‘ପିସିସି ସଭାପତିଙ୍କୁ ଯଦି ମାଡ଼ ହେବ, ଆମେ, ତମେ କ’ଣ?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତିଙ୍କୁ ଯଦି ମାଡ଼ ହେବ, ତା’ ହେଲେ ଛୋଟମୋଟ କର୍ମୀଙ୍କ ଅବସ୍ଥା କ’ଣ ହେବ। ସେ ଗୋଟିଏ ଦଳ ରାଜ୍ୟର ସଭାପତି। ତାଙ୍କ ଗାଡ଼ି ଉପରକୁ ଚଢ଼ି ତାଙ୍କ ଡ୍ରାଇଭର, ସିକ୍ୟୁରିଟି ପାଇଲଟଙ୍କୁ ମାଡ଼ ମରାଗଲା। ଯଦି ପୁଲିସ୍‌ ଆକ୍ସନ ନେବ, ତା’ ହେଲେ ଆମେ ଜାଣିବୁ କୋଉ ଦଳ। ପିସିସି ସଭାପତି ଯଦି ମାଡ଼ ଖାଇବେ, ସାମ୍ବାଦିକ କ’ଣ, ଆମେତମେ କ’ଣ ବୋଲି ପ୍ରଶ୍ନ ପଚାରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର […]

sura

sura

Niharika Rout
  • Published: Monday, 18 January 2021
  • Updated: 18 January 2021, 02:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତିଙ୍କୁ ଯଦି ମାଡ଼ ହେବ, ତା’ ହେଲେ ଛୋଟମୋଟ କର୍ମୀଙ୍କ ଅବସ୍ଥା କ’ଣ ହେବ। ସେ ଗୋଟିଏ ଦଳ ରାଜ୍ୟର ସଭାପତି। ତାଙ୍କ ଗାଡ଼ି ଉପରକୁ ଚଢ଼ି ତାଙ୍କ ଡ୍ରାଇଭର, ସିକ୍ୟୁରିଟି ପାଇଲଟଙ୍କୁ ମାଡ଼ ମରାଗଲା। ଯଦି ପୁଲିସ୍‌ ଆକ୍ସନ ନେବ, ତା’ ହେଲେ ଆମେ ଜାଣିବୁ କୋଉ ଦଳ। ପିସିସି ସଭାପତି ଯଦି ମାଡ଼ ଖାଇବେ, ସାମ୍ବାଦିକ କ’ଣ, ଆମେତମେ କ’ଣ ବୋଲି ପ୍ରଶ୍ନ ପଚାରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।

ଗତରାତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ କେନ୍ଦୁଝର ଜିଲ୍ଲା କାଶୀପୁରଠାରେ ଅତର୍କିତ ଆକ୍ରମଣ ହୋଇଥିଲା। ରାଜ୍ୟ ସରକାରଙ୍କ ଉପରେ ଗର୍ଜି ସୁର କହିଛନ୍ତି,  “ରାଜ୍ୟରେ ଆଇନଶୃଙ୍ଖଳା ଫେଲ୍‌ ମାରିଛି। ନବୀନ ପଟ୍ଟନାୟକ ବଡ଼ବଡ଼ କଥା କୁହନ୍ତି। ପାଣ୍ଡିୟାନ କେବଳ ୫ଟି କଥା କହୁଛନ୍ତି। ପିସିସି ସଭାପତିଙ୍କୁ, ଡ୍ରାଇଭରକୁ, ସିକ୍ୟୁରିଟିକୁ ମାଡ଼ ହେବ, ଏହା କ’ଣ ପ୍ରହସନ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।”

ଏଥିସହ ସୁର କହିଛନ୍ତି, “ତୁରନ୍ତ ବୋଲ୍ଡ ଷ୍ଟେପ ନିଅ। ଆକ୍ସନ ନିଆନଗଲେ ଆଗ ନବୀନ ପଟ୍ଟନାୟକଙ୍କ ଗାଡ଼ିକୁ ଅଟକାଇବୁ। ପ୍ରଥମେ ତାଙ୍କୁ ଭଲ ରକମର ଥୋଇବୁ। ତା’ ପରେ ବିଜେପିରେ ଥୋଇବୁ। ଥୁଆଥୋଇ ହେଲେ କଂଗ୍ରେସ ଏତେ ଦୁର୍ବଳ ଦଳ ନୁହେଁ। ୧୪୦ ବର୍ଷର ଦଳ। ଷ୍ଟ୍ରଙ୍ଗ ଅଛି। ନବୀନ ବାବୁ ଘରୁ ବାହାରୁ ନାହାନ୍ତି, ଆଉ ବାହାରିବେନି। ଯଦି ଆକ୍ସନ ନିଆନଯାଏ, ୩ ଦିନ ଭିତରେ ଅଭିଯୁକ୍ତ ଧରା ନ ପଡ଼ିଲେ ରାଜରାସ୍ତାରେ ଏହାର ଜବାବ ଦେବୁ।”

ଗତକାଲି ରାତି ପ୍ରାୟ ୮ଟାରେ କାଶୀପୁର ନିକଟରେ ନିରଞ୍ଜନଙ୍କ ଗାଡି  ଆଗକୁ ଏକ ବୋଲେରୋରେ ୪ରୁ ୫ଜଣ ଯୁବକ ଆସି ଅଟକାଇଥିଲେ।  ପରେ ନିରଞ୍ଜନଙ୍କ କାର ଉପରେ ଆକ୍ରମଣ କରିବାରୁ ସୁରକ୍ଷା ପାଇଁ ଡ୍ରାଇଭର ଓ ପିଏସଓ ଗାଡିରୁ ଓହ୍ଲାଇ ପଡିଥିଲେ । ଏହାପରେ ଦୁର୍ବୃତ୍ତମାନେ ଡ୍ରାଇଭର ସହ ପିଏସ୍ଓ ରାଜେଶ ସିଂଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା ।

ନିରଞ୍ଜନଙ୍କ ଉପସ୍ଥିତିରେ ଟାଉନ୍ ଥାନାରେ ଏନେଇ ତାଙ୍କ ସୁରକ୍ଷାକର୍ମୀ ଏତଲା ଦେଇଥିବା ବେଳେ ପୁଲିସ୍‌ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମାଧପୁର ଅଞ୍ଚଳର ସଞ୍ଜୟ ମହାନ୍ତିଙ୍କୁ ଅଟକ ରଖିଛି । ତେବେ ସଞ୍ଜୟ କେଉଁ ରାଜନୈତିକ ଦଳର ତାହା ବର୍ତ୍ତମାନ ସୁଧା ସ୍ପଷ୍ଟ ସୂଚନା ମିଳିନଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos