ଧାନ ସଂଗ୍ରହ ପାଇଁ ୧୫ହଜାର କୋଟି ଟଙ୍କା ଋଣ କଲାଣି ଯୋଗାଣ ନିଗମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ରାଜ୍ୟରୁ ବଳକା ଚାଉଳ ଉଠାଣ କରୁନଥିବାରୁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଓ ଚାଉଳ ଉଠାଣ ପ୍ରଭାବିତ ହୋଇଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି କେନ୍ଦ୍ର ଖାଦ୍ୟଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଏହାସହିତ ୨ଟି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ ପାଇଁ ଶ୍ରୀ ଗୋଏଲଙ୍କୁ ସେ ଅନୁରୋଧ କରିଛନ୍ତି। ଶ୍ରୀ ସ୍ୱାଇଁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଖରିଫ ଧାନ […]

raja-swai

raja-swai

Manoranjan Sial
  • Published: Tuesday, 19 January 2021
  • Updated: 19 January 2021, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ରାଜ୍ୟରୁ ବଳକା ଚାଉଳ ଉଠାଣ କରୁନଥିବାରୁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଓ ଚାଉଳ ଉଠାଣ ପ୍ରଭାବିତ ହୋଇଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି କେନ୍ଦ୍ର ଖାଦ୍ୟଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଏହାସହିତ ୨ଟି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ ପାଇଁ ଶ୍ରୀ ଗୋଏଲଙ୍କୁ ସେ ଅନୁରୋଧ କରିଛନ୍ତି।

ଶ୍ରୀ ସ୍ୱାଇଁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ରାଜ୍ୟରେ ଜାରି ରହିଛି। ଗତବର୍ଷ ଏହି ଅବଧି ତୁଳନାରେ ଚଳିତବର୍ଷ ଅଧିକ ୨୨ପ୍ରତିଶତ ଧାନ ସଂଗ୍ରହ ହୋଇସାରିଛି। ସରକାରଙ୍କୁ ଅଧିକ ସଂଖ୍ୟକ ଚାଷୀ ନିଜର ଧାନ ବିକ୍ରି କରିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ର ଫାଇଦା ନେଉଛନ୍ତି। ତେବେ ଏସବୁ ମଧ୍ୟରେ ୨ଟି ସମସ୍ୟା ଏବେ ଦେଖାଦେଇଛି ଓ ଏଥିରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, ଚଳିତ ଖରିଫ ଋତୁରେ ଚାଷୀଙ୍କଠୁ ଧାନ ସଂଗ୍ରହ ନିମନ୍ତେ ରାଜ୍ୟ ଯୋଗାଣ ନିଗମ ଏବେସୁଦ୍ଧା ୧୫ହଜାର କୋଟି ଟଙ୍କା ଋଣ କରିସାରିଲାଣି। କେନ୍ଦ୍ର ସରକାରଙ୍କଠୁ ସବସିଡି ବାବଦରେ ୬୦୩୯ କୋଟି ଟଙ୍କା ବକେୟା ମିଳିନଥିବାରୁ ଯୋଗାଣ ନିଗମ ବାଧ୍ୟ ହୋଇ ବ୍ୟାଙ୍କରୁ ଋଣ ଆଣି ଚାଷୀଙ୍କ ଧାନକିଣା ବାବଦରେ ଅର୍ଥ ପୈଠ କରୁଛି। ଯେହେତୁ ଯୋଗାଣ ନିଗମକୁ ଋଣଦେବାର ସୀମା ଟପିସାରିଲାଣି, ତେଣୁ ବ୍ୟାଙ୍କ ଆଉ ଋଣ ଦେବା ସ୍ଥିତିରେ ନାହିଁ। ଯାହଫଳରେ ଧାନ ସଂଗ୍ରହ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ବକେୟା ସବିସିଡି ରାଶିକୁ ତୁରନ୍ତ ରାଜ୍ୟକୁ ଦେବାକୁ ସେ ଅନୁରୋଧ କରିଛନ୍ତି। ସେହିପରି ଉଷୁନା ଚାଉଳକୁ ଏଫସିଆଇ ଗ୍ରହଣ କରୁନାହିଁ ଓ ଉଷୁନା ଚାଉଳ ନେବାର ପରିମାଣ ଧାର୍ଯ୍ୟ କରିଛି।

ଗତବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକ ଚାଉଳ ଗ୍ରହଣ କରିବ ବୋଲି ଏଫସିଆଇ ସୂଚନା ଦେଇଥିଲା। କିନ୍ତୁ ଚଳିତ ରବି ଋତୁରେ ବଳକା ଉଷୁନା ଚାଉଳ ସଂଗ୍ରହ ଏଫସିଆଇ କରୁନାହିଁ। ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟ କଲ୍ୟାଣମୂଳକ ଯୋଜନାରେ ଏବେ ପ୍ରାୟ ୨୪ଲକ୍ଷ ମେଟ୍ରିକ ଟନ୍ ଚାଉଳ ଖର୍ଚ୍ଚ ହେଉଛି। ବାକି ୩୦ଲକ୍ଷ ମେଟ୍ରିକ ଟନ୍ ଚାଉଳକୁ ଏଫସିଆଇ ନେବାର ଆବଶ୍ୟକତା ରହିଛି। ତେଣୁ ତୁରନ୍ତ ଏ ଦୁଇଟି ପ୍ରସଙ୍ଗରେ ହସ୍ତକ୍ଷେପ କଲେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଓ ଚାଉଳ ଦେବା ବି ସହଜ ହୋଇପାରିବ।

ରାଜ୍ୟ ସରକାର ସବୁ ପ୍ରକାରର ସ୍ୱଚ୍ଛତା ବଜାୟ ରଖି ଧାନ କିଣିଛନ୍ତି। ମହାମାରୀ ସମୟରେ ବି ରାଜ୍ୟରେ ଧାନକିଣା ଜାରି ରହିଥିଲା। କୋଭିଡ୍ ସଙ୍କଟବେଳେ କୃଷିକ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ବୋଲି ଶ୍ରୀ ସ୍ୱାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story