ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୯୮ ବ୍ୟାଚ୍ ଆଇଏଏସ୍ ସୁରେଶ କୁମାର ବଶିଷ୍ଠଙ୍କୁ ଆଜି ପ୍ରାୟ ୬ମାସ ପରେ ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ଗତ ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ତାଙ୍କୁ ଅଚାନକ କୃଷି ବିଭାଗର ସଚିବ ପଦରୁ ହଟାଇ ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଭାବେ ଅବସ୍ଥାପିତ କରିଥିଲେ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ଭାବେ ଏବେ ଆଇଆରଟିଏସ୍ ଅଧିକାରୀ ମନୋଜ କୁମାର ମିଶ୍ର ଦାୟିତ୍ୱ ତୁଲାଉଛନ୍ତି। ଶ୍ରୀ ବଶିଷ୍ଠ ଦାୟିତ୍ୱ ନେବା ଦିନ ହିଁ ଶ୍ରୀ ମିଶ୍ରଙ୍କ ଏହି ବିଭାଗରେ ନିଯୁକ୍ତି ବାତିଲ ହୋଇଯିବ । ଶ୍ରୀ ବଶିଷ୍ଠଙ୍କୁ ରାଜ୍ୟ ସରକାର ଦଣ୍ଡ ସ୍ୱରୂପ ଓଏସଡି ଭାବେ ଦୀର୍ଘ ୬ମାସ ଧରି ବସାଇ ରଖିଥିଲେ।
ସେହିପରି ରାଜ୍ୟ ଅତିରିକ୍ତ ପରିବହନ କମିଶନର ଶ୍ରୀନିବାସ ବେହେରାଙ୍କୁ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।