ବେଲ୍‌ଟରେ ବାନ୍ଧି ଦେଇ ପନିକିରେ ଜିଭ କାଟିଦେଲେ

ନୀଳଗିରି(ବିଶ୍ୱମ୍ଭର ଦାସ): ବେଲ୍‌ଟରେ ବାନ୍ଧି ଦେଲେ। ପରେ ଜିଭକୁ ଧରି କନିକିରେ କାଟିଦେଲେ। ତା’ପରେ ଅତି ନିର୍ଦୟ ଭାବେ ପିଟିପିଟି ମାରିଦେଲେ। ଆଜି ଏପରି ନୃଶଂସ ଓ ବୀଭତ୍ସ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୀଳଗିରି ଅଞ୍ଚଳରେ ଘଟିଛି। ନୀଳଗିରି ଥାନା ବାଙ୍କିଶୁଳ ଗାଁର ଶ୍ୟାମ ସିଂ ଗୁଣି ଗାରେଡି କରନ୍ତି ବୋଲି ଗ୍ରାମର କେତେକ ଲୋକ ସନ୍ଦେହ କରୁଥିଲେ। ଏହାକୁ ନେଇ ପୂର୍ବରୁ ଶତ୍ରୁତା ଥିଲା। ଦୁର୍ଭାଗ୍ୟକୁ କୌଣସି କଥାକୁ ନେଇ ଲୋକଙ୍କ ସହ […]

Beaten-to-death

  • Published: Monday, 16 January 2023
  • , Updated: 16 January 2023, 09:09 PM IST

ନୀଳଗିରି(ବିଶ୍ୱମ୍ଭର ଦାସ): ବେଲ୍‌ଟରେ ବାନ୍ଧି ଦେଲେ। ପରେ ଜିଭକୁ ଧରି କନିକିରେ କାଟିଦେଲେ। ତା’ପରେ ଅତି ନିର୍ଦୟ ଭାବେ ପିଟିପିଟି ମାରିଦେଲେ। ଆଜି ଏପରି ନୃଶଂସ ଓ ବୀଭତ୍ସ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୀଳଗିରି ଅଞ୍ଚଳରେ ଘଟିଛି।

ନୀଳଗିରି ଥାନା ବାଙ୍କିଶୁଳ ଗାଁର ଶ୍ୟାମ ସିଂ ଗୁଣି ଗାରେଡି କରନ୍ତି ବୋଲି ଗ୍ରାମର କେତେକ ଲୋକ ସନ୍ଦେହ କରୁଥିଲେ। ଏହାକୁ ନେଇ ପୂର୍ବରୁ ଶତ୍ରୁତା ଥିଲା। ଦୁର୍ଭାଗ୍ୟକୁ କୌଣସି କଥାକୁ ନେଇ ଲୋକଙ୍କ ସହ ଶ୍ୟାମ ସିଂଙ୍କର ସାମାନ୍ୟ ଝଗଡା ହୋଇଥିଲା। ଗୁଣି ଗାରେଡ଼ି କରୁଥିବା ଅଭିଯୋଗ କରି ଗାଁର କେତେକ ଲୋକ ଶ୍ୟାମଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ତାଙ୍କୁ ବାନ୍ଧି ଦେଇଥିଲେ। ତା’ ପରେ ପ୍ରବଳ ମାଡ଼ ମାରିଥିଲେ। ଶ୍ୟାମ ଚିତ୍କାର କରୁଥିବା ବେଳେ ତାଙ୍କ ଜିଭକୁ ଧରି ପନିକିରେ କାଟି ଦେଇଥିଲେ ଗାଁ ଲୋକ। ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ନୀଳଗିରି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ୍‌ କାହାକୁ ଗିରଫ କରିନାହିଁ।

Related story