‘ପରୀ’ ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ନୟାଗଡ଼ କୁନି ଝିଅ ‘ପରୀ’ ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କଲେ ସୁପ୍ରିମକୋର୍ଟ। ପରୀ ମାଆ ସୌଦାମିନୀଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ନୋଟିସ୍‌ କରିଛନ୍ତି। ଆଜି ପରୀର ମାଆ ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ଓ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କହିଥିଲେ। ୫ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ […]

pari

pari

Manoranjan Sial
  • Published: Wednesday, 13 January 2021
  • Updated: 13 January 2021, 05:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ନୟାଗଡ଼ କୁନି ଝିଅ ‘ପରୀ’ ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କଲେ ସୁପ୍ରିମକୋର୍ଟ। ପରୀ ମାଆ ସୌଦାମିନୀଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ନୋଟିସ୍‌ କରିଛନ୍ତି। ଆଜି ପରୀର ମାଆ ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ଓ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କହିଥିଲେ।

୫ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ଅନ୍ୟପକ୍ଷରେ ପରୀଙ୍କ ମାଆଙ୍କୁ ପୁଲିସ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପରୀଙ୍କ ମାଆ ଅଭିଯୋଗ କରିଥିଲେ।

ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଆଇଟି ଏହି ମାମଲାର ତଦନ୍ତ ଜଣେ ନାବାଳକକୁ ଗିରଫ କରିଥିଲା। ଅଭିଯୁକ୍ତ ଦୁଷ୍କର୍ମ କରି ପରୀକୁ ହତ୍ୟା କରିଥିବା ଏସ୍‌ଆଇଟି ଗଣମାଧ୍ୟମ ସମ୍ମିଳନୀରେ କହିଥିଲେ।

ଏସ୍‌ଆଇଟିର ଏପରି ଆରୋପକୁ ପରୀଙ୍କ ବାପା-ମାଆ ଖଣ୍ଡନ କରିଥିଲେ। ଏପରିକି ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଦାବି କରିଥିଲେ। ହେଲେ ରାଜ୍ୟ ସରକାର ଏଥିପାଇଁ ରାଜି ହେଉନଥିଲେ। ଶେଷରେ ପରୀଙ୍କ ମାଆ ସୌଦାମିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଗୁରୁତ୍ୱ ଦେଖି କୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି।

ଅନ୍ୟପକ୍ଷରେ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନାବାଳକର ବ୍ରେନ ମ୍ୟାପିଂ ପାଇଁ ଆଜି SIT ଆବେଦନ କରିଥିଲା। କିନ୍ତୁ ଅଭିଯୁକ୍ତ ବ୍ରେନ ମ୍ୟାପିଂ କରିବା ପାଇଁ ମନା କରିଦେଇଛନ୍ତି ନାବାଳକ। ଯାହାଫଳରେ ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡ ମାମଲାର ଶୁଣାଣି କରି ଏସ୍‌ଆଇଟିର ବ୍ରେନ୍ ମ୍ୟାପିଂ ଆବେଦନକୁ ଖାରଜ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos