ଲୁହାପଥର ଖଣି ଦୁର୍ନୀତି ମାମଲାରେ ଓଡ଼ିଶାକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ୬ ଲକ୍ଷ କୋଟି ଟଙ୍କାର ଲୁହାପଥର ଖଣି ଦୁର୍ନୀତି ମାମଲାରେ ଓଡ଼ିଶା ସମେତ କର୍ଣ୍ଣାଟକ ଓ ଝାଡ଼ଖଣ୍ଡକୁ ସୁପ୍ରିମକୋର୍ଟ ନୋଟିସ୍‌ କରିଛନ୍ତି। ୩ ରାଜ୍ୟ ସମେତ କେନ୍ଦ୍ର ସରକାର ଓ ସିବିଆଇକୁ ମଧ୍ୟ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ।

କିଛି ରାଜ୍ୟରେ ବେଆଇନ ଖଣି ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆବେଦନ ହୋଇଥିଲା। ମାମଲାର ଶୁଣାଣି କରି କୋର୍ଟ ପି.ଏସ୍. ନରସିଂହଙ୍କୁ ଆମିକସକ୍ୟୁରି ଭାବେ ନିଯୁକ୍ତି କରିଛନ୍ତି। ସେ ତଦନ୍ତରେ ସହଯୋଗ କରିବେ।