ଇଚ୍ଛା ମୃତ୍ୟୁ ଅପେକ୍ଷାରେ ମୁରଲୀ: ସୁପ୍ରିମକୋର୍ଟଙ୍କ ରାୟ ପରେ କ’ଣ ହେବ ତାଙ୍କ ଭାଗ୍ୟ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ସମ୍ମାନର ସହ ପରଲୋକ ଗମନ କରିବାକୁ ମଣିଷର ଅଧିକାର ରହିଛି। ଇଚ୍ଛାମୃତ୍ୟୁ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅସରଡ଼ା ଗାଁର ମୁରଲୀଧର ସାହୁଙ୍କ ଭାଗ୍ୟ କ’ଣ ହେବ? ପୂରା ଘଟଣାଟି ଏମିତି। ଅସରଡ଼ା ଗାଁର ମୁରଲୀଧର ସାହୁ। ୧୫ ବର୍ଷ ତଳେ ସାଥୀମାନଙ୍କ ସହିତ ମିଶି କୂଅ ଖୋଳୁଥିଲେ। […]

death appli

Rakesh Mallick
  • Published: Friday, 09 March 2018
  • , Updated: 09 March 2018, 07:40 PM IST

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ସମ୍ମାନର ସହ ପରଲୋକ ଗମନ କରିବାକୁ ମଣିଷର ଅଧିକାର ରହିଛି। ଇଚ୍ଛାମୃତ୍ୟୁ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅସରଡ଼ା ଗାଁର ମୁରଲୀଧର ସାହୁଙ୍କ ଭାଗ୍ୟ କ’ଣ ହେବ?

ପୂରା ଘଟଣାଟି ଏମିତି। ଅସରଡ଼ା ଗାଁର ମୁରଲୀଧର ସାହୁ। ୧୫ ବର୍ଷ ତଳେ ସାଥୀମାନଙ୍କ ସହିତ ମିଶି କୂଅ ଖୋଳୁଥିଲେ। ହଠାତ୍‌ ଏକ ଦୁର୍ଘଟଣା ଘଟିଥିଲା। ସାଥୀମାନଙ୍କୁ ବଞ୍ଚାଇବାକୁ ଯାଇ ମୁରଲୀ ଦୁର୍ଘଟଣାରେ ଶିକାର ହେଲେ। ତାଙ୍କ ମେରୁଦଣ୍ଡ ଭାଙ୍ଗି ଗଲା। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ହେଲା ନାହିଁ। ଏବେ ଚାଲି ବୁଲି ପାରୁନାହାନ୍ତି। ବିଛଣାରେ ପଡ଼ି ରହିଛନ୍ତି। କହିବାକୁ ଗଲେ ଏବେ ସମ୍ପୂର୍ଣ୍ଣ ଶର୍ଯ୍ୟାସାୟୀ। ମୁରଲୀଙ୍କ ଏପରି ସମୟରେ ପତ୍ନୀ ଓ ମାଆ ପାଖରେ ନାହାନ୍ତି। ସେମାନେ କେଉଁଦିନରୁ ଆରପାରିକି ଚାଲି ଗଲେଣି। ଯାହାଫଳରେ ଏବେ ଏକକୀ ଜୀବନ ଅତିବାହିତ କରୁଛନ୍ତି। ସେବା ଶୁଶ୍ରୁଷା ପାଇବା ପାଇଁ ଗାଁ ଲୋକଙ୍କ ଉପରେ ନିର୍ଭର କରୁଛନ୍ତି। ଦିନକୁ ଦିନ ଯନ୍ତ୍ରଣା ବଢ଼ୁଥିବାରୁ ଇଚ୍ଛାମୃତ୍ୟୁ ପାଇଁ ମୂରଲୀ ରାଷ୍ଟ୍ରପତିଙ୍କୁ ନିବେଦନ କରିଥିଲେ।

ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ବ୍ଲକ ଅଧିକାରୀ ଓ ଅଧ୍ୟକ୍ଷ ତାଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେମାନେ ସିନା ସେବା ଯୋଗାଇବେ, ମାତ୍ର କଷ୍ଟ ନେବେ ନାହିଁ। ଯନ୍ତ୍ରଣା ସହି ମୁରଲୀ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଥିଲେ।

କଣ ରହିଛି ସୁପ୍ରିମକୋର୍ଟଙ୍କ ରାୟ

ଇଚ୍ଛାମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଲିଭିଙ୍ଗ୍‌ ୱିଲ୍ ତଥା ଇଚ୍ଛା ମୃତ୍ୟୁ ସପକ୍ଷରେ ରାୟ ଶୁଣାଇଛନ୍ତି ସବୋର୍ଚ୍ଚ ଅଦାଲତ। ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠ ଏନେଇ କଡ଼ା ଗାଇଡଲାଇନ୍ ଜାରି କରିଛନ୍ତି। ଗୁରୁତର ଅସୁସ୍ଥ ବ୍ୟକ୍ତି ନିଜ ଇଚ୍ଛା ମୃତ୍ୟୁକୁ ନେଇ କୋର୍ଟରେ ଆବେଦନ କରିପାରିବେ। ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଏନେଇ ହାଇକୋର୍ଟରେ ଆବେଦନ କରିପାରିବେ। କୋର୍ଟ ଏକ ମେଡିକାଲ ବୋର୍ଡ ଗଠନ କରିବେ। ମେଡିକାଲ ବୋର୍ଡର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବଞ୍ଚିବା ପରେ ସମ୍ମାନର ସହିତ ମରିବା ମଧ୍ୟ ନାଗରିକର ମୌଳିକ ଅଧିକାର, ହେଲେ ମୃତ୍ୟୁ ଯେଭଳି କଷ୍ଟଦାୟକ ନ ହେବ, ତା ଉପରେ ମଧ୍ୟ ଧ୍ୟାନ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ।

Related story