‘ପରୀ’ ମାମଲାରେ ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ‘ପରୀ’ ହତ୍ୟାକାରୀଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ମାମଲାର ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ। କୋର୍ଟ ମାମଲାକୁ ବିଚାର କରି ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟରେ ଆବେଦନ କରିବାକୁ ‘ପରୀ’ର ବାପା-ମାଆଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ନୟାଗଡ଼ କୁନି ଝିଅ ‘ପରୀ’ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ‘ପରୀ’ ମାଆ। ପ୍ରଥମେ ରିଟ୍‌ ଓ ପରେ ସ୍ପେଶାଲ ଲିଭ୍‌ ପିଟିସନ ଜରିଆରେ […]

pari

pari

Manoranjan Sial
  • Published: Monday, 23 August 2021
  • Updated: 23 August 2021, 03:47 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ‘ପରୀ’ ହତ୍ୟାକାରୀଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ମାମଲାର ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ। କୋର୍ଟ ମାମଲାକୁ ବିଚାର କରି ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟରେ ଆବେଦନ କରିବାକୁ ‘ପରୀ’ର ବାପା-ମାଆଙ୍କୁ ସୁପ୍ରିମକୋର୍ଟ କହିଛନ୍ତି।

ନୟାଗଡ଼ କୁନି ଝିଅ ‘ପରୀ’ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ‘ପରୀ’ ମାଆ। ପ୍ରଥମେ ରିଟ୍‌ ଓ ପରେ ସ୍ପେଶାଲ ଲିଭ୍‌ ପିଟିସନ ଜରିଆରେ ଆବେଦନ କରାଯାଇଥିଲେ। ପୂର୍ବ ଶୁଣାଣି ସମୟରେ ଖଣ୍ଡପୀଠ ‘ପରୀ’ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କୁ ତଳକୋର୍ଟ ଅର୍ଥାତ ଓଡ଼ିଶା ହାଇକୋର୍ଟ ଦେଇଥିବା ଅର୍ଡର କପି କୋର୍ଟଙ୍କ ନିକଟରେ ରଖିବାକୁ କହିଥିଲେ।

ନୟାଗଡ଼ର କୁନି ଝିଅ ‘ପରୀ’ ଗାଁ ଦାଣ୍ଡରେ ଖେଳୁଥିଲା ବେଳେ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ପିଲାକୁ ଖୋଜିବା ବଦଳରେ ନାନା ନିର୍ଯାତନା ଦେଇଥିଲା। ଏପରିକି ଥାନାରେ ‘ପରୀ’ ବାପା-ମାଆଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀ ବାବୁଲିର ହାତ ଥିବାରୁ ପୁଲିସ ନୀରବ ରହୁଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ।

ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଦେହରେ କିରାସିନି ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ମାମଲାକୁ ରାଜ୍ୟ ସାରା ତମ୍ୱି ତୋଫାନ୍‌ ହୋଇଥିଲା। ବିଧାନସଭା ଚାଲି ପାରିଲା ନାହିଁ। ଶେଷରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଆଇଟି ତଦନ୍ତ କରି ଜଣେ ନାବାଳକକୁ ଗିରଫ କରି ସାବାଳକ ଦର୍ଶାଇ ପରୀ ହତ୍ୟାକାରୀ ସଜେଇଥିଲା। କିନ୍ତୁ ଏସ୍‌ଆଇଟି ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ପରୀର ବାପା-ମାଆ। ମାମଲାର ନିରପେକ୍ଷ ତଦନ୍ତ ଚାହିଁଥିଲେ ପରୀର ବାପା-ମାଆ। ସେଥିପାଇଁ ସିବିଆଇକୁ ତଦନ୍ତ ଭାର ଦିଆଯାଉ ବୋଲି ପରୀର ବାପା-ମାଆ ସୁପ୍ରିମକୋର୍ଟ ଯାଇଥିଲେ। କୋର୍ଟ ମାମଲାର ବିଚାର କରି ହାଇକୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos