ଜିତ ହୋଇ ଝଟକିବେ। ସୁନା ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି। ଅପରାହ୍ନ ୫ଟାରୁ ଠାକୁରଙ୍କ ସୁନାବେଶ ଆରମ୍ଭ ହେବ। ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ସୁନାବେଶ ଦର୍ଶନ କରିବେ।

ସୁନାବେଶ ଲାଗି ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁନାବେଶ ଦର୍ଶନ ଲାଗି ପୁରୀରେ ୮ରୁ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି। ତେଣୁ ଶୃଙ୍ଖଳିତ ଦର୍ଶନ ଓ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସାରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି।

Related story