ନୂଆଦିଲ୍ଲୀ: ଦିଲ୍ଲୀରେ ଅପହୃତ ହୋଇଥିବା ଓଡ଼ିଆ ଯୁବକ ଉଦ୍ଧାର କରାଯାଇଛି। ଅପହରଣର ୩ ମାସ ପରେ ଉଦ୍ଧାର କରିଛି ଦିଲ୍ଲୀ ପୋଲିସ୍। ଯୁବକ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍କରପାଲିର ଗଣେଶ ସଲିମା।
ପତ୍ନୀ ମଂଜୁଙ୍କ ସହ ଗତ ମାର୍ଚ୍ଚ ୨୭ ତାରିଖରେ ଉଭୟ ବୈଷ୍ଣୋଦେବୀ ବୁଲିବାକୁ ଯାଇଥିଲେ। ଏପ୍ରିଲ ୩ ତାରିଖରେ ପୁରଣାଦିଲ୍ଲୀ ଷ୍ଟେସନରୁ ଦୁର୍ବୃତ୍ତ ଗାଡିରେ ଆସି ଗଣେଶଙ୍କୁ ଅପହରଣ କରି ନେଇଥିଲେ। ଏନେଇ ମଂଜୁ ପୁରୁଣା ଦିଲ୍ଲୀ ଥାନାରେ ଏତଲା ପରେ ମଧ୍ୟ ପୋଲିସ ଶୁଣିନଥିଲା। ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ଗୁହାରୀ କରିଥିଲେ । ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଅପହୃତ ଗଣେଶଙ୍କୁ ହରିୟାଣା କୁରୁକ୍ଷେତ୍ର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ୍। ଗଣେଶଙ୍କୁ ଅପହରଣକାରୀ କେବଳ ଖାଇବାକୁ ଦେଇ ବିନା ପାରିଶ୍ରମିକରେ ବିଲରେ କାମ କରାଉଥିଲେ। ଗଣେଶ ସୁଯୋଗ ପାଇ ଅନ୍ୟ ଜଣେ ଶ୍ରମିକର ଫୋନରୁ ଘରକୁ ଫୋନ୍ କରିଥିଲା। ଏହି ଫୋନ୍ ନମ୍ବରକୁ ଟ୍ରାକ୍ କରି ଗତକାଲି ଗଣେଶକୁ ଉଦ୍ଧାର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।