ସାରଥୀଙ୍କ ପାଇଁ ୫୦୦୦ ଟଙ୍କାର ମିଠା ବଣ୍ଟା !

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଜେଲରୁ ମୁକୁଳିବେ ସାରଥୀ। ଯୌନ ନିର୍ଯାତନା ମାମଲାରେ ଫସିଥିବା ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ମାମଲାରେ ତାଙ୍କୁ ଜାମିନ ମିଳିଛି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ତେବେ ସାରଥୀ ଜେଲରୁ ମୁକୁଳିବାର ଖବର ଆସିବା ପରେ ମିଶ୍ର ପ୍ରତିକ୍ରିୟା ଆସୁଛି। ସାରଥୀଙ୍କୁ ବାରିମୂଳ ଆଶ୍ରମରେ ପୂରାଇ ନଦେବା […]

650

Tapas Behera
  • Published: Monday, 22 July 2019
  • , Updated: 22 July 2019, 09:09 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଜେଲରୁ ମୁକୁଳିବେ ସାରଥୀ। ଯୌନ ନିର୍ଯାତନା ମାମଲାରେ ଫସିଥିବା ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ମାମଲାରେ ତାଙ୍କୁ ଜାମିନ ମିଳିଛି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ତେବେ ସାରଥୀ ଜେଲରୁ ମୁକୁଳିବାର ଖବର ଆସିବା ପରେ ମିଶ୍ର ପ୍ରତିକ୍ରିୟା ଆସୁଛି। ସାରଥୀଙ୍କୁ ବାରିମୂଳ ଆଶ୍ରମରେ ପୂରାଇ ନଦେବା ପାଇଁ କେତେକ ଚେତାବନୀ ଦେଇଥିବା ବେଳେ ତାଙ୍କ ସମର୍ଥକ ମଧ୍ୟରୁ ଆଉ କେତେଜଣ ଖୁସି ପ୍ରକଟ କରିଛନ୍ତି।

କେନ୍ଦ୍ରାପଡ଼ାର ନିଳାଦ୍ରୀ ଭୂଷଣ ତ୍ରିପାଠୀ ନାମକ ବାବାଙ୍କର ଜଣେ ବଡ଼ ସମର୍ଥକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବବାଙ୍କୁ ଜାମିନ୍‌ ମିଳିବା ନେଇ ବହୁ ଲୋକ ଖୁସି ଅଛନ୍ତି। ବାବା ଷଡ଼ଯନ୍ତ୍ରର ଶିକାର ହୋଇ ଜେଲ ଯାଇଛନ୍ତି। ସାରଥୀ ଜାମିନ୍‌ ପାଇଥିବାରୁ ମୁଁ ଖୁସିରେ ଆଜି ୫୦୦୦ ଟଙ୍କାର ମିଠା ବାଣ୍ଟୁଛି।

ସୂଚନାଯୋଗ୍ୟ ଯେ, ୩ ଦିନ ତଳେ ବାଲେଶ୍ୱର ଜିଲ୍ଲା ଜାମୁଝାଡିଠାରେ ସାରଥୀଙ୍କ ସମର୍ଥକମାନେ ପୂଜାର୍ଚ୍ଚନା କରୁଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ସାରଥୀ ଭକ୍ତଙ୍କ ସଂକୀର୍ତ୍ତନକୁ ସେମାନେ ବିରୋଧ କରିବା ସହିତ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚିବା ପରେ ଘଟଣାସ୍ଥଳରୁ ସାରଥୀ ଭକ୍ତ ଛତ୍ରଭଙ୍ଗ ଦେଇଥିଲେ।

Related story