ପ୍ରସାଦ ପଦ ଛାଡ଼ିବା କଥା ସ୍ପଷ୍ଟ କଲେ ସୁର; କହିଲେ, ୩ ନେତା ପଛରୁ ଛୁରି ମାରିଲେ

ଭୁବନେଶ୍ୱର:  ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ପ୍ରସାଦ ହରିଚନ୍ଦନ। ଏନେଇ ଆଜି ତାଙ୍କ ଶ୍ୱଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ସ୍ପଷ୍ଟ କରିଛନ୍ତି। ଗତକାଲି ସେ ତାଙ୍କ ଇସ୍ତଫା ପତ୍ର  ହାଇକମାଣ୍ଡଙ୍କୁ ପଠାଇ ଦେଇଛନ୍ତି। ବିଜେପୁର ଉପନିର୍ବାଚନରେ କଂଗ୍ରେସର ପରାଜୟ କାରଣକୁ ନେଇ ସେ ଇସ୍ତଫା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଦେଇଥିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଥିଲା। ଏ ନେଇ ଗତକାଲି ଅପରାହ୍ନରୁ ସୋସିଆଲ୍ ମିଡିଆରେ ଖବର ପ୍ରଚାରିତ ହେଉଥିଲା।

ଅନ୍ୟପକ୍ଷରେ ବିଜେପୁର ପରାଜୟ ନେଇ ଦଳୀୟ ନେତାଙ୍କ ଉପରେ ବର୍ଷିଛନ୍ତି ସୁରେଶ ରାଉତରାୟ। ସେ କହିଛନ୍ତି,“ ପଞ୍ଚାୟତ ନିର୍ବାଚନ ପରେ କିଛି ନେତା ପିସିସି ସଭାପତି ପରିବର୍ତ୍ତନ ନେଇ ଦଳୀୟ ହାଇକମାଣ୍ଡଙ୍କ ପାଖରେ ଫେରାଦ ହୋଇଥିଲେ। ଏବେ ୩ ମୁଷ୍ଟିମେୟ ନେତା ପଛରୁ ଛୁରି ମାରିଲେ। ଏହାସହ ବିଜେପୁରରେ ପ୍ରାର୍ଥୀଙ୍କୁ ହରାଇବାକୁ ଲାଗି ପଡ଼ିଲେ। ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାରୁ ବିଜେପୁର ଉପନିର୍ବାଚନରେ ୧୦% ଭୋଟ୍ କଟିଲା।”

Ordigital Desk
• Published: Thursday, 01 March 2018
• Updated: 01 March 2018, 02:10 PM IST

Sports

Latest News

ଭୁବନେଶ୍ୱର:  ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ପ୍ରସାଦ ହରିଚନ୍ଦନ। ଏନେଇ ଆଜି ତାଙ୍କ ଶ୍ୱଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ସ୍ପଷ୍ଟ କରିଛନ୍ତି। ଗତକାଲି ସେ ତାଙ୍କ ଇସ୍ତଫା ପତ୍ର  ହାଇକମାଣ୍ଡଙ୍କୁ ପଠାଇ ଦେଇଛନ୍ତି। ବିଜେପୁର ଉପନିର୍ବାଚନରେ କଂଗ୍ରେସର ପରାଜୟ କାରଣକୁ ନେଇ ସେ ଇସ୍ତଫା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଦେଇଥିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଥିଲା। ଏ ନେଇ ଗତକାଲି ଅପରାହ୍ନରୁ ସୋସିଆଲ୍ ମିଡିଆରେ ଖବର ପ୍ରଚାରିତ ହେଉଥିଲା।

ଅନ୍ୟପକ୍ଷରେ ବିଜେପୁର ପରାଜୟ ନେଇ ଦଳୀୟ ନେତାଙ୍କ ଉପରେ ବର୍ଷିଛନ୍ତି ସୁରେଶ ରାଉତରାୟ। ସେ କହିଛନ୍ତି,“ ପଞ୍ଚାୟତ ନିର୍ବାଚନ ପରେ କିଛି ନେତା ପିସିସି ସଭାପତି ପରିବର୍ତ୍ତନ ନେଇ ଦଳୀୟ ହାଇକମାଣ୍ଡଙ୍କ ପାଖରେ ଫେରାଦ ହୋଇଥିଲେ। ଏବେ ୩ ମୁଷ୍ଟିମେୟ ନେତା ପଛରୁ ଛୁରି ମାରିଲେ। ଏହାସହ ବିଜେପୁରରେ ପ୍ରାର୍ଥୀଙ୍କୁ ହରାଇବାକୁ ଲାଗି ପଡ଼ିଲେ। ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାରୁ ବିଜେପୁର ଉପନିର୍ବାଚନରେ ୧୦% ଭୋଟ୍ କଟିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos