ସୁନ୍ଦରଗଡ଼ ଜଙ୍ଗଲରେ ମହାବଳ ବାଘ

ସୁନ୍ଦରଗଡ଼:  ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜଙ୍ଗଲରେ ମହାବଳ ବାଘ ଥିବା  ପ୍ରମାଣ ମିଳିଛି। ଜିଲ୍ଲାର ଲେଫ୍ରିପଡ଼ା ରେଞ୍ଜ ଅନ୍ତର୍ଗତ ଜୁନିୟାନୀ ଜଙ୍ଗଲରେ ଏହି ମହାବଳ ବାଘର ପାଦ ଚିହ୍ନ ଠାବ କରାଯାଇଛି। ଏହାସହ ପାଦଚିହ୍ନ ଏବଂ ଟ୍ରାକିଂ କ୍ୟାମେରାର ତଥ୍ୟରୁ ଜଙ୍ଗଲରେ ୧୨ଟି କଲରାପତରିଆ ବାଘ ଥିବା ମଧ୍ୟ ଜଣାପଡ଼ିଛି। ଜଙ୍ଗଲରେ ଲାଗିଥିବା ଟ୍ରାକିଂ କ୍ୟାମେରାରେ ହାତୀ, ଭାଲୁ, ହରିଣ, କୁଟୁରା, ବାରହା ଏବଂ ମୟୂର ଆଦିର ମଧ୍ୟ ଫଟୋ କଏଦ ହୋଇଛି। ମହାବଳ ବାଘର […]

tiger

Rakesh Mallick
  • Published: Sunday, 12 June 2016
  • , Updated: 12 June 2016, 12:10 PM IST

ସୁନ୍ଦରଗଡ଼:  ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜଙ୍ଗଲରେ ମହାବଳ ବାଘ ଥିବା  ପ୍ରମାଣ ମିଳିଛି। ଜିଲ୍ଲାର ଲେଫ୍ରିପଡ଼ା ରେଞ୍ଜ ଅନ୍ତର୍ଗତ ଜୁନିୟାନୀ ଜଙ୍ଗଲରେ ଏହି ମହାବଳ ବାଘର ପାଦ ଚିହ୍ନ ଠାବ କରାଯାଇଛି। ଏହାସହ ପାଦଚିହ୍ନ ଏବଂ ଟ୍ରାକିଂ କ୍ୟାମେରାର ତଥ୍ୟରୁ ଜଙ୍ଗଲରେ ୧୨ଟି କଲରାପତରିଆ ବାଘ ଥିବା ମଧ୍ୟ ଜଣାପଡ଼ିଛି। ଜଙ୍ଗଲରେ ଲାଗିଥିବା ଟ୍ରାକିଂ କ୍ୟାମେରାରେ ହାତୀ, ଭାଲୁ, ହରିଣ, କୁଟୁରା, ବାରହା ଏବଂ ମୟୂର ଆଦିର ମଧ୍ୟ ଫଟୋ କଏଦ ହୋଇଛି। ମହାବଳ ବାଘର ସନ୍ଧାନ ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲା ବନବିଭାଗରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି। ପ୍ରତିଦିନ ଜଙ୍ଗଲ ଭିତରକୁ  ଯାଇ ପାଟ୍ରୋଲିଂ କରିବା ସହ କ୍ୟାମେରା ଓ ପାଦଚିହ୍ନ ଆଦି ଯାଞ୍ଚ କରାଯାଉଛି। ଏହାସହ ଜଙ୍ଗଲରେ  ଯେପରି ନିଆଁ ନ ଲାଗେ ସେଥିପ୍ରତି ମଧ୍ୟ ପଦକ୍ଷେପ ନିଆଯାଉଛି।

Related story