ସୁନ୍ଦରଗଡ଼ରେ ବିଧାୟକ ବିଶ୍ୱାଳଙ୍କ ପୋଷ୍ଟରରେ ନାଲି ଛକି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଲସରା ନିର୍ବାଚନ ମଣ୍ଡଳୀର ସବଡେଗା ବସଷ୍ଟାଣ୍ଡ ଅଞ୍ଚଳରେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ବିରୋଧ କରାଯାଇ ପୋଷ୍ଟର ମରାଯାଇଛି। ପୋଷ୍ଟରରେ ଥିବା ପ୍ରଭାତଙ୍କ ଫଟୋକୁ ନାଲି ରଙ୍ଗରେ ଛକି କରାଯାଇଥିବା ବେଳେ ‘ସାବଧାନ ସାବଧାନ ଓଡ଼ିଶାର ଚିଟଫଣ୍ଡ ଲୁଟେରା ଏବେ ସୁନ୍ଦରଗଡ଼ରେ’ ବୋଲି ଲେଖାଯାଇଥିଲା। ଏହି ପୋଷ୍ଟର ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ସିସୋର ଚିଟଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ ପ୍ରଭାତ ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିବା ସହିତ […]

chitfund

Rakesh Mallick
  • Published: Sunday, 22 January 2017
  • , Updated: 22 January 2017, 06:21 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଲସରା ନିର୍ବାଚନ ମଣ୍ଡଳୀର ସବଡେଗା ବସଷ୍ଟାଣ୍ଡ ଅଞ୍ଚଳରେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ବିରୋଧ କରାଯାଇ ପୋଷ୍ଟର ମରାଯାଇଛି। ପୋଷ୍ଟରରେ ଥିବା ପ୍ରଭାତଙ୍କ ଫଟୋକୁ ନାଲି ରଙ୍ଗରେ ଛକି କରାଯାଇଥିବା ବେଳେ ‘ସାବଧାନ ସାବଧାନ ଓଡ଼ିଶାର ଚିଟଫଣ୍ଡ ଲୁଟେରା ଏବେ ସୁନ୍ଦରଗଡ଼ରେ’ ବୋଲି ଲେଖାଯାଇଥିଲା। ଏହି ପୋଷ୍ଟର ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପକ୍ଷରେ ସିସୋର ଚିଟଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ ପ୍ରଭାତ ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିବା ସହିତ ତାଙ୍କର ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା।

ଏହି ପୋଷ୍ଟର କିଏ ଲଗାଇଲା ତାହା ଜଣାପଡ଼ିନାହିଁ।

Related story