ସୁନ୍ଦରଗଡ: ପାହାଡିଚିତା ଗ୍ୟାଙ୍ଗର ଜଣେ ସଦସ୍ୟ ଗିରଫ

ସୁନ୍ଦରଗଡ: ପାହାଡିଚିତା ଗ୍ୟାଙ୍ଗର ଜଣେ ସଦସ୍ୟକୁ ସୁନ୍ଦରଗଡ ପୋଲିସ ଗତକାଲି ରାତିରେ ଗିରଫ କରିଛି। ତା’ ନାଁ କିରଣ ସୋରେନ୍। ୨୦୧୩ରେ ତଳସରା ଥାନା ଅନ୍ତର୍ଗତ ପାହାଡିଚିତା ଦ୍ୱାରା ହୋଇଥିବା ୫ଟି ହତ୍ୟାକାଣ୍ଡରେ ସେ ସଂପୃକ୍ତ ଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଗତକିଛି ଦିନ ତଳେ ପାହାଡିଚିତା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିସାରିଛି। ସୂଚନାଯୋଗ୍ୟ, ଝାଡଖଣ୍ଡ ପୋଲିସ ପାହାଡିଚିତା ଗ୍ୟାଙ୍ଗର କମାଣ୍ଡର ପାଟ୍ରିକ୍ ଟପ୍ପୋକୁ ଗିରଫ କରିଥିବା ବେଳେ ସୁନ୍ଦରଗଡ ପୋଲିସ ତାକୁ ରିମାଣ୍ଡର […]

giraf

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 06:02 AM IST

ସୁନ୍ଦରଗଡ: ପାହାଡିଚିତା ଗ୍ୟାଙ୍ଗର ଜଣେ ସଦସ୍ୟକୁ ସୁନ୍ଦରଗଡ ପୋଲିସ ଗତକାଲି ରାତିରେ ଗିରଫ କରିଛି। ତା’ ନାଁ କିରଣ ସୋରେନ୍। ୨୦୧୩ରେ ତଳସରା ଥାନା ଅନ୍ତର୍ଗତ ପାହାଡିଚିତା ଦ୍ୱାରା ହୋଇଥିବା ୫ଟି ହତ୍ୟାକାଣ୍ଡରେ ସେ ସଂପୃକ୍ତ ଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଗତକିଛି ଦିନ ତଳେ ପାହାଡିଚିତା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିସାରିଛି।

ସୂଚନାଯୋଗ୍ୟ, ଝାଡଖଣ୍ଡ ପୋଲିସ ପାହାଡିଚିତା ଗ୍ୟାଙ୍ଗର କମାଣ୍ଡର ପାଟ୍ରିକ୍ ଟପ୍ପୋକୁ ଗିରଫ କରିଥିବା ବେଳେ ସୁନ୍ଦରଗଡ ପୋଲିସ ତାକୁ ରିମାଣ୍ଡର ଆଣିବାକୁ ଆବେଦନ କରିଛି।

Related story