୩ ବାବୁଙ୍କ ଘରେ ପଶିଲେ ଭିଜିଲାନ୍ସ; ଖାଇଛନ୍ତି କି ରାସ୍ତା ଟଙ୍କା?

ସୁନ୍ଦରଗଡ଼(ଓଡ଼ିଶା ରିର୍ପୋଟର): ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକରେ ଏକ ଗ୍ରାମ୍ୟ ରାସ୍ତା ନିର୍ମାଣ କାମରେ ୪୨ ଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗ ମାମଲାରେ ୩ ଜଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। କଟକ ଭିଜିଲାନ୍ସ ସେଲ ପକ୍ଷରୁ ଆଜି ସକାଳେ ରାଉରକେଲା ଛେଣ୍ଡ୍ କଲୋନୀରେ ରହୁଥିବା ୩ ଜଣଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏମାନେ ହେଲେ ଛେଣ୍ଡ୍ କଲୋନୀରେ ରହୁଥିବା ଲାଠିକଟା ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ, ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ […]

vigilancer

Rakesh Mallick
  • Published: Friday, 19 January 2018
  • , Updated: 19 January 2018, 02:11 PM IST

ସୁନ୍ଦରଗଡ଼(ଓଡ଼ିଶା ରିର୍ପୋଟର): ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକରେ ଏକ ଗ୍ରାମ୍ୟ ରାସ୍ତା ନିର୍ମାଣ କାମରେ ୪୨ ଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗ ମାମଲାରେ ୩ ଜଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। କଟକ ଭିଜିଲାନ୍ସ ସେଲ ପକ୍ଷରୁ ଆଜି ସକାଳେ ରାଉରକେଲା ଛେଣ୍ଡ୍ କଲୋନୀରେ ରହୁଥିବା ୩ ଜଣଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏମାନେ ହେଲେ ଛେଣ୍ଡ୍ କଲୋନୀରେ ରହୁଥିବା ଲାଠିକଟା ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ, ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ ଓ ସହକାରୀ ଯନ୍ତ୍ରୀ ବୁଧେଶ୍ୱର ସାହୁ।

ରାସ୍ତା ନିର୍ମାଣ ଲାଗି ‘ଏନଏସପିସିଏଲ୍ ପାଓ୍ୱାର ପ୍ଲାଣ୍ଟ’ ପକ୍ଷରୁ ୩୨ ଲକ୍ଷ ଟଙ୍କା ଦିଆଯାଇଥିଲା। ତେବେ ଏତେ ବଡ଼ କାମ ବିନା ଟେଣ୍ଡରରେ ହୋଇଥିବାରୁ କଟକ ଭିଜିଲାନ୍ସ ସେଲ ଏହାର ତଦନ୍ତ ଆରମ୍ଭ କରିଥିଲା। ୨୦୧୭ରେ ହୋଇଥିବା ଏହି ରାସ୍ତା ନିର୍ମାଣ କାମରେ ଦୁର୍ନୀତିର ପ୍ରମାଣ ମିଳିବା ପରେ ଭିଜିଲାନ୍ସ ଆଜି ୩ ଅଧିକାରୀଙ୍କ ଘରେ ଚଢ଼ଉ କରିଛି।

 

Related story