ସୁନ୍ଦରଗଡ: ହାତୀ ଆକ୍ରମଣରେ ଜଣେ ମୃତ

ସୁନ୍ଦରଗଡ: ସୁନ୍ଦରଗଡ଼ ବନଖଣ୍ଡରେ ହାତୀ ଉପଦ୍ରବ କମିବାର ନାଁ ନେଉନାହିଁ। ଚଳିତବର୍ଷ ହାତୀପଲ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । କିଛିଦିନ ତଳେ ସଦର ଫରେଷ୍ଟ ରେଞ୍ଜର ରାଉଳଡେଗା ସେକ୍ସନ ରାମପୁର ଅଞ୍ଚଳରେ ହାତୀପଲ ୧୧ଟି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ବୁଧବାର ବିଳମ୍ୱିତ ରାତିରେ ସଦର ଫରେଷ୍ଟ ରେଞ୍ଜ ମହୁଲଯୋର ଗାଁରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ରାତି ପ୍ରାୟ ୨ ଟାରେ […]

sundargarh

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 05:02 PM IST

ସୁନ୍ଦରଗଡ: ସୁନ୍ଦରଗଡ଼ ବନଖଣ୍ଡରେ ହାତୀ ଉପଦ୍ରବ କମିବାର ନାଁ ନେଉନାହିଁ। ଚଳିତବର୍ଷ ହାତୀପଲ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । କିଛିଦିନ ତଳେ ସଦର ଫରେଷ୍ଟ ରେଞ୍ଜର ରାଉଳଡେଗା ସେକ୍ସନ ରାମପୁର ଅଞ୍ଚଳରେ ହାତୀପଲ ୧୧ଟି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ବୁଧବାର ବିଳମ୍ୱିତ ରାତିରେ ସଦର ଫରେଷ୍ଟ ରେଞ୍ଜ ମହୁଲଯୋର ଗାଁରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ରାତି ପ୍ରାୟ ୨ ଟାରେ ଗାଁକୁ ଏକ ଦନ୍ତା ହାତୀ ଆସି ଦୁଇଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଦେଇଥିଲା। ଏହି ସମୟରେ ଗ୍ରାମର ଚୂଡ଼ାମଣି ନାମକ ଜଣେ ବୃଦ୍ଧ ଶୌଚ କରିବା ପାଇଁ ଘରୁ ବାହାରିବା ଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଚୂଡାମଣୀ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀଟି ତାଙ୍କୁ ଦଳି ମାରି ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣା ଆନୁଧ୍ୟାନ କରିବା ସହିତ କ୍ଷୟକ୍ଷତିର ଆକଳନ କରିଛି । ମୃତକଙ୍କ ପରିବାରବର୍ଗଙ୍କୁ ସରକାରୀ ସହାୟତ ଯୋଗାଇ ଦିଆଯିବା ସହ ହାତୀ ଘଉଡ଼ାଇବାକୁ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇଛି ବୋଲି ଏସିଏଫ କହିଛନ୍ତି ।

Related story