ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରୀ ଆସିଲା ସାତକୋଶିଆ। ଭେଟିବ ମହାବଳ କାହ୍ନାକୁ। ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀ ଆସି ଅନୁଗୋଳରେ ପହଞ୍ଚିଛି। ଆଜି ରାତି ସାଢ଼େ ୧୦ଟା ପରେ ସୁନ୍ଦରୀକୁ ଏନ୍କ୍ଲୋଜର ଭିତରେ ଛଡ଼ା ଯାଇଛି।
ଗତକାଲି ଅପରାହ୍ନରେ ବାଘୁଣୀକୁ ନିଶ୍ଚେତକ ଦିଆଯାଇ ସୁନ୍ଦରୀକୁ କାବୁ କରାଯାଇଥିଲା। ପରେ ସାତକୋଶିଆ ଅଭିମୁଖେ ଅଣାଯାଇଥିଲା। ଓଡ଼ିଶା ଓ ମଧ୍ୟପ୍ରଦେଶର ବନବିଭାଗ ଟିମ୍, ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଶେଷଜ୍ଞ ଏବଂ ବନ୍ୟପ୍ରାଣୀ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଗାଡ଼ିରେ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା। ସେଥିପାଇଁ ସାତକୋଶିଆର ରାଇଗୋଡ଼ା ଅଞ୍ଚଳରେ ଏକ ଏନକ୍ଲୋଜର କରାଯାଇଛି। ଏଠାରେ ସୁନ୍ଦରୀକୁ ରାତି ସାଢ଼େ ୧୦ଟାରେ ଛଡ଼ାଯାଇଛି। ତା’ର ଗତିବିଧିକୁ ଲକ୍ଷ୍ୟ କରିବା ପାଇଁ ସ୍ୱନ୍ତ୍ର ଟିମ୍ ଗଠନ କରାଯାଇଛି।
ଗତ ୨୧ ତାରିଖରେ ଆସିଥିବା ବାଘ ଏକୁଟିଆ ଥିବାରୁ ବାଘୁଣୀକୁ ଆଣିବା ନିହାତି ଆବଶ୍ୟକ ଥିଲା ବୋଲି କହିଛନ୍ତି ଜଙ୍ଗଲ ବିଭାଗ ସଚିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।