‘ମଠମନ୍ଦିର ଭାଙ୍ଗିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଜରୁରୀ’

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ମେଘନାଦ ପାଚେରୀର ୭୫ ମିଟର ପରିଧିରୁ ଉଚ୍ଛେଦ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ଶୁଣାଣି। ପୁରୀର ଐତିହ୍ୟ ସଂପନ୍ନ ମଠ ମନ୍ଦିର ଉଚ୍ଛେଦ ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଜରୁରୀ। ଏପରିକି ବରିଷ୍ଠ ସେବାୟତଙ୍କ ପରାମର୍ଶ ନେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ତିନି ଜଣିଆ ଖଣ୍ଡପୀଠର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଶୁଣାଣି ପରେ ଆଡ୍‌ଭୋକଆଟ୍‌ ଜେନେରାଲ୍‌(ଏଜି) ଅଶୋକ ପରିଜା କହିଛନ୍ତି, […]

puri-1

puri-1

Manoranjan Sial
  • Published: Thursday, 03 October 2019
  • Updated: 03 October 2019, 07:46 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ମେଘନାଦ ପାଚେରୀର ୭୫ ମିଟର ପରିଧିରୁ ଉଚ୍ଛେଦ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ଶୁଣାଣି। ପୁରୀର ଐତିହ୍ୟ ସଂପନ୍ନ ମଠ ମନ୍ଦିର ଉଚ୍ଛେଦ ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଜରୁରୀ। ଏପରିକି ବରିଷ୍ଠ ସେବାୟତଙ୍କ ପରାମର୍ଶ ନେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ତିନି ଜଣିଆ ଖଣ୍ଡପୀଠର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଶୁଣାଣି ପରେ ଆଡ୍‌ଭୋକଆଟ୍‌ ଜେନେରାଲ୍‌(ଏଜି) ଅଶୋକ ପରିଜା କହିଛନ୍ତି, ସବୁ ଆଇନ ଅନୁସାରେ କରାଯାଇଛି। ଏପର୍ଯ୍ୟନ୍ତ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ଷ୍ଟାଟସ୍ ରିପୋର୍ଟ ଦିଆଯିବ ବୋଲି କୋର୍ଟଙ୍କୁ ଜଣାଇ ଦିଆଯାଇଥିବା ନେଇ ଏଜି ସୂଚନା ଦେଇଛନ୍ତି। ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଏପଟେ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସେବାୟତ ମହଲରେ ସ୍ୱାଗତ କରାଯାଇଛି। ଯେଉଁଭଳି ଢଙ୍ଗରେ ଉଚ୍ଛେଦ କରାଯାଉଛି, ତାକୁ ସେବାୟତ ବିରୋଧ କରିଥିଲେ ମଧ୍ୟ ସେମାନଙ୍କ କଥାକୁ ପ୍ରଶାସନ ଗୁରୁତ୍ୱ ଦେଉନଥିଲା। ଆଉ ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ଜିଲ୍ଲାପ୍ରଶାସନକୁ ସୁହାଉଥିବା କିଛି ସେବାୟତଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଗଲା। ଏହାର ଦୃଢ଼ ବିରୋଧ କରାଯିବ ବୋଲି କହିଛନ୍ତି ବରିଷ୍ଠ ଦଇତାପତି।

ଅପରପକ୍ଷେ ଜଗଦଗୁରୁ ଶଙ୍କାରାଚାର୍ଯ୍ୟଙ୍କ ମୁଖପାତ୍ର ମନୋଜ କୁମାର ରଥ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି।

ପ୍ରଥମେ ଲଙ୍ଗୁଳି ମଠ, ଏମାର ମଠ ଓ ବଡ଼ ଆଖଡ଼ା ମଠ ଉଚ୍ଛେଦ ପରେ କିଛି ଅଭିଯାନକୁ ବନ୍ଦ ରଖି ସୋସିଆଲ୍‌ ଇମ୍ପାକ୍ଟ ଆସେସ୍‌ମେଣ୍ଟ କରାଯାଉଛି। ତେବେ ଆଗକୁ ଉଚ୍ଛେଦ ଅଭିଯାନ ଉପରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶର କି ପ୍ରଭାବ ରହୁଛି ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story