ଗୋଟିଏ ଦିନରେ କୋଟିଏ ଆଦାୟ, କଂଗ୍ରେସର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଜି ବି ହୋଇଛି ଜୋରଦାର ଧରପଗଡ଼। ପ୍ରଥମ ଦିନ ଅପେକ୍ଷା ଆଜି ଦ୍ୱିତୀୟ ଦିନରେ ଭଲ ରକମର ଜରିମାନା ଆଦାୟ କରିଛନ୍ତି ଟ୍ରାଫିକ୍ ପୁଲିସ ଏବଂ ପରିବହନ ବିଭାଗ ଅଧିକାରୀ । ହେଲେ ଆଇନକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଆଜି ବି ଅଭ୍ୟାସଗତ ଉଲଂଘନକାରୀଙ୍କ ସଂଖ୍ୟା କମ୍ ନଥିଲା। ତେବେ ଲୋକଙ୍କୁ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ନୂଆ ମୋଟରଯାନ […]

790

Tapas Behera
  • Published: Monday, 02 March 2020
  • , Updated: 02 March 2020, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଜି ବି ହୋଇଛି ଜୋରଦାର ଧରପଗଡ଼। ପ୍ରଥମ ଦିନ ଅପେକ୍ଷା ଆଜି ଦ୍ୱିତୀୟ ଦିନରେ ଭଲ ରକମର ଜରିମାନା ଆଦାୟ କରିଛନ୍ତି ଟ୍ରାଫିକ୍ ପୁଲିସ ଏବଂ ପରିବହନ ବିଭାଗ ଅଧିକାରୀ । ହେଲେ ଆଇନକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଆଜି ବି ଅଭ୍ୟାସଗତ ଉଲଂଘନକାରୀଙ୍କ ସଂଖ୍ୟା କମ୍ ନଥିଲା। ତେବେ ଲୋକଙ୍କୁ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।

ନୂଆ ମୋଟରଯାନ ଆଇନ କଡ଼ାକଡ଼ି ଭାବେ ଲାଗୁ ହେବାର ଦୁଇ ଦିନ ପୁରିଥିଲେ ବି ନା ଆଇନକୁ ଭୟ ଅଛି ନା ଜରିମାନାକୁ ଡରା ବରଂ ଟ୍ରାଫିକ୍ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଲେ ବର୍ତ୍ତିବାକୁ କରୁଛନ୍ତି ନା ନା ଫନ୍ଦିଫିକର । ଏପଟେ ଧରପଗଡ଼ର ୨୪ ଘଣ୍ଟା ଭିତରେ ଆଦାୟ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କାର ଫାଇନ୍। ତାମଧ୍ୟରେ ଫିଟ୍‌ନେସ୍, ରେଜିଷ୍ଟ୍ରେସନ ଏବଂ ପଲ୍ୟୁସନ ସାର୍ଟିଫିକେଟ୍ ନଥିବାରୁ ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନର ୨ଟି ବସ୍‌କୁ ସାଢ଼େ ୨୫ ହଜାର ଲେଖାଏଁ ଜୋରିମାନା ଆଦାୟ ହୋଇଛି। ସମ୍ବଲପୁରରେ ବିନା ହେଲମେଟ, ପଲ୍ୟୁସନ, ଡିଏଲ୍ ଓ ଗାଡ଼ିର ଇନ୍ସୁରାନ୍ସ ନଥାଇ ନାବାଳକ ବାଇକ୍ ଚଳାଉଥିବାରୁ ୪୩ ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ। ସେହିପରି ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସମ୍ବଲପୁର ଏସ୍ପି ଜଣେ କନଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।

ଏପଟେ ଭୁବନେଶ୍ୱରର ଆରଟିଓ-ଓ୍ୱାନ୍ ହେଉ କି ଟୁ । ସବୁଠି ଡକ୍ୟୁମେଣ୍ଟ ପାଇଁ ଖୁନ୍ଦାଖୁନ୍ଦି ହୋଇ ଲାଇନ୍ ଲଗାଉଛନ୍ତି ଲୋକେ। କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି।

ସେପଟେ ଟ୍ରାଫିକ୍ ଚେକିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଚେକିଂ ଆଳରେ ଆରଟିଓ ଏବଂ ପୁଲିସ କର୍ମଚାରୀ ସାଧାରଣ ଜନତାଙ୍କୁ ଅତ୍ୟାଚାର କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛିା ପରିବହନ ମନ୍ତ୍ରୀ କହିଛନ୍ତି ନୂଆ ଆଇନ ଯୋଗୁ ୫୦ ପ୍ରତିଶତ ଦୁର୍ଘଟଣା କମିଛି। ଲୋକଙ୍କୁ ଭଲ ବ୍ୟବହାର ପାଇଁ RTOଙ୍କୁ କୁହାଯାଇଛି।

Related story