ଆମ ନେତାମାନେ ହୋଟେଲରେ ଶୋଇଲେ : ସୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ବାଲେଶ୍ୱରରେ ଅମାନତ ହରାଇବା ପରେ କଂଗ୍ରେସରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଅବଶ୍ୟ ତିର୍ତ୍ତୋଲରେ ନୂଆ ମୁହଁକୁ ମୈଦାନକୁ ଛାଡ଼ି ପରାଜୟ ସତ୍ୱେ ପୂର୍ବ ନିର୍ବାଚନ ଅପେକ୍ଷା ଏଥର ସାମାନ୍ୟ ଉନ୍ନତି ଆଣିଛି ଦଳ । ଉଭୟ ନିର୍ବାଚନମଣ୍ଡଳୀରେ କଂଗ୍ରେସର ଏଭଳି ସ୍ଥିତିକୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ବିସ୍ଫୋରକ ବୟାନ ଦେଇଛନ୍ତି । ଦଳର କିଛି ନେତାଙ୍କ ଅନ୍ତର୍ଘାତୀ […]

sura

sura

Tapas Behera
  • Published: Wednesday, 11 November 2020
  • Updated: 11 November 2020, 07:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ବାଲେଶ୍ୱରରେ ଅମାନତ ହରାଇବା ପରେ କଂଗ୍ରେସରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଅବଶ୍ୟ ତିର୍ତ୍ତୋଲରେ ନୂଆ ମୁହଁକୁ ମୈଦାନକୁ ଛାଡ଼ି ପରାଜୟ ସତ୍ୱେ ପୂର୍ବ ନିର୍ବାଚନ ଅପେକ୍ଷା ଏଥର ସାମାନ୍ୟ ଉନ୍ନତି ଆଣିଛି ଦଳ । ଉଭୟ ନିର୍ବାଚନମଣ୍ଡଳୀରେ କଂଗ୍ରେସର ଏଭଳି ସ୍ଥିତିକୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ବିସ୍ଫୋରକ ବୟାନ ଦେଇଛନ୍ତି ।

ଦଳର କିଛି ନେତାଙ୍କ ଅନ୍ତର୍ଘାତୀ କାମ ଯୋଗୁ ଦଳ ହାରିଲା । ନେତାମାନେ ଠିକରେ ପ୍ରଚାର ନକରି ହୋଟେଲରେ ଶୋଇଲେ।  ନିରଂଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବାକୁ ଏପରି ଷଡ଼ଯନ୍ତ୍ର ହୋଇଛି ବୋଲି କହିଛନ୍ତି ସୁର । ସେପଟେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ସମାନ କଥା ଉଠାଇ ଦଳୀୟ ପ୍ରଦର୍ଶନକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ମଧ୍ୟ କଂଗ୍ରେସର ଏହି ସ୍ଥିତି ପାଇଁ ଦଳୀୟ କନ୍ଦଳକୁ ଦାୟୀ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos