ଜିଲ୍ଲାପାଳଙ୍କ ସ୍ତ୍ରୀଙ୍କ ଅଲ୍‌ଟ୍ରାସାଉଣ୍ଡ ଆଗେ, ତୁମ କଥା ପଛରେ!

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସ୍ତ୍ରୀଙ୍କୁ ଭିଆଇପି ଟ୍ରିଟ୍‌ମେଣ୍ଟ! ପଛରେ ଆସି ଧାଡି ଠିଆ ନହୋଇ ଆଗେ ପାଇଲେ ସେବା। ଅଥଚ ସକାଳୁ ଅଖିଆ ଅପିଆ ଆସି ମେଡିକାଲ୍‌ ବାରଣ୍ଡାରେ ଡେରା ପକାଇଥିବା ଅନେକ ଗର୍ଭବତୀଙ୍କୁ ଅବହେଳା କରାଯାଇଛି। ଏଭଳି ଚିତ୍ର ଆସିଛି ସୁନ୍ଦରଗଡ଼ ମାତୃ ଓ ଶିଶୁ ହସ୍ପିଟାଲରୁ। ସେବା ପାଇବାରେ ପାତଅନ୍ତର ଶିକାର ହୋଇଥିବା ଜଣେ ଗର୍ଭବତୀ ଭିଡିଓବାର୍ତ୍ତା ଜାରି କରି ନିଜର ଅଭିଯୋଗ ବଖାଣିଛନ୍ତି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। […]

Sundergarh

Sundergarh

Manoranjan Sial
  • Published: Saturday, 29 May 2021
  • Updated: 29 May 2021, 10:51 PM IST

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସ୍ତ୍ରୀଙ୍କୁ ଭିଆଇପି ଟ୍ରିଟ୍‌ମେଣ୍ଟ! ପଛରେ ଆସି ଧାଡି ଠିଆ ନହୋଇ ଆଗେ ପାଇଲେ ସେବା। ଅଥଚ ସକାଳୁ ଅଖିଆ ଅପିଆ ଆସି ମେଡିକାଲ୍‌ ବାରଣ୍ଡାରେ ଡେରା ପକାଇଥିବା ଅନେକ ଗର୍ଭବତୀଙ୍କୁ ଅବହେଳା କରାଯାଇଛି। ଏଭଳି ଚିତ୍ର ଆସିଛି ସୁନ୍ଦରଗଡ଼ ମାତୃ ଓ ଶିଶୁ ହସ୍ପିଟାଲରୁ। ସେବା ପାଇବାରେ ପାତଅନ୍ତର ଶିକାର ହୋଇଥିବା ଜଣେ ଗର୍ଭବତୀ ଭିଡିଓବାର୍ତ୍ତା ଜାରି କରି ନିଜର ଅଭିଯୋଗ ବଖାଣିଛନ୍ତି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ଶୁକ୍ରବାର ଦୀପାଞ୍ଜଳି ପତିଙ୍କ ସମେତ ୧୩ ଜଣ ଗର୍ଭବତୀ ସୁନ୍ଦରଗଡ଼ ମାତୃ ଓ ଶିଶୁ ହସ୍ପିଟାଲ ଆସିଥିଲେ। ସେଠାରେ ସେମାନଙ୍କର ଅଲ୍‌ଟ୍ରାସାଉଣ୍ଡ ହେବାର ଥିଲା। ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସମସ୍ତେ ମେଡିକାଲ୍‌ ବାରଣ୍ଡାରେ ବସିଛନ୍ତି। ହେଲେ ଡାକ୍ତର କିମ୍ୱା ନର୍ସ କାହାରି ଦେଖା ମିଳିନଥିଲା।

ପୂର୍ବାହ୍ନ ୧୧ଟା ପରେ ହଠାତ୍‌ ମେଡିକାଲ୍‌ ପରିସର ଚଳଚଞ୍ଚଳ ହୋଇ ଉଠିଲା। ମେଡିକାଲ୍‌ ଗେଟ୍‌ ପାଖରେ ଲାଗିଲା ଜିଲ୍ଲାପାଳଙ୍କ ସରକାରୀ ଗାଡ଼ି। ଆଉ ସେଥିରୁ ଓହ୍ଲାଇଲେ ଜିଲ୍ଲାପାଳଙ୍କ ସ୍ତ୍ରୀ। ତାଙ୍କର ଅଲ୍‌ଟ୍ରାସାଉଣ୍ଡ କରିବା ପାଇଁ ସିଡିଏମ୍‌ଓଙ୍କ ସମେତ ସମସ୍ତ ବିଭାଗ ଡାକ୍ତର, ଷ୍ଟାଫ୍‌ ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ହଜାର ହେଇଗଲେ। ପାଖାପାଖି ଅଧଘଣ୍ଟାଏରୁ ଅଧିକ ସମୟ ଧରି ହେଲା ଜିଲ୍ଲାପାଳଙ୍କ ପତ୍ନୀଙ୍କର ଅଲ୍‌ଟ୍ରାସାଉଣ୍ଡ।

ଅଲ୍‌ଟ୍ରାସାଉଣ୍ଡ ପରେ ଜିଲ୍ଲାପାଳଙ୍କ ସ୍ତ୍ରୀ ପଳାଇଗଲେ। ତା’ପରେ ଆରମ୍ଭ ହେଲା ଅନ୍ୟ ଗର୍ଭବତୀଙ୍କ ଅଲ୍‌ଟ୍ରାସାଉଣ୍ଡ। ତେବେ ଏଠି ପ୍ରଶ୍ନ ଉଠୁଛି, ଜିଲ୍ଲାପାଳଙ୍କ ସ୍ତ୍ରୀଙ୍କୁ ଯଦି ଭିଆଇପି ଟ୍ରିଟ୍‌ମେଣ୍ଟ ଦେବାର ଥିଲା, ତାହାହେଲେ ଗର୍ଭବତୀଙ୍କୁ କଣ ପାଇଁ ଡକାଯାଇଥିଲା? ସେମାନଙ୍କୁ ଏତେ ସମୟ ଧରି ଅଖିଆପିଆ କଣ ପାଇଁ ଅପେକ୍ଷା କରିବାକୁ ଦିଆଗଲା? କରୋନା ମହାମାରୀ ବେଳେ ମେଡିକାଲ୍‌ ପରିସରରେ ଗର୍ଭବତୀଙ୍କୁ ଏତେ ସମୟ ଧରି ଅପେକ୍ଷା କରାଇବା କେତେଦୂର ଯୁକ୍ତିଯୁକ୍ତ? ଏହାକୁ ନେଇ ଜିଲ୍ଲାରେ ନାନା ଆଲୋଚନା ହେଉଥିବା ବେଳେ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ପାତର ଅନ୍ତରରେ ଶିକାର ହୋଇଥିବା ଜଣେ ଗର୍ଭବତୀ ହେଉଛନ୍ତି ଦୀପଞ୍ଜଳି ପତି। ଏବେ ତାଙ୍କର ଅସନ୍ତୋଷର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ସେ ଭିଡ଼ିଓ ବାର୍ତ୍ତା ଜାରି କରି କହିଛନ୍ତି-“ମୁଁ ସୁନ୍ଦରଗଡ଼ ଖମାରୀପଡ଼ାର ବାସିନ୍ଦା ଦୀପାଞ୍ଜଳି। ଅଲଟ୍ରାସାଉଣ୍ଡ ପାଇଁ ମେଡିକାଲ୍‌ ଆସିଥିଲି। ମୋ ପରି ଆହୁରି ୧୨ ଜଣ ଗର୍ଭବତୀ ଥିଲେ। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ବସିଲୁ। କିନ୍ତୁ ଡାକ୍ତରଙ୍କ ଦେଖା ନଥିଲା। ଯେତେବେଳେ ଜିଲ୍ଲାପାଳଙ୍କ ପତ୍ନୀ ଆସିଲେ, ସଙ୍ଗେ ସଙ୍ଗେ ଡାକ୍ତରମାନେ ହାଜର ହୋଇଗଲେ। ଅଧ ଘଣ୍ଟା ତାଙ୍କୁ ଅଲଟ୍ରାସାଉଣ୍ଡ କରାଗଲା। ଖାଲି ପେଟରେ ଆମେ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ବସିଲୁ। ଜିଲ୍ଲାପାଳ ସାରଙ୍କ ସ୍ତ୍ରୀ ଯିବା ପରେ ଆମକୁ ଅଲ୍‌ଟ୍ରାସାଉଣ୍ଡ କରିବାର ସୁଯୋଗ ମିଳିଲା। ଏମିତିରେ ସରକାରଙ୍କ ମାତୃଜ୍ୟୋତି, ମାତୃଗୃହର ମୂଲ୍ୟ କ’ଣ? ଜିଲ୍ଲାପାଳଙ୍କୁ ଅନୁରୋଧ ସ୍ପେଶାଲ୍‌ ଟ୍ରିଟ୍‌ମେଣ୍ଟ ପାଇଁ ଆପଣ ମ୍ୟାଡାମ୍‌ଙ୍କୁ ପ୍ରାଇଭେଟ୍‌ ଡାକ୍ତରଖାନା ବା କ୍ଲିନିକକୁ ନିଅନ୍ତୁ। ଏମିତିରେ ମା’ମାନେ ବହୁତ ହଇରାଣ ହେଉଛୁ।”

https://youtu.be/obd9knWYLJE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story