ସୁନ୍ଦରଗଡ଼ରେ ଭ୍ୟାନ୍ ଦୁର୍ଘଟଣା: ୨ଛାତ୍ର, ୩ ଶିକ୍ଷକ ଓ ଡ୍ରାଇଭର ଆହତ

ସୁନ୍ଦରଗଡ଼ : ଦର୍ଲିପାର୍ଲି ସରସ୍ୱସତୀ ଶିଶୁ ମନ୍ଦିର ପିଲାଙ୍କୁ ପିକନିକ୍ ନେଇ ଯାଉଥିବା ଏକ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ ଛାତ୍ର, ୩ଜଣ ଶିକ୍ଷକ ଓ ଡ୍ରାଇଭର ଆହତ ହୋଇଛନ୍ତି। ଏକ ମାରୁତି ଭ୍ୟାନରେ ସ୍କୁଲ ପିଲାମାନେ ଲଖନପୁର କୋଇଲି ଘୁଗରକୁ ପିକନିକ୍ ପାଇଁ ଯାଉଥିଲେ। ଏହି ସମୟରେ ରୋହିଣୀ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଆହତମାନଙ୍କୁ ହେମଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ଓ […]

accident

Rakesh Mallick
  • Published: Monday, 16 November 2015
  • , Updated: 16 November 2015, 07:43 AM IST

ସୁନ୍ଦରଗଡ଼ : ଦର୍ଲିପାର୍ଲି ସରସ୍ୱସତୀ ଶିଶୁ ମନ୍ଦିର ପିଲାଙ୍କୁ ପିକନିକ୍ ନେଇ ଯାଉଥିବା ଏକ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ ଛାତ୍ର, ୩ଜଣ ଶିକ୍ଷକ ଓ ଡ୍ରାଇଭର ଆହତ ହୋଇଛନ୍ତି। ଏକ ମାରୁତି ଭ୍ୟାନରେ ସ୍କୁଲ ପିଲାମାନେ ଲଖନପୁର କୋଇଲି ଘୁଗରକୁ ପିକନିକ୍ ପାଇଁ ଯାଉଥିଲେ। ଏହି ସମୟରେ ରୋହିଣୀ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଆହତମାନଙ୍କୁ ହେମଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ଓ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସୁନ୍ଦରଗଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଦୁଇଜଣଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି।

Related story